ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ ସମୁଦାୟକୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି କେତେକ ବନ୍ଧକମାନଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି। ତେଲ ଅଭିଭରେ ଅନୁଷ୍ଠିତ ସମ୍ମିଳନୀରେ ଗଣମାଧ୍ୟମକୁ ଲେଭିନ କହିଛନ୍ତି ହାମାସ ଶହ ଶହ ଇସ୍ରାଏଲ ତଥା ଆମେରିକୀୟ ଏବଂ ବହୁ ୟୁରୋପୀୟ ନାଗରିକଙ୍କୁ ବନ୍ଧକ ରଖିଛି। କେତେକଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କର ଯତ୍ନ ନେବା ଜରୁରୀ ହୋଇପଡ଼ିଛି।

ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ତୁର୍କୀ, ଇଜିପ୍ଟ, କତାର ଏବଂ ସାଉଦି ଆରବ ସରକାରଙ୍କୁ ଲେଭିନ ଆହ୍ବାନ ଦେଇଛନ୍ତି। ଲେଭିନ ଗୁରୁତ୍ୱାରୋପ କରିଛନ୍ତି ଆବଶ୍ୟକ କରୁଥିବା ଲୋକଙ୍କୁ ଚିକିତ୍ସା ଯୋଗାଇ ନ ଦେବା ମାନବିକତା ନୁହେଁ। ମୁଁ ଆଶା କରୁଛି ହମାସ ବନ୍ଧକଙ୍କୁ ଚିକିତ୍ସା ପାଇଁ ଅନୁମତି ଦେବାକୁ ରାଜି ହେବ।

ସେ କହିଛନ୍ତି ରେଡ କ୍ରସ ହେଉଛି ଏକ ନିରପେକ୍ଷ ସଂଗଠନ ଯାହା ଲୋକଙ୍କ ଜାତୀୟତାକୁ ଖାତିର ନ କରି ପୀଡିତଙ୍କ ଯତ୍ନ ନିଏ। ଆମେ ଇସ୍ରାଏଲରେ ଅବସ୍ଥାପିତ ରେଡ କ୍ରସ ଦଳ ସହିତ ସାକ୍ଷାତ କରି କହିଛୁ ଆମେ ଆଶା କରୁଛୁ ରେଡ କ୍ରସ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ବନ୍ଧକମାନଙ୍କୁ ଯଥା ସମ୍ଭବ ସେବା ଯୋଗାଇ ଦେବ।

ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଏକ ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ ବିଦେଶୀ ନାଗରିକମାନଙ୍କୁ ଗାଜା ଛାଡିବାକୁ ଅନୁମତି ଦେଇଛି। ଖବର ଅନୁଯାୟୀ, ଗାଜାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ରାଫା ସୀମା ପାର ହୋଇ ଇଜିପ୍ଟରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ଇଜିପ୍ଟ, ଇସ୍ରାଏଲ ଏବଂ ଆମେରିକା ସହମତ ହୋଇଛନ୍ତି। ଏହା ଅନ୍ତର୍ଗତ ଇସ୍ରାଏଲ ପାଲେଷ୍ଟାଇନ ଅଞ୍ଚଳ ଛାଡିବା ସମୟରେ ବିଦେଶୀମାନେ ଯେଉଁ ଅଞ୍ଚଳ ଦେଇ ଯିବେ ସେହି ସ୍ଥାନ ଉପରେ ଆକ୍ରମଣରୁ ନିବୃତ୍ତ ରହିବାକୁ ରାଜି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri