ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍‌ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଅର୍ଥ ହେରଫେର କରାଯାଇଥିବା ସମ୍ପର୍କରେ ଗତ ୧ ତାରିଖରେ ‘ଧରିତ୍ରୀ’ ରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ପରେ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସପିଏମୟୁ) ପିଏମ୍‌ ପୋଷଣ ଅଭିଯାନର ରାଜ୍ୟ ନୋଡାଲ ଅଫିସର ଏହି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ୩ ଜଣିଆ ଟିମ୍‌ ମଧ୍ୟାହ୍ନ ଭୋଜନ ଲାଗି ରାଶନ, ପରିବା ଏବଂ ଅଣ୍ଡା କିଣାରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରିବେ। ଏସପିଏମୟୁର ସିନିୟର ଆସିଷ୍ଟାଣ୍ଟ କାଳୁଚରଣ ବାରିକ, ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ଷଣ୍ଢ ଏବଂ ବାଣପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଏବିଇଓ ମନୋଜ କୁମାର ହରିଚନ୍ଦନ ତଦନ୍ତ ଦାୟିତ୍ୱରେ ରହିଛନ୍ତି। ଦୁଇ ଦିନ ମଧ୍ୟରେ ତଦନ୍ତ ସାରି ମୁଖ୍ୟାଳୟରେ ରିପୋର୍ଟ କରିବେ। ତଦନ୍ତ ସମୟରେ ଏମଡିଏମରେ ବ୍ୟବହୃତ ସମସ୍ତ ରେକର୍ଡ ଏବଂ ରେଜିଷ୍ଟରକୁ ଜବତ କରିବା ସହ ଯେଉଁ ସମୟରେ ଏହି ଅନିୟମିତତା କରାଯାଇଥିବା ଅଭିଯୋଗ ଆସିଛି, ତାହାର ଯାଞ୍ଚ କରିବାକୁ ରାଜ୍ୟ ନୋଡାଲ ଅଫିସର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଜାଲ୍‌ ରସିଦରେ ମଧ୍ୟାହ୍ନଭୋଜନ ବିଲ୍‌ କରାଯାଇ ଲକ୍ଷାଧିକ ଟଙ୍କାର ଆତ୍ମସାତ୍‌ କରାଯାଇଥିବା ନେଇ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ତଥ୍ୟରୁ ଜଣାପଡିଥିଲା। ରାଶନ, ପରିବା ଏବଂ ଅଣ୍ଡା କିଣାରେ ଜାଲିଆତି କରାଯାଇଛି। ଯେଉଁଠୁ ସାମଗ୍ରୀ କିଣାଯାଇ ବିଲ୍‌ ପଇଠ କରାଯାଇଛି, ସେଭଳି ଦୋକାନ ବାଣପୁରରେ ନ ଥିବା ଜଣାପଡିଛି। ଗୋଟିଏ ଦୋକାନରୁ କିଣାଯାଇଥିବା ସାମଗ୍ରୀ ଭିନ୍ନ ଦର ରହିଛି। ଦୋକାନ ନଁାରେ ଫଲସ୍‌ ରସିଦ ଛପାଯାଇଛି। ଗୋଟିଏ ଦିନରେ ୪ରୁ ୫ଟି ବିଲ୍‌ କରାଯାଇଥିବା ବେଳେ ବିଲ୍‌ରେ କୌଣସି ତାଲମେଳ ରହୁନାହିଁ। ଦୋକାନୀ ଗୋଟିଏ କିନ୍ତୁ ଦର ଅଲଗା ରହିଛି। ପରିବା, ସୋୟାବଢ଼ି ଗୋଟିଏ ଦୋକାନରୁ କିଣାଯାଇଛି, କିନ୍ତୁ ଦର ଭିନ୍ନ ଭିନ୍ନ ରହିଛି। ୨୦୧୮, ୨୦୧୯ ଏବଂ ୨୦୨୦ରେ ଏହି ଦୁର୍ନୀତି ହୋଇଥିବା ଜଣାପଡିଛି। ୨୦୧୫ରେ ଜିଏସ୍‌ଟି ଲାଗୁ ହେଲା। ତେବେ ୩ ବର୍ଷରେ ଦିଆଯାଇଥିବା ବିଲ୍‌ରେ ଭାଟ୍‌ ଲାଗୁ ହୋଇଛି। ସାମଗ୍ରୀ କିଣାରେ ହେରଫେର ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି। ଗୋଟିଏ ତାରିଖ, ଗୋଟିଏ ଦୋକାନରୁ ଜିନିଷ କିଣାଯାଇଛି। ତେବେ ଦର କିପରି ଅଲଗା ରହିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚ ୨୦ ରେ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦେଇଥିଲେ। ଏହାର ସପ୍ତାହକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୩ରେ ୬କୁଇଣ୍ଟାଲ ଆଳୁ, ୧୦୦ କେଜି ପିଆଜ, ୫୮ କେଜି ବାଇଗଣ, ୪ ହଜାର ଅଣ୍ଡା, ୧୦୦ ଲିଟର ତେଲ କିଣାଯାଇଥିବା ବିଲ୍‌ରେ ଦର୍ଶାଯାଇଛି। ତେବେ ସ୍କୁଲ ବନ୍ଦ ହେବା ପରେ ଏସବୁ ସାମଗ୍ରୀ କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri