ଦେବଗଡ ବନ୍ଦ ପ୍ରସଙ୍ଗ : ଆନ୍ଦୋଳନର ନେତୃତ୍ୱ ନେବ ଜିଲା ମହିଳା ଏକତା ମଞ୍ଚ

ଦେବଗଡ, ୧୫ା୧୨ (ଶଶାଙ୍କ ଶେଖର ଝାଙ୍କର):ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଦୀର୍ଘ ମାସ ଧରି ଜାରି ରହିଥିବା ଆନ୍ଦୋଳନକୁ ଅଧିକ ପ୍ରଭାବି କରିବା ଉଦେଶ୍ୟରେ ଯୁବ ଏକତା ମଞ୍ଚ ସପକ୍ଷରେ ଜିଲା ମହିଳା ଏକତା ମଞ୍ଚ ଯୁଦ୍ଧଂଦେହି ଡାକରା ଦେଇ ଆଗକୁ ଆସିଛି l ଜିଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ମଞ୍ଚର ଡାକରାରେ ଶତାଧିକ ମହିଳାଙ୍କ ସମେତ ଯୁବ ଏକତା ମଞ୍ଚର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଯୁବ ଏକତା ମଞ୍ଚର ଦାବିକୁ ପୂରଣ କରିବାରେ ସରକାର ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଏଥିସହ ଦେବଗଡ଼ବାସୀଙ୍କ ସ୍ବାସ୍ଥ୍ୟ ସେବା ଭଳି ମୌଳିକ ଅଧିକାର ପାଇଁ ମଞ୍ଚ ଆନ୍ଦୋଳନ ଜାରି ରଖିଥିବା ବେଳେ ସମ୍ବଲପୁର ଲୋକସଭା ଏମ୍‌ପି ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ କ୍ଷଣିକେ ଜିଲାବାସୀଙ୍କ ଦାବି ପୂରଣ ହେବାସହ ସେମାନେ ମୌଳିକ ଅଧିକାର ପାଇପାରିବେ ବୋଲି ଅନେକ ମହିଳା ମତବ୍ୟକ୍ତ କରିଥିଲେ ।
ତେବେ ଯୁବ ଏକତା ମଞ୍ଚ ପକ୍ଷରୁ ୧୫ ଡିସେମ୍ବର ସୁଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମହଲତ ଦେଇଥିବାବେଳେ ଉକ୍ତ ମହଲତ ପୁରା ହୋଇଥିଲେ ମଧ୍ୟ ଦାବି କାର୍ଯ୍ୟକାରୀ ନ ହେବା ଯୋଗୁ ମଞ୍ଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୧୭ ତାରିଖ ଦେବଗଡ଼ ବନ୍ଦ ଡାକରାକୁ ପ୍ରଥମଥର ପାଇଁ ମହିଳା ଏକତା ମଞ୍ଚ ନିଜ ହାତକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି l ଅନ୍ୟପକ୍ଷରେ ଯୁବ ଏକତା ମଞ୍ଚ ଡାକରାରେ ଆୟୋଜିତ ଜନସଭାରେ ଜିଲାର ବହୁ ଆଇନଜୀବୀ, ରାଜନୈତିକ ଦଳର ସଦସ୍ୟ, ଶିକ୍ଷାବିତ, ବୁଦ୍ଧିଜୀବୀ,ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri