ଫ୍ୟାଶନରେ ଡେନିମ୍‌ ଶଟ୍ସ

ଖରାଦିନେ ଶଟର୍‌ସ ପିନ୍ଧିବାକୁ ଅନେକେ ପସନ୍ଦ କରିଥାନ୍ତି। ଖାସ୍‌ କରି ଡେନିମ୍‌ ଶଟର୍‌ସ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ମିଳେ। ସେହିପରି ଏହା ସହିତ ଯେକୌଣସି ଟପ୍ସକୁ ପେୟାର୍‌ କରି ମଧ୍ୟ ପିନ୍ଧି ହୁଏ। ତେବେ କେଉଁ ଟପ୍ସକୁ କେମିତି ପିନ୍ଧିଲେ ଡେନିମ୍‌ ଶଟର୍‌ସ ସହ ତାହା ପରଫେକ୍ଟ ମ୍ୟାଚ୍‌ କରିବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପେପ୍ଲମ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: କଳା ରଙ୍ଗର ସ୍ଲିଭ୍‌ଲେସ୍‌ ପେପ୍ଲମ୍‌ ଟପ୍ସ ସହ ଲାଇଟ୍‌ ବ୍ଲୁ କଲର୍‌ର ଡେନିମ୍‌ ଶଟର୍‌ସ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏହା ସହିତ ମ୍ୟାଚିଂ ଫୁଟ୍‌ଓ୍ବେର୍‌ ପିନ୍ଧିଲେ ଆହୁରି ଭଲ ମାନିଥାଏ। ଖରାଦିନେ କଳା ରଙ୍ଗର ଚଷମା ସହ ଏହି ଗେଟ୍‌ଅପ୍‌ ଯୁବତୀଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।

ଫ୍ଲୋରାଲ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ କୁଲ୍‌ ଲୁକ୍‌ ଦେଇଥାଏ। ଯୁବତୀମାନେ ଚାହିଁଲେ ଡେନିମ୍‌ ଶଟର୍‌ସ ସହ ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା ଟପ୍ସକୁ ମଧ୍ୟ ପେୟାର୍‌ କରିପାରିବେ। ଉଭୟ ସ୍ଲିଭ୍‌ ଲେସ୍‌ ହେଉ ଅବା ଫୁଲ୍‌ ସ୍ଲିଭ୍‌ ବାଲା ଫ୍ଲୋରାଲ୍‌ ଟପ୍ସ ଡେନିମ୍‌ ଶଟର୍‌ସ ସହ ଭଲ ମାନିଥାଏ।

ବ୍ଲେଜର୍‌ ଓ ଡେନିମ୍‌ ଶଟର୍‌ସ: ବ୍ଲେଜର୍‌ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳେ। ଆଉ ଡେନିମ୍‌ ଶଟର୍‌ସ ସହ ଏହାକୁ ପେୟାର୍‌ କଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗେ। ତେବେ ବ୍ଲେଜର୍‌ ପିନ୍ଧିଲାବେଳେ ଆପଣ ଚାହିଁଲେ ପ୍ରଥମେ କୌଣସି ମ୍ୟାଚିଂ ଶାର୍ଟ କିମ୍ବା ଟି-ଶାର୍ଟ ପିନ୍ଧି, ତା’ଉପରେ ବ୍ଲେଜର୍‌ ପିନ୍ଧିପାରିବେ। ଏହା ସହିତ ପାଦରେ ହିଲ୍‌ କିମ୍ବା ସୁ ବି ଟ୍ରାଏ କରିପାରିବେ। ସେହିପରି ହାତରେ ପତଳା ବ୍ରେସ୍‌ଲେଟ୍‌ ପିନ୍ଧିବା ସହ ଛୋଟ କ୍ଲଚ୍‌ ଧରିଲେ ଷ୍ଟାଇଲିଶ୍‌ ଲାଗେ।

ସ୍ରଗ୍‌ ଓ ଡେନିମ୍‌ ଶଟର୍‌ସ: କମ୍ଫର୍ଟେବଲ୍‌ ଲୁକ୍‌ ଦିଏ ସ୍ରଗ୍‌। ଆଉ ଶଟର୍‌ସ ସହ ସ୍ରଗ୍‌କୁ ପେୟାର୍‌ କଲେ କ୍ଲାସି ଲୁକ୍‌ ମିଳେ। ତେବେ ସ୍ରଗ୍‌ ଚୟନ କଲାବେଳେ ସବୁବେଳେ ଦେଖିବେ ଏହାର ଫ୍ୟାବ୍ରିକ୍‌ ଯେତେ ହାଲ୍‌କା ହୋଇଥିବ; ନ ହେଲେ ଖରାଦିନେ ପିନ୍ଧି ହେବ ନାହିଁ। ସେହିପରି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ସ୍ରଗ୍‌ ହେଉ ଅବା ଲାଇଟ୍‌ କଲର୍‌ର ସ୍ରଗ୍‌ ବି ଶଟର୍‌ସ ସହ ଭଲ ମାନିଥାଏ।

ଢିଲା ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଡେନିମ୍‌ ଶଟର୍‌ସ ସହ ଶାର୍ଟର କମ୍ବିନେଶନ ବି ପରଫେକ୍ଟ ମ୍ୟାଚ୍‌ କରିଥାଏ। ଆଉ ଖରାଦିନେ ଆପଣ ଚାହିଁଲେ ଶଟର୍‌ସ ସହ ଢିଲା ଶାର୍ଟକୁ ମଧ୍ୟ ପେୟାର କରିପାରିବେ। ଏହିଦିନେ ଷ୍ଟ୍ରାଇପ୍‌ ଶାର୍ଟର ଡିମାଣ୍ଡ ଯୁବପିଢିଙ୍କ ଭିତରେ ବହୁତ ରହିଥାଏ। ତାକୁ ମ୍ୟାଚ୍‌ କରି ଆପଣ ପାଦରେ ଚାହିଁଲେ ସ୍ନିକର୍ସ ସୁ ମଧ୍ୟ ଟ୍ରାଏ କରିପାରିବେ।

ଢିଲା ହାଫ୍‌ ସ୍ଲିଭ୍‌ ଟି-ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଟି-ଶାର୍ଟ ପିନ୍ଧିବା ଅନେକଙ୍କର ପସନ୍ଦ। ଖାସ୍‌ କରି ଟିକେ ଢିଲା ଟି-ଶାର୍ଟ ପିନ୍ଧିଲେ କମ୍ଫଟେବଲ୍‌ ଲାଗେ। ଆଉ ଡେନିମ୍‌ ଶଟର୍‌ସ ସହ ଏହାକୁ ପେୟାର କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ। ଖାସ୍‌ କରି ହାଫ୍‌ ସ୍ଲିଭ୍‌ ବାଲା ଢିଲା ଟି-ଶାର୍ଟ ଡେନିମ୍‌ ଶଟର୍‌ସ ସହ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri