Posted inଫୁରସତ

ଡେନିମ୍‌ ଫୁଟ୍‌ଓ୍ବେର୍‌

ଡେନିମ୍‌ ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଟ୍ରେଣ୍ଡ ସବୁବେଳେ ରହିଥାଏ। ତେବେ ଡେନିମ୍‌ କହିଲେ ସାଧାରଣତଃ ମନରେ ଆସେ ଡେନିମ୍‌ ଜ୍ୟାକେଟ୍‌, ଡେନିମ୍‌ ଡ୍ରେସ୍‌ କିମ୍ବା ଜିନ୍ସ କଥା। କିନ୍ତୁ ଏବେ ଡେନିମ୍‌ର କେବଳ ଆଉଟ୍‌ଫିଟ୍‌ ନୁହେଁ, ଏହାର ଫୁଟ୍‌ଓ୍ବେର୍‌ ବି ମାର୍କେଟ୍‌କୁ ଆସିଲାଣି, ଯାହାର ଚାହିଦା ମଧ୍ୟ ଖୁବ୍‌ ରହୁଛି। କାରଣ ଏହା ଦେଖିବାକୁ ଯେମିତି ଟ୍ରେଣ୍ଡି ହୋଇଥାଏ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ଲାଗିଥାଏ। ତା’ହେଲେ ଆସନ୍ତୁ ଜାଣିବା କୁଲ୍‌ ଲୁକ୍‌ ଦେଉଥିବା ସେମିତି କେତୋଟି ଟ୍ରେଣ୍ଡି ଡେନିମ୍‌ ଫୁଟ୍‌ଓ୍ବେର୍‌ ସମ୍ପର୍କରେ…

* ଡେନିମ୍‌ ଆଙ୍କେଲ୍‌ ଶୁ: ଆଙ୍କେଲ୍‌ ଶୁ ପିନ୍ଧିବାକୁ ପସନ୍ଦ କରୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏବେ ଡେନିମ୍‌ର ବି ଆଙ୍କେଲ୍‌ ଶୁ ଆସିଲାଣି। ଏହାକୁ ଜିନ୍ସ ପ୍ୟାଣ୍ଟ ହେଉ ଅବା ଶର୍ଟ ଲେଙ୍ଗ୍‌ଥ ସ୍କର୍ଟ ସହ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ଷ୍ଟାଇଲିଶ୍‌ ଲାଗିଥାଏ।

* ଡେନିମ୍‌ ବୁଟ୍ସ: ଶୀତଦିନ ପାଇଁ ଡେନିମ୍‌ର ଏହି ଫୁଟ୍‌ଓ୍ବେର୍‌ ଏକ ଭଲ ଅପ୍ସନ। କାରଣ ଏହାକୁ ପିନ୍ଧିବା ଦ୍ୱାରା ପାଦକୁ ଶୀତରୁ ରକ୍ଷା ମିଳିବା ସହ ଟିକେ ଡିଫରେଣ୍ଟ ଲୁକ୍‌ ବି ମିଳିଥାଏ। ତେବେ ଏହାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳିଥାଏ, ଯଥା: ଥାଇ ହାଇ ଡେନିମ୍‌ ବୁଟ୍‌, ଆଙ୍କେଲ୍‌ ହିଲ୍‌ ବୁଟ୍‌, ଜିପ୍‌ ଷ୍ଟାଇଲ୍‌ ବୁଟ୍‌, ଲେସ୍‌ ଅପ୍‌ ବୁଟ୍‌, କଟ୍‌ ଆଉଟ୍‌ ଆଙ୍କେଲ୍‌ ବୁଟ୍‌ ଇତ୍ୟାଦି।

* ଡେନିମ୍‌ ଫ୍ଲାଟ୍‌ ଓ ହିଲ୍ସ : ଯେଉଁମାନଙ୍କୁ ଓପନ୍‌ ଫୁଟଓ୍ବେର ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଡେନିମ୍‌ର ଫ୍ଲାଟ୍‌ କିମ୍ବା ହିଲ୍‌ ଫୁଟଓ୍ବେର୍‌କୁ ଟ୍ରାଏ କରିପାରିବେ। ଏହାକୁ ଜିନ୍ସ-ଟି ଶାର୍ଟ ହେଉ ଅବା ଶଟର୍‌ସ କିମ୍ବା ଅନ୍ୟ କୌଣସି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ପେୟାର୍‌ କରି ପିନ୍ଧାଯାଇପାରେ। ଏହି ଦୁଇ ଫୁଟଓ୍ବେର୍‌ର ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଏବେ ମାର୍କେଟ୍‌ରେ ମିଳିଲାଣି, ଯାହାକୁ ପିନ୍ଧି ଆରାମରେ ସ୍ମାର୍ଟ ଲୁକ୍‌ ପାଇହେବ।

* ଡେନିମ୍‌ ଓ୍ବେଜେଜ୍‌: ଏହି ଷ୍ଟାଇଲ୍‌ର ଫୁଟଓ୍ବେର୍‌ ଯୁବତୀଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଯେଉଁମାନେ ହିଲ୍‌ରେ କମ୍ଫର୍ଟେବଲ୍‌ ନୁହଁ କିନ୍ତୁ ପିନ୍ଧିବାକୁ ଇଚ୍ଛା ରଖିଥାନ୍ତି, ସେମାନଙ୍କ ପାଇଁ ଏହି ଫୁଟଓ୍ବେର୍‌ ଏକ ଭଲ ବିକଳ୍ପ ହୋଇଥାଏ। ଶଟର୍‌ସ ହେଉ ଅବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ କିମ୍ବା ନି ଲେଙ୍ଗ୍‌ଥ ଫ୍ରକ୍‌ ସହ ମ୍ୟାଚିଂ କରି ଡେନିମ୍‌ ଓ୍ବେଜେଜ୍‌ ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ।

* ଡେନିମ୍‌ ସ୍ନିକର୍ସ: ଅଲ୍‌ ଟାଇମ୍‌ କମ୍ଫର୍ଟେବଲ୍‌ ଲୁକ୍‌ ଦେଇଥାଏ ସ୍ନିକର୍ସ। ଆଉ ଡେନିମ୍‌ ସ୍ନିକର୍ସର କଥା ହିଁ ଅଲଗା। ଏହାକୁ କଲେଜ ହେଉ ଅବା ଅଫିସ୍‌ କିମ୍ବା ଆଉଟିଂରେ ଗଲାବେଳେ ଆରାମରେ ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri