ଡଙ୍ଗରିଆ ସମ୍ପ୍ରଦାୟର ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡ଼ା,୨।୧୦ (ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲାର ନିୟମଗିରି, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ମୂଳନିବାସୀ ବିରୋଧ କଲେ ସେମାନଙ୍କ ଉପରେ ପୋଲିସ ଜୁଲମ କରାଯାଉଛି। ଏଭଳିକି ଅଞ୍ଚଳବାସୀଙ୍କୁ ପୋଲିସ ଲଗାଇ ରାତିଅଧିଆ ଉଠାଇ ନେଇ ଦମନ କରୁଛନ୍ତି। ତେଣୁ ଏହି ଅନ୍ୟାୟର ପ୍ରତିବାଦରେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିୟମଗିରି ସୁରକ୍ଷା ସମିତି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିବୃତି ଜାରି କରି ସୂଚନା ଦିଆଯାଇଛି ।
ଅଗଷ୍ଟ ମାସରେ ୨ ଡଙ୍ଗରିଆ ଯୁବକଙ୍କୁ ଗିରଫ ପ୍ରତିବାଦରେ ନିୟମଗିରି ସୁରକ୍ଷା ସମିତି ପ୍ରତିବାଦ କରିବାରୁ ୮ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିବା ନିୟମଗିରି ସୁରକ୍ଷା ସମିତି ଅଭିଯୋଗ କରିଛି। ସେହିଭଳି ଖଣି ଖନନକୁ ବିରୋଧ କରିବାରୁ ପୋଲିସ ଲଗାଇ ୨୫ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ ରହିଛି। ଏଥିସହ ରାଜନୈତିକ ଦଳମାନେ ମଧ୍ୟ ଅଞ୍ଚଳବାସୀଙ୍କୁ ସମର୍ଥନ କରିବା ବଦଳରେ ଖଣି କମ୍ପାନୀ ସପକ୍ଷରେ ବିକାଶର ଡିଣ୍ଡିମ ପିଟୁଛନ୍ତି। ତେଣୁ କମ୍ପାନୀ ସପକ୍ଷରେ ବିବୃତି ଦେଇଥିବା ବିଜେଡ଼ି, କଂଗ୍ରେସ, ଭାଜପା ଓ ବିଏସପି ଦଳ ନିଜ ଭୂମିକା ଓ ପକ୍ଷକୁ ନିର୍ବାଚନ ଇସ୍ତାହାରର ସ୍ପଷ୍ଟ କରିବାକୁ ସମିତି ଆହ୍ବାନ ଦେଇଛି। ଏଥିସହିତ ସମିତି କହିଛି ଯେ, ଯେଉଁ ରାଜନୈତିକ ଦଳ ଗରିବ ଖଟିଖିଆ ଓ ଆଦିବାସୀଙ୍କ ଦଳ ବୋଲି ନିଜକୁ ପରିଚୟ ଦେଉଛନ୍ତି, ସେମାନଙ୍କ ଦଳରେ ଥିବା ଏଭଳି ଦଲାଲ ନେତାମାନଙ୍କୁ ଦଳରୁ ବାହାର କରନ୍ତୁ। ଅକ୍ଟୋବର ୧୬ ତାରିଖରେ ଦୁଇ ଘରୋଇ କମ୍ପାନୀ ପାଇଁ ହେବାକୁ ଥିବା ଜନଶୁଣାଣି, ଅଞ୍ଚଳରେ ଦମନଲୀଳା ବନ୍ଦ କରା ନ ଗଲେ ଲୋକେ ଏହାର ଜବାବ୍‌ ଦେବେ ବୋଲି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍‌କା କହିଛନ୍ତି। ସେପ୍ଟେମ୍ବର ୨୭ତାରିଖରେ ନିୟମଗିରି ସୁରକ୍ଷା ସମିତି ଲଦ ସିକକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସବୁ ସର୍ତମାନ ଗୃହୀତ ହୋଇଥିଲା। ଏହି ବୈଠକରେ କମିଟି ସଦସ୍ୟ ଦଧି ପୁଷିକା, କୁଣୁଜୀ କୁଟ୍ରୁକା, ଡ୍ରେଞ୍ଜୁ କୃଶିକା, ସମ୍ବା ହୁଇକା, ଦାସୁ କାଡ୍ରାକା ଓ ସାଇବ ପୁଷିକାଙ୍କ ସହ ପର୍ଯ୍ୟବେକ୍ଷକ ଲେନିନ୍‌ କୁମାର ଯୋଗ ଦେଇଥିବା ପ୍ରେସ ବିବୃତିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri