ଆୟତ୍ତରେ ରହିବ ଡେଙ୍ଗୁ

ଡା. କାନ୍ତୀ ନାୟକ

ଡେଙ୍ଗୁ ଜ୍ୱରର ଲକ୍ଷଣ ମଶା କାମୁଡ଼ିବାର ୪-୭ ଦିନ ମଧ୍ୟରେ ଦେଖାଯାଏ। ବେଳେବେଳେ ୧୨-୧୪ ଦିନ ପରେ ମଧ୍ୟ ଡେଙ୍ଗୁ ଜ୍ୱରର ଲକ୍ଷଣ ପ୍ରକାଶ ପାଏ। ଜ୍ୱର ହେଲେ ଦେହ ଖୁବ୍‌ ତାତିଯାଏ ଓ ଦିନରେ ୪-୫ ଥର ଏହି ଜ୍ୱର ଆସେ। ଜ୍ୱର ପ୍ରଭାବିତ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ ହିଁ ଡାକ୍ତରଖାନାରେ ରଖିବାକୁ ହୁଏ। ଡେଙ୍ଗୁର ସାଧାରଣ ଲକ୍ଷଣ ହେଉଛି ଅଧିକ ଜ୍ୱର, ଦେହହାତ ଭୀଷଣ ଘୋଳାବିନ୍ଧା, ମୁଣ୍ଡ ଓ ଆଖିବିନ୍ଧା, ଦେହସାରା ରିବିରିବି ହୋଇ ଫଳିଯିବା। କିନ୍ତୁ ବେଳେବେଳେ ଏସବୁ ଲକ୍ଷଣ ପରିପ୍ରକାଶ ହୁଏନାହିଁ। ଏସବୁ ରୋଗୀଙ୍କର ରକ୍ତ ପରୀକ୍ଷା କରିବାରେ ଡେଙ୍ଗୁ ପଜିଟିଭ ଆସେ, କିନ୍ତୁ ଏହା ବିନା ଚିକିତ୍ସାରେ ଠିକ୍‌ ହୋଇଯାଏ। ଦ୍ୱିତୀୟ ପ୍ରକାର ଡେଙ୍ଗୁରେ ରୋଗର ଲକ୍ଷଣ ପ୍ରକାଶପାଏ। ଏହା ତିନି ପ୍ରକାରର- କ୍ଲାସିକାଲ ଡେଙ୍ଗୁ ଫିବର, ଡେଙ୍ଗୁ ହାମ୍‌ରେଜ ଫିବର ଏବଂ ଡେଙ୍ଗୁ ସକ୍‌ ସିଣ୍ଡ୍ରୋମ। କ୍ଲାସିକାଲ ଡେଙ୍ଗୁ ଫିବର ସାଧାରଣ ଭାଇରସ୍‌ଜନିତ ଜ୍ୱର। ଏଥିରେ ଜ୍ୱର, ଦେହହାତ ଘୋଳାବିନ୍ଧା, ମୁଣ୍ଡବିନ୍ଧା ଏବଂ ଶରୀରରେ ରିବିରିବି ଫଳିଯିବା ଦେଖାଯାଏ। ଏହା ୫-୭ ଦିନ ସାଧାରଣ ଚିକିତ୍ସାରେ ଠିକ୍‌ ହୋଇଯାଏ। ଡେଙ୍ଗୁ ହାମ୍‌ରେଜ ଜ୍ୱର ଅଧିକ ବିପଜ୍ଜନକ। କାରଣ ଏଥିରେ ରକ୍ତରେ ପ୍ଲେଟେଲେଟ୍‌ ଓ ଲୋହିତ ରକ୍ତକଣିକା ପରିମାଣ କମ୍‌ ହୋଇଯାଏ। ନାକ ଏବଂ ମାଡ଼ିରୁ ରକ୍ତବୁହେ। ଝାଡ଼ା ଏବଂ ବାନ୍ତିରେ ରକ୍ତ ପଡ଼େ, ଦେହରେ ଗାଢ଼ ନୀଳ ବା ବାଇଗଣୀ ରକ୍ତର ଦାଗ ହୋଇଯାଏ। ଡେଙ୍ଗୁ ସକ୍‌ ସିଣ୍ଡ୍ରୋମ୍‌ରେ ରୋଗୀ ଧୀରେ ଧୀରେ ବେହୋସ ହୋଇଯାଏ। ତା’ର ରକ୍ତଚାପ ଏବଂ ହୃତ୍‌ସ୍ପନ୍ଦନ କମିଯାଏ। ଅଧିକ ଜ୍ୱର ସତ୍ତ୍ୱେ ଶରୀର ଥଣ୍ଡା ହୋଇଯାଏ।
ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ମଶା ଜନ୍ମ ନ ହେବା ଏବଂ ମଶା ନ କାମୁଡ଼ିବା ଉଭୟ ଜରୁରୀ। ତେଣୁ କେବେବି କୌଣସି ଖୋଲା ସ୍ଥାନରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଜମା ହୋଇଥିବା ସଫା ପାଣି ମଧ୍ୟ ଅପରିଷ୍କାର ପାଣି ପରି ବିପଜ୍ଜନକ। ପାଣି କୁଣ୍ଡକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ରଖନ୍ତୁ। କୁଲର, ଗାଧୁଆ ଘର, ରୋଷେଇ ଘର ଆଦିରେ ଯେଉଁଠି ପାଣି ଜମା ହୋଇ ରହୁଛି, ସେଠି ଦିନରେ ଥରେ କିରୋସିନ ପକାନ୍ତୁ। ଏହା କରିବା ଦ୍ୱାରା ମଶା ଅଣ୍ଡା ବିକଶିତ ହୋଇପାରେ ନାହିଁ। ଏସିର ପାଣି କୌଣସି ସ୍ଥାନରେ ଜମା ହେଉଥିଲେ ତା’ ଉପରେ ବ୍ଲିଚିଂ ପାଉଡର ପକାନ୍ତୁ। କୁଲର ବ୍ୟବହାର କରନ୍ତୁ ନାହିଁ। ଯଦି କରିବା ନିହାତି ଜରୁରୀ, ତା’ହେଲେ ପ୍ରତିଦିନ ପାଣି ବଦଳାନ୍ତୁ ଏବଂ ଏଥିରେ ବ୍ଲିଚିଂ ପାଉଡର କିମ୍ବା ବୋରିକ୍‌ ଏସିଡ୍‌ ପକାନ୍ତୁ। ଫୁଲକୁଣ୍ଡରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଛାତ ଉପରେ ଅବ୍ୟବହୃତ ଡବା, ଟାୟାର, ବୋତଲ, ବାସନକୁସନ ଆଦି ରଖନ୍ତୁ ନାହିଁ। ଯଦି ରଖୁଛନ୍ତି, ତା’ହେଲେ ଓଲଟାଇ ରଖନ୍ତୁ ଯେମିତି ତା’ ଭିତରେ ପାଣି ଜମିପାରିବ ନାହିଁ। ପାଣିଟାଙ୍କିକୁ ଭଲଭାବେ ବନ୍ଦ କରି ରଖନ୍ତୁ।
ଡେଙ୍ଗୁ ପାଇଁ ତିନୋଟି ମୁଖ୍ୟ ପରୀକ୍ଷା କରାଯାଏ। ଯଥା: ଆଣ୍ଟିଜେନ୍‌ ବ୍ଲଡ୍‌ଟେଷ୍ଟ, ଡେଙ୍ଗୁ ଆଣ୍ଟିବଡ଼ି ଏବଂ ପ୍ଲେଟେଲେଟ କାଉଣ୍ଟ। ଜ୍ୱର ହେଲେ ୪-୫ ଦିନ ପରେ ଏହି ଟେଷ୍ଟ କରାଇନେବା ଉଚିତ। ଡେଙ୍ଗୁ ଭାଇରସ୍‌ ମୁଖ୍ୟତଃ ଚାରି ପ୍ରକାର: ଡେନ୍‌-୧, ଡେନ୍‌-୨, ଡେନ୍‌-୩ ଓ ଡେନ୍‌-୪ ସେରୋଟାଇପ୍‌। ଡେନ୍‌-୧ ଏବଂ ଡେନ୍‌-୩ ସେରୋଟାଇପ୍‌ ଡେଙ୍ଗୁ ଡେନ୍‌-୨ ଓ ଡେନ୍‌-୪ ସେରୋଟାଇପ ତୁଳନାରେ କମ୍‌ ବିପଜ୍ଜନକ। ଏ ବର୍ଷ ଡେନ୍‌-୨ ଓ ଡେନ୍‌-୪ ରୋଗୀ ଅଧିକ ଦେଖିବାକୁ ମିଳୁଛି। ଡେଙ୍ଗୁ ଭାଇରସ୍‌ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂକ୍ରମିତ କରିବା କାମ ମାଈ ଏଡିଶ୍‌ ମଶା କରେ। ମଶାର ଏହି ପ୍ରଜାତି ଜମା ହୋଇଥିବା ସଫା ପାଣିରେ ବଂଶ ବିସ୍ତାର କରେ ଏବଂ ଦିନରେ କାମୁଡ଼େ। ୧୦୦ ଡିଗ୍ରୀ ଫାରେନ୍‌ହିଟ୍‌ ପର୍ଯ୍ୟନ୍ତ ଔଷଧ ଦେବା ଆବଶ୍ୟକ ନାହିଁ। ଏହାଠାରୁ ଜ୍ୱର ଅଧିକ ବଢ଼ିଲେ ଏବଂ ଦେହହାତ ଯନ୍ତ୍ରଣା ହେଲେ ପାରାସିଟାମଲ ଦେବେ। ଜ୍ୱର ୧୦୨ ଉପରକୁ ଗଲେ ମଥାରେ ପାଣିପଟି ରଖନ୍ତୁ। ଖାଇବା ବନ୍ଦ କରନ୍ତୁ ନାହିଁ, ଯେଉଁ ଖାଦ୍ୟ ପସନ୍ଦ ତାହା ଦିଅନ୍ତୁ। ଅଧିକ ପାଣି ପିଆନ୍ତୁ। ଲେମ୍ବୁ ସର୍ବତ, ଘୋଳଦହି, ଲସି, ପଇଡ଼ ପାଣି, ଜୁସ୍‌ ଆଦି ଦିଅନ୍ତୁ। ପ୍ରତି ଦୁଇଘଣ୍ଟାରେ କିଛି ନା କିଛି ପିଇବାକୁ ଦିଅନ୍ତୁ। ଦେହରେ ଜଳୀୟ ଅଂଶ କମିଗଲେ ଡେଙ୍ଗୁ ବିପଜ୍ଜନକ ହୋଇଯାଏ। ତିନି ଚାରି ଘଣ୍ଟାରେ ଥରେ ପରିସ୍ରା ହେଲେ ରୋଗୀ ବିପଦମୁକ୍ତ ଅଛି ବୋଲି ଜାଣିବାକୁ ହେବ। ଜ୍ୱର ଆସିଲେ ନିଃଶ୍ୱାସ ନେବାକୁ କଷ୍ଟ ହୁଏ, କିନ୍ତୁ ଜ୍ୱର ନ ଥାଇ ଯଦି ନିଃଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ। ଡେଙ୍ଗୁ ଯଦି ଦ୍ୱିତୀୟଥର ହୁଏ, ତା’ହେଲେ ଅଧିକ ବିପଜ୍ଜନକ ହୋଇଯାଏ। ତେଣୁ ଯେଉଁମାନଙ୍କୁ ଆଗରୁ ଡେଙ୍ଗୁ ହୋଇସାରିଛି ସେମାନେ ସବୁବେଳେ ସତର୍କ ରୁହନ୍ତୁ।
ଅଧୀକ୍ଷକ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri