ଜଳବାୟୁ ପରିବର୍ତ୍ତନରୁ ବଢୁଛି ଡେଙ୍ଗୁ

ଓ୍ବାଶିଂଟନ୍‌,୧୮ା୧୧: ବିଶ୍ୱରେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ୧୯% ମାମଲା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ୨୦୫୦ ସୁଦ୍ଧା ଆହୁରି ୪୦ରୁ ୫୦% ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ ୧୫୦-୨୦୦% ବୃଦ୍ଧି ପାଇବ ବୋଲି ଆମେରିକାନ୍‌ ସୋସାଇଟି ଅଫ୍‌ ଟ୍ରପିକାଲ ମେଡିସିନ୍‌ ଆଣ୍ଡ୍‌ ହାଇଜିନ୍‌ (ଏଏସ୍‌ଟିଏମ୍‌ଏଚ୍‌)ର ବାର୍ଷିକ ବୈଠକରେ ଶନିବାର ଉପସ୍ଥାପିତ ଏକ ସଦ୍ୟ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ଷ୍ଟାନ୍‌ଫୋର୍ଡ ଓ ହାର୍ଭାର୍ଡ ୟୁନିଭର୍ସିଟିର ଗବେଷକମାନେ ମଧ୍ୟ ଏହି ମଶାବାହକ ରୋଗ ବୃଦ୍ଧି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିବା ଭଳି ସ୍ପଷ୍ଟ ପ୍ରମାଣ ପାଇଛନ୍ତି। ଆର୍ଜେଣ୍ଟିନା, କୋଷ୍ଟାରିକା, ଗୁଆଟେମାଲା, ନିକାରାଗୁଆ, ପେରୁ, ବ୍ରାଜିଲ, ଡୋମିନିକ୍‌, ହୋଣ୍ଡୁରାସ୍‌, ପାନାମା, ଉରୁଗୁଏ, ମେକ୍ସିକୋ, ଏଲ୍‌-ସଲଭାଡୋର, ପୁରୁଗୁଏ, କଲମ୍ବିଆ, ଭେନିଜୁଏଲା ଆଦି ଆମେରିକାସ୍‌ ରାଷ୍ଟ୍ର ସମୂହରେ ୨୦୨୩ରେ ୪.୬ ନିୟୁତ ଡେଙ୍ଗୁ ମାମଲା ରେକର୍ଡ କରାଯାଇଥିବାବେଳେ ଚଳିତବର୍ଷ ଏହା ୧୨ ନିୟୁତ ଛୁଇଁଲାଣି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଏଥିରେ ସତର୍କ କରାଯାଇଛି। ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ସଂକ୍ରମଣରୁ ଭାରତ ମଧ୍ୟ ମୁକ୍ତ ନୁହେଁ। ଡେଙ୍ଗୁ ସଂକ୍ରମଣ ଭାରତରେ ବଢ଼ିବାରେ ଲାଗିଛି। ପାଣିପାଗରେ ଉଷ୍ମତା ରହିଲେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ହିମାଚଳ ପ୍ରଦେଶର ଶିମଲା, ଜମ୍ମୁ-କଶ୍ମୀରରେ ଡେଙ୍ଗୁ ମାମଲା ଅଧିକ ରହୁଛି। ଉଚ୍ଚ ଆର୍ଦ୍ରତା ମଶାଙ୍କ ଅଣ୍ଡା ଦେବା ଓ ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଅତ୍ୟଧିକ ବର୍ଷା ଓ ବନ୍ୟାସ୍ଥିତି ପରେ ଜଳାଶୟଗୁଡ଼ିକରେ ପାଣି ଜମିରହୁଥିବାରୁ ଏଭଳି ପରିବେଶ ମଶାଙ୍କୁ ସୁହାଉଛି। ଏସିଆ ଏବଂ ଆମେରିକାସ୍‌ର ୨୧ ରାଷ୍ଟ୍ରରେ ତାପମାତ୍ରା ବୃଦ୍ଧି ଓ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ସମ୍ପର୍କ ଥିବା ଜଣାପଡ଼ିଛି ବୋଲି ଷ୍ଟାନ୍‌ଫୋର୍ଡର ଉଡ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଦି ଏନ୍‌ଭାଇରନ୍‌ମେଣ୍ଟର ସଂକ୍ରମଣ ରୋଗ ବିଶେଷଜ୍ଞ ଏରିନ୍‌ ମୋର୍ଡେକାଇ ସୂଚନା ଦେଇଛନ୍ତି। ଡେଙ୍ଗୁ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥିବାବେଳେ ଏହା ଆଗକୁ ଉଗ୍ରରୂପ ଧାରଣ କରିପାରେ ବୋଲି ସେ ମତ ଦେଇଛନ୍ତି।
ଡେଙ୍ଗୁ ସଂକ୍ରମିତ କେତେଜଣ ବ୍ୟକ୍ତିଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବାବେଳେ ଆଉ କେତେକଙ୍କୁ ଗଣ୍ଠିପୀଡ଼ା ଓ ଜ୍ୱର ହୋଇଥାଏ। ଏପରି କି ଡେଙ୍ଗୁ ରକ୍ତସ୍ରାବର କାରଣ ମଧ୍ୟ ହୋଇଥାଏ। ଡେଙ୍ଗୁ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ନ ଥିବାବେଳେ ଦୁଇଟି ଲାଇସେନ୍ସପ୍ରାପ୍ତ ଭାକ୍ସିନ ଉପଲବ୍ଧ ରହିଛି। ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ପୂର୍ବରୁ ୬୦% ଡେଙ୍ଗୁ ମାମଲା ଦେଖିବାକୁ ମିଳୁଥିଲା ଉତ୍ସର୍ଜନ ହ୍ରାସ କରାଗଲେ ୨୦୫୦ ସୁଦ୍ଧା ସେଠାରେ ଏହାକୁ ୪୦% ଭିତରେ ସୀମିତ ରଖାଯାଇପାରିବ। ଅନ୍ୟପକ୍ଷେ ଉତ୍ସର୍ଜନ ହ୍ରାସ ସତ୍ତ୍ୱେ ତାପମାତ୍ରା ବୃଦ୍ଧି ଘଟିଚାଲିଲେ ୨୧ ଦେଶ ମଧ୍ୟରୁ ୧୭ ଦେଶରେ ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ବଢ଼ିପାରେ ବୋଲି ବୈଶ୍ୱିକ ଜଳବାୟୁ ମଡେଲଗୁଡ଼ିକରୁ ପୂର୍ବାନୁମାନ କରାଯାଇଛି। ବିଶେଷଜ୍ଞ ଏରିନ୍‌ ମୋର୍ଡେକାଇ ଆହୁରି କହିଛନ୍ତି, ବର୍ତ୍ତମାନ ଡେଙ୍ଗୁ ବହୁଳ ଅଞ୍ଚଳ ୨୦ରୁ ୨୯ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଦେଇ ଗତିକରୁଥିବାବେଳେ ସେଗୁଡ଼ିକ ଭୂତାଣୁ ସଂକ୍ରମଣ ପାଇଁ ‘ସୁଇଟ୍‌ ସ୍ପଷ୍ଟ’ ପାଲଟିଛି। ପେରୁ, ମେକ୍ସିକୋ, ବୋଲିଭିଆ ଓ ବ୍ରାଜିଲ ପ୍ରତି ଆଗକୁ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବିପଦ ରହିଛି। ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହି ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣ ୧୫୦ରୁ ୨୦୦%କୁ ବୃଦ୍ଧିପାଇପାରେ।
ଆମେରିକାରେ ଚଳିତବର୍ଷ ୭,୨୦୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି, ଯାହାକି ଗତବର୍ଷର ଦୁଇଗୁଣ। ୨୦୧୩ ପରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ନ ଥିଲେ। ଡେଙ୍ଗୁ ବାହକ ମଶା ଏଡିସ୍‌ ଏଜିପ୍ଟି ୬୮ରୁ ୮୨ ଫାରେନ୍‌ହିଟ୍‌ ତାପମାତ୍ରା ଥିବା ଅଞ୍ଚଳରୁ ଭୂତାଣୁ ସଂକ୍ରମଣ କରିବାକ୍‌ୁ ସର୍ବାଧିକ ସକ୍ଷମ ହୋଇଥାଏ। ସବୁଜ ଗୃହ ଉତ୍ସର୍ଜନକୁ ଦୃଷ୍ଟାନ୍ତମୂଳକ ଭାବେ ରୋକାଗଲେ ମଧ୍ୟ ଅନେକ ଦେଶରେ ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ସଂକ୍ରମଣ କମିବା ଆଶା ଦିଶୁନାହିଁ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri