ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା କରବା ପାଇଁ ଏହାକୁ ଡିଜାଇନ୍‌ କରାଯାଇଛି। ଏହାକୁ ଚାପରେ ରଖାଯାଇଥାଏ ଏବଂ ମହାକାଶଚାରୀମାନଙ୍କର ଆବଶ୍ୟକ ଜଳ, ଖାଦ୍ୟ ଓ ଅମ୍ଳଜାନକୁ ପୃଥିବୀରୁ ନିୟମିତ ବ୍ୟବଧାନରେ ପଠାଯାଏ।
ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାଇ ବିଭିନ୍ନ ପରୀକ୍ଷା କରି ଅଳ୍ପ ଦିନ ପରେ ମହାକାଶଚାରୀମାନେ ପୃଥିବୀକୁ ଫେରି ଆସୁଥିଲେ। ମହାକାଶରେ ଏକ ପରୀକ୍ଷାଗାର ସ୍ଥାପନ କରି ସେଠାରେ ନିରନ୍ତର ପରୀକ୍ଷା ଓ ଗବେଷଣା କରିବା ପାଇଁ ଉଭୟ ସୋଭିଏତ ରୁଷ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଚେଷ୍ଟା କଲେ। କିନ୍ତୁ ରୁଷ୍‌ ୧୮୭୧ ଏପ୍ରିଲ ୧୯ ତାରିଖରେ ପ୍ରଥମ ଅନ୍ତରୀକ୍ଷ କେନ୍ଦ୍ର ‘ସାଲ୍ୟୁଟ-୧’କୁ ଉତ୍‌କ୍ଷେପଣ କରିଥିଲା। ଏଥିରେ ଗୋଟିଏ ପର୍ଯ୍ୟବେକ୍ଷଣାଗାର ଥିଲା। ସାଲ୍ୟୁଟ-୧ର ଓଜନ ୧୮୪୨୫ କିଗ୍ରା ଏବଂ ଦୈର୍ଘ୍ୟ ଓ ବ୍ୟାସ ଯଥାକ୍ରମେ ୧୫.୮ ମିଟର ଏବଂ ୪.୫ ମିଟର ଥିଲା। ଏହା ପାଖକୁ ମାତ୍ର ଦୁଇଥର ମହାକାଶଚାରୀ ଯାଇଥିଲେ। ପ୍ରଥମ ଥର ତିନି ଜଣ ଯାଇଥିଲେ ମାତ୍ର ଡିଜାଇନ୍‌ରେ ତ୍ରୁଟି ଥିବାରୁ ସେମାନଙ୍କର ଯାନ କେନ୍ଦ୍ର ସହିତ ସଂଯୋଗ ହୋଇପାରିଲା ନାହିଁ। ଏଥିପାଇଁ ସେମାନେ ଫେରି ଆସିଲେ। ତ୍ରୁଟି ସୁଧାରିବା ପରେ ଅନ୍ୟ ତିନି ଜଣ ମହାକାଶଚାରୀ ସେଠାରେ ୨୩ ଦିନ ରହି ଫେରିଥିଲେ। ମାତ୍ର ଦୁଃଖର ବିଷୟ ଯେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ଗୋଟିଏ ଭାଲ୍‌ବ ଠିକ୍‌ ଭାବେ କାମ ନ କରିବାରୁ ତିନି ଜଣ ମହାକାଶଚାରୀ ତା’ ଭିତରେ ମୃତ୍ୟୁବରଣ କରିଥିଲେ। ଏହାପରେ ରୁଷ୍‌ ୧୯୭୪ ଏବଂ ୧୯୮୨ ମସିହା ମଧ୍ୟରେ ଆଉ ଛଅଟି ଅନ୍ତରୀକ୍ଷ କେନ୍ଦ୍ର ପଠାଇଥିଲା। ସାଲ୍ୟୁଟ-୬ ଏବଂ ସାଲ୍ୟୁଟ-୭ରେ ମହାକାଶଚାରୀମାନେ ତିନି ମାସରୁ ଅଧିକ ସମୟ ଥିଲେ।
ଯୁକ୍ତରାଷ୍ଟ ଆମେରିକାର ପ୍ରଥମ ଅନ୍ତରୀକ୍ଷ କେନ୍ଦ୍ର ଥିଲା ସ୍କାଏଲାବ। ଏହାକୁ ୧୯୭୩ରେ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ଓଜନ ୯୧ ଟନ୍‌ ଥିଲା ଏବଂ ଆପୋଲୋ ଯାନ ସାହାଯ୍ୟରେ ଖାଦ୍ୟ ଓ ମହାକାଶଚାରୀମାନେ ଏଠାକୁ ଆସୁଥିଲେ। ଏଠାକୁ ତିନି ଥର ମହାକାଶଚାରୀମାନେ ଯାଇଥିଲେ ଏବଂ ପ୍ରତ୍ୟେକ ଥରରେ ତିନି ଜଣ ମହାକାଶଚାରୀ ଥିଲେ। ଏହା ୧୯୭୯ ମସିହାରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଧ୍ୱଂସ ହୋଇଯାଇଥିଲା।
ସୋଭିଏତ ରୁଷ୍‌ ୧୯୮୬ ମସିହାରେ ମିର୍‌ ଅନ୍ତରୀକ୍ଷ କେନ୍ଦ୍ରକୁ ଉତକ୍ଷେପଣ କରିଥିଲା। ଏଠାରେ ମହାକାଶଚାରୀମାନେ ଏକ ବର୍ଷରୁ ଅଧିକ ସମୟ ରହିଥିଲେ। ୧୯୯୧ ମସିହାରେ ସୋଭିଏତ୍‌ ରୁଷ ଭାଗ ହୋଇଯିବା ପରେ ଏହା ରୁଷିଆ ନିୟନ୍ତ୍ରଣକୁ ଆସିଲା। ମାତ୍ର ଏଥିପାଇଁ ଆବଶ୍ୟକ ଅର୍ଥାଭାବ ଦେଖାଦେବାରୁ ଏହାକୁ ଆମେରିକା ବ୍ୟବହାର କରିବା ପାଇଁ ଅନୁମତି ଦିଆଗଲା। ଉଭୟ ଦେଶର ମିଳିତ ଅଭିଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ପ୍ରେରଣା ଦେଲା। ଏଥିରେ କିଛି ତ୍ରୁଟି ଦେଖାଯିବା ପରେ ଏହାକୁ ୨୦୦୧ ମସିହାରେ ପୃଥିବୀର ବାୟୁମଣ୍ଡଳକୁ ଖସାଇ ଧ୍ୱଂସ କରିଦିଆଗଲା।
ଏବେ ୨୫ ଦେଶର ମିଳିତ ଉଦ୍ୟୋଗରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କାର୍ଯ୍ୟ କରୁଛି। ଅବଶ୍ୟ ଏଥିମଧ୍ୟରେ ଭାରତ ନାହିଁ। ଏଥିପାଇଁ ୧୫୦୦୦ କୋଟି ଡଲାର ଖର୍ଚ୍ଚ ହୋଇଛି। ୧୯୯୮ ମସିହାରେ ଏହାର ପ୍ରଥମ ମଡ୍ୟୁଲକୁ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ୨୦୦୦ ମସିହାରୁ ଏଠାରେ ମହାକାଶଚାରୀମାନେ ଅନବରତ ରହି ଗବେଷଣା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶରୁ ୨୮୬ ଜଣ ବ୍ୟକ୍ତି ଏଠାକୁ ଯାଇଛନ୍ତି। ଏହା ୨୦୩୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଯୋଜନା କରାଯାଇଛି।
ଚାଇନା ୨୦୨୧ ମସିହାରେ ନିଜର ମହାକାଶ କେନ୍ଦ୍ର ‘ତିଆଙ୍ଗୋଙ୍ଗ’କୁ ମହାକାଶକୁ ଉତ୍‌କ୍ଷେପଣ କରିଛି ଏବଂ ୨୦୨୨ ମସିହା ଅକ୍ଟୋବରରେ ଏହାକୁ ପ୍ରଥମ ମହାକାଶଚାରୀ ଯାଇ ରହିଛନ୍ତି। ଏହିପରି ବର୍ତ୍ତମାନ କେବଳ ଦୁଇଟି ଅନ୍ତରୀକ୍ଷ କେନ୍ଦ୍ର-ଅନ୍ତରୀକ୍ଷ ମହାକାଶ କେନ୍ଦ୍ର ଏବଂ ତିଆଙ୍ଗୋଙ୍ଗ କାର୍ଯ୍ୟରତ ଅଛି।
ଆମ ଦେଶ ଭାରତ ମହାକାଶ ଅଭିଯାନରେ ଅନେକ କୃତିତ୍ୱ ହାସଲ କରିଛି। ଚନ୍ଦ୍ରପୃଷ୍ଠରେ ଯାନ ଅବତରଣ, ମଙ୍ଗଳ କକ୍ଷରେ ମହାକାଶ ଯାନ ଏବଂ ସୂର୍ଯ୍ୟ ସନ୍ଧାନରେ ମହାକାଶ ଯାନ ପ୍ରେରଣ ହେଉଛି ଏହାର କେତେଗୁଡିଏ କୃତୀ। ଭାରତ ୨୦୨୫ ମସିହାରେ ଗଗନଯାନରେ ମହାକାଶକୁ ନିଜର ମହାକାଶଚାରୀ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ପରିପ୍ରେକ୍ଷୀରେ ଭାରତ ନିଜର ଗୋଟିଏ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛି। କେନ୍ଦ୍ର ସରକାର ଏହି ବର୍ଷ ସେପ୍ଟେମ୍ବରରେ ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ନାମ ରଖାଯାଇଛି ‘ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର’। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାକୁ ଗଗନଯାନ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିବେଚନା କରୁଛି। ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ୨୦୩୫ ମସିହା ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଇସ୍ରୋ ଘୋଷଣା କରିଛି। ଏହାର ପ୍ରଥମ ମଡ୍ୟୁଲକୁ ୨୦୨୮ ସୁଦ୍ଧା ପଠାଯିବ। ଏହାର ଓଜନ ୫୨ ଟନ୍‌ ହେବ ଏବଂ ଏହାକୁ ଭୂପୃଷ୍ଠରୁ ୪୦୦ରୁ ୪୫୦ କିମି ଉଚ୍ଚତା ମଧ୍ୟରେ ଅବସ୍ଥାପିତ କରାଯିବ। ପାଞ୍ଚଟି ମଡ୍ୟୁଲରେ ଏହି କେନ୍ଦ୍ର ନିର୍ମିତ ହେବ ଏବଂ ଏହାର ମୋଟ ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୨୭ ମିଟର ଏବଂ ୨୦ ମିଟର ରହିବ। ଏହା ମଧ୍ୟରେ ଚାରି ଜଣ ମହାକାଶଚାରୀ ଏକାଦିକ୍ରମେ ୩-୪ ମାସ ପର୍ଯ୍ୟନ୍ତ ରହି ଗବେଷଣା କରିପାରିବା ଭଳି ଏହାକୁ ଡିଜାଇନ୍‌ କରାଯାଇଛି। ସୌର ଫଳକ ସାହାଯ୍ୟରେ ଏହା ଆବଶ୍ୟକ ଶକ୍ତି ପାଇବ।
ଆଶାକରାଯାଉଛି, ଉଲ୍ଲେଖନୀୟ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ସହାୟତା କରିବ। ଅତିକମ ମାଧ୍ୟାକର୍ଷଣରେ ଗବେଷଣା କରି ଭାରତୀୟ ମହାକାଶଚାରୀମାନେ ସଫଳତା ଲାଭ କରିବାର ଅନେକ ସମ୍ଭାବନା ରହିଛି। ଏହି କେନ୍ଦ୍ର ଇସ୍ରୋ ଖ୍ୟାତିକୁ ଆହୁରି ବୃଦ୍ଧି କରିବ।

ଇଂ. ମାୟାଧର ସ୍ବାଇଁ
-ଲକ୍ଷ୍ମୀବିହାର ଫେଜ୍‌-୧,
ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri