ଜଳବାୟୁ ପରିବର୍ତ୍ତନରୁ ବଢୁଛି ଡେଙ୍ଗୁ

ଓ୍ବାଶିଂଟନ୍‌,୧୮ା୧୧: ବିଶ୍ୱରେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ୧୯% ମାମଲା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ୨୦୫୦ ସୁଦ୍ଧା ଆହୁରି ୪୦ରୁ ୫୦% ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ ୧୫୦-୨୦୦% ବୃଦ୍ଧି ପାଇବ ବୋଲି ଆମେରିକାନ୍‌ ସୋସାଇଟି ଅଫ୍‌ ଟ୍ରପିକାଲ ମେଡିସିନ୍‌ ଆଣ୍ଡ୍‌ ହାଇଜିନ୍‌ (ଏଏସ୍‌ଟିଏମ୍‌ଏଚ୍‌)ର ବାର୍ଷିକ ବୈଠକରେ ଶନିବାର ଉପସ୍ଥାପିତ ଏକ ସଦ୍ୟ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ଷ୍ଟାନ୍‌ଫୋର୍ଡ ଓ ହାର୍ଭାର୍ଡ ୟୁନିଭର୍ସିଟିର ଗବେଷକମାନେ ମଧ୍ୟ ଏହି ମଶାବାହକ ରୋଗ ବୃଦ୍ଧି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିବା ଭଳି ସ୍ପଷ୍ଟ ପ୍ରମାଣ ପାଇଛନ୍ତି। ଆର୍ଜେଣ୍ଟିନା, କୋଷ୍ଟାରିକା, ଗୁଆଟେମାଲା, ନିକାରାଗୁଆ, ପେରୁ, ବ୍ରାଜିଲ, ଡୋମିନିକ୍‌, ହୋଣ୍ଡୁରାସ୍‌, ପାନାମା, ଉରୁଗୁଏ, ମେକ୍ସିକୋ, ଏଲ୍‌-ସଲଭାଡୋର, ପୁରୁଗୁଏ, କଲମ୍ବିଆ, ଭେନିଜୁଏଲା ଆଦି ଆମେରିକାସ୍‌ ରାଷ୍ଟ୍ର ସମୂହରେ ୨୦୨୩ରେ ୪.୬ ନିୟୁତ ଡେଙ୍ଗୁ ମାମଲା ରେକର୍ଡ କରାଯାଇଥିବାବେଳେ ଚଳିତବର୍ଷ ଏହା ୧୨ ନିୟୁତ ଛୁଇଁଲାଣି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଏଥିରେ ସତର୍କ କରାଯାଇଛି। ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ସଂକ୍ରମଣରୁ ଭାରତ ମଧ୍ୟ ମୁକ୍ତ ନୁହେଁ। ଡେଙ୍ଗୁ ସଂକ୍ରମଣ ଭାରତରେ ବଢ଼ିବାରେ ଲାଗିଛି। ପାଣିପାଗରେ ଉଷ୍ମତା ରହିଲେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ହିମାଚଳ ପ୍ରଦେଶର ଶିମଲା, ଜମ୍ମୁ-କଶ୍ମୀରରେ ଡେଙ୍ଗୁ ମାମଲା ଅଧିକ ରହୁଛି। ଉଚ୍ଚ ଆର୍ଦ୍ରତା ମଶାଙ୍କ ଅଣ୍ଡା ଦେବା ଓ ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଅତ୍ୟଧିକ ବର୍ଷା ଓ ବନ୍ୟାସ୍ଥିତି ପରେ ଜଳାଶୟଗୁଡ଼ିକରେ ପାଣି ଜମିରହୁଥିବାରୁ ଏଭଳି ପରିବେଶ ମଶାଙ୍କୁ ସୁହାଉଛି। ଏସିଆ ଏବଂ ଆମେରିକାସ୍‌ର ୨୧ ରାଷ୍ଟ୍ରରେ ତାପମାତ୍ରା ବୃଦ୍ଧି ଓ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ସମ୍ପର୍କ ଥିବା ଜଣାପଡ଼ିଛି ବୋଲି ଷ୍ଟାନ୍‌ଫୋର୍ଡର ଉଡ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଦି ଏନ୍‌ଭାଇରନ୍‌ମେଣ୍ଟର ସଂକ୍ରମଣ ରୋଗ ବିଶେଷଜ୍ଞ ଏରିନ୍‌ ମୋର୍ଡେକାଇ ସୂଚନା ଦେଇଛନ୍ତି। ଡେଙ୍ଗୁ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥିବାବେଳେ ଏହା ଆଗକୁ ଉଗ୍ରରୂପ ଧାରଣ କରିପାରେ ବୋଲି ସେ ମତ ଦେଇଛନ୍ତି।
ଡେଙ୍ଗୁ ସଂକ୍ରମିତ କେତେଜଣ ବ୍ୟକ୍ତିଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବାବେଳେ ଆଉ କେତେକଙ୍କୁ ଗଣ୍ଠିପୀଡ଼ା ଓ ଜ୍ୱର ହୋଇଥାଏ। ଏପରି କି ଡେଙ୍ଗୁ ରକ୍ତସ୍ରାବର କାରଣ ମଧ୍ୟ ହୋଇଥାଏ। ଡେଙ୍ଗୁ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ନ ଥିବାବେଳେ ଦୁଇଟି ଲାଇସେନ୍ସପ୍ରାପ୍ତ ଭାକ୍ସିନ ଉପଲବ୍ଧ ରହିଛି। ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ପୂର୍ବରୁ ୬୦% ଡେଙ୍ଗୁ ମାମଲା ଦେଖିବାକୁ ମିଳୁଥିଲା ଉତ୍ସର୍ଜନ ହ୍ରାସ କରାଗଲେ ୨୦୫୦ ସୁଦ୍ଧା ସେଠାରେ ଏହାକୁ ୪୦% ଭିତରେ ସୀମିତ ରଖାଯାଇପାରିବ। ଅନ୍ୟପକ୍ଷେ ଉତ୍ସର୍ଜନ ହ୍ରାସ ସତ୍ତ୍ୱେ ତାପମାତ୍ରା ବୃଦ୍ଧି ଘଟିଚାଲିଲେ ୨୧ ଦେଶ ମଧ୍ୟରୁ ୧୭ ଦେଶରେ ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ବଢ଼ିପାରେ ବୋଲି ବୈଶ୍ୱିକ ଜଳବାୟୁ ମଡେଲଗୁଡ଼ିକରୁ ପୂର୍ବାନୁମାନ କରାଯାଇଛି। ବିଶେଷଜ୍ଞ ଏରିନ୍‌ ମୋର୍ଡେକାଇ ଆହୁରି କହିଛନ୍ତି, ବର୍ତ୍ତମାନ ଡେଙ୍ଗୁ ବହୁଳ ଅଞ୍ଚଳ ୨୦ରୁ ୨୯ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଦେଇ ଗତିକରୁଥିବାବେଳେ ସେଗୁଡ଼ିକ ଭୂତାଣୁ ସଂକ୍ରମଣ ପାଇଁ ‘ସୁଇଟ୍‌ ସ୍ପଷ୍ଟ’ ପାଲଟିଛି। ପେରୁ, ମେକ୍ସିକୋ, ବୋଲିଭିଆ ଓ ବ୍ରାଜିଲ ପ୍ରତି ଆଗକୁ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବିପଦ ରହିଛି। ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହି ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣ ୧୫୦ରୁ ୨୦୦%କୁ ବୃଦ୍ଧିପାଇପାରେ।
ଆମେରିକାରେ ଚଳିତବର୍ଷ ୭,୨୦୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି, ଯାହାକି ଗତବର୍ଷର ଦୁଇଗୁଣ। ୨୦୧୩ ପରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ନ ଥିଲେ। ଡେଙ୍ଗୁ ବାହକ ମଶା ଏଡିସ୍‌ ଏଜିପ୍ଟି ୬୮ରୁ ୮୨ ଫାରେନ୍‌ହିଟ୍‌ ତାପମାତ୍ରା ଥିବା ଅଞ୍ଚଳରୁ ଭୂତାଣୁ ସଂକ୍ରମଣ କରିବାକ୍‌ୁ ସର୍ବାଧିକ ସକ୍ଷମ ହୋଇଥାଏ। ସବୁଜ ଗୃହ ଉତ୍ସର୍ଜନକୁ ଦୃଷ୍ଟାନ୍ତମୂଳକ ଭାବେ ରୋକାଗଲେ ମଧ୍ୟ ଅନେକ ଦେଶରେ ଜଳବାୟୁ ପରିବର୍ତ୍ତନଜନିତ ଡେଙ୍ଗୁ ସଂକ୍ରମଣ କମିବା ଆଶା ଦିଶୁନାହିଁ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?