ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା ହୁଏ। ବାନ୍ତି ଲାଗେ। ଏହାକୁ ଠେଙ୍ଗା ଜ୍ୱର କିମ୍ବା ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ। ଏହି ଜ୍ୱର ଗୋଟିଏ ସପ୍ତାହ ପରେ କମିଯାଏ। ମୃତ୍ୟୁହାର ଏକ ଶତାଂଶରୁ କମ୍‌। ତେଣୁ କୋଭିଡ୍‌ ସଂକ୍ରମଣ ପରି ଏଥିରେ ଭୟଭୀତ ହେବାର କାରଣ ନାହିଁ। ପରିବେଶ ସହିତ ନାଳ ନର୍ଦ୍ଦମା ସଫା ନ ହେଲେ ଏଡିସ୍‌ ମଶା ବଂଶ ବୃଦ୍ଧି କରି ରୋଗ ବିସ୍ତାର କରେ। ଏହି ମଶାମାନେ ଦିନରେ କାମୁଡ଼ନ୍ତି ଓ ମୁଖ୍ୟତଃ ସହଜରେ ରୋଗ ସଂକ୍ରମଣ କରନ୍ତି। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର ତିନି ଦିନ ପର୍ଯ୍ୟନ୍ତ ବହୁତ ଜ୍ୱର ହୁଏ। ଏହି ସମୟରେ ରୋଗ ନିରୂପଣ କଷ୍ଟ ହୁଏ। ହାତକୁ ବାନ୍ଧି ଦେଲେ ତିନି ଭାଗ ଲାଲ ପଡ଼ିଯାଏ। ଏହି ସମୟରେ ରକ୍ତରେ ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍‌ ପରିମାଣ ହ୍ରାସ ଘଟେ। ପ୍ଲେଟଲେଟ୍‌ କମିଯିବା ଦ୍ୱାରା ମସ୍ତିିଷ୍କ, ଫୁସ୍‌ଫୁସ୍‌, ଲିଭର, କିଡ୍‌ନୀ ଓ ଅନ୍ତ୍ରରେ ରକ୍ତସ୍ରାବ ହୁଏ। ଭୋକ କମିଯାଏ। ଏହାର ୪୮ ଘଣ୍ଟା ପରେ ଜ୍ୱର କମିଯାଏ ଓ ଖାଇବାକୁ ଇଚ୍ଛା ହୁଏ। ଏହାସହିତ ଦେହ କୁଣ୍ଡାଇ ହୁଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହୃତ୍‌ସ୍ପନ୍ଦନ (ହାର୍ଟବିଟ୍‌) କମିଯାଏ। ଏହା ହେଉଛି ଆରୋଗ୍ୟ ହେବାର ଲକ୍ଷଣ।
ବର୍ଷାଋତୁରେ ଅତ୍ୟଧିକ ଜ୍ୱର ହୋଇ ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍‌ ପରିମାଣ କମିଗଲେ ଡେଙ୍ଗୁ ହୋଇଥିବାର ଆଶଙ୍କା କରାଯାଏ। ଏହି ସମୟରେ ରୋଗୀର ରକ୍ତରେ ‘ଏନ୍‌-ଏସ୍‌-୧’ ଆଣ୍ଟିଜେନ୍‌ ପରୀକ୍ଷା କଲେ ରୋଗ ଠିକ୍‌ ଭାବରେ ନିରୂପଣ କରିହୁଏ। ଟିପ ଫୋଡ଼ି ‘କାଲେଟ୍‌’ ଦ୍ୱାରା ରକ୍ତ ପରୀକ୍ଷା କଲେ ସଠିକତା ପ୍ରଶ୍ନବାଚୀ ହୁଏ। ତେଣୁ ‘ଏଲିସା’ ପରୀକ୍ଷା କରି ଡେଙ୍ଗୁ ନିରୂପଣ କରିବା ଉଚିତ। ଶରୀରରେ ଭୂତାଣୁ ପ୍ରବେଶର ୫ ଦିନ ପରେ ଆଇ-ଜି-ଏମ୍‌ ଆଣ୍ଟିବଡି ସୃଷ୍ଟି ହୁଏ। ଏହି ସମୟରେ ପରୀକ୍ଷା ଅନାବଶ୍ୟକ। ଆକ୍ରାନ୍ତ ହେବାର ୫ଦିନ ବେଳକୁ ରୋଗ ଲକ୍ଷଣ ବିହୀନ ହୋଇଯାଇଥିବ। ଜ୍ୱର ହେବାର ପ୍ରଥମ ଦିନରେ ରୋଗ ଚିହ୍ନଟ ହୋଇ ନ ପାରିଲେ, ରୋଗୀକୁ ଆସନ୍ନ ମୃତ୍ୟୁରୁ ରକ୍ଷା କରାଯାଇପାରିବ ନାହିଁ। ପ୍ଲେଟଲେଟ୍‌ କମିଯିବା ଫଳରେ ଦେହ ଭିତରେ ରକ୍ତସ୍ରାବ ହୋଇ ରୋଗୀମୃତ୍ୟୁର କାରଣ ହେବ। ତେଣୁ ବହୁତ ଜ୍ୱର ହେଲେ ଡେରି ନ କରି ରକ୍ତରେ ପ୍ଲେଟଲେଟ୍‌ ପରିମାଣ ନିର୍ଣ୍ଣୟ କରିନେବା ଉଚିତ। ଯନ୍ତ୍ର ସାହାଯ୍ୟରେ ନ କରି ଅଣୁବୀକ୍ଷଣ ଯନ୍ତ୍ରରେ ଆଖି ଦ୍ୱାରା ପ୍ଲେଟଲେଟ୍‌ ଗଣିଲେ ଠିକ୍‌ ନିର୍ଣ୍ଣୟ ହୋଇପାରିବ। ଏହା ୧୦ ହଜାରରୁ କମିଗଲେ ତୁରନ୍ତ ରୋଗୀକୁ ପ୍ଲେଟଲେଟ୍‌ ରକ୍ତରେ ଦେବା ଉଚିତ। ନଚେତ୍‌ ରକ୍ତସ୍ରାବ ହୋଇ ରୋଗୀର ମୃତ୍ୟୁ ଆଶଙ୍କା ଯଥେଷ୍ଟ ରହିଛି।
ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନ ଥାଏ। ଜ୍ୱର ଓ ଯନ୍ତ୍ରଣା ପାଇଁ ‘ପାରାଏସିଟାମଲ୍‌’ ବଟିକା ଦିଆଯାଇପାରେ। ବେଶି ପରିମାଣରେ ସାଲାଇନ୍‌ ଦେବା ଅନୁଚିତ। କାରଣ ଏହାର ପରିମାଣ ଆବଶ୍ୟକତାଠାରୁ ଅଧିକ ହେଲେ ତାହା ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡରେ ଜମି ରହିବ। ଜ୍ୱର ହେବାର ପ୍ରଥମ ଦୁଇ ଦିନ ରୋଗୀ ପାଇଁ ସତର୍କ ଘଣ୍ଟି। ଏହା ପାରି ହୋଇଗଲେ ଆଉ ବିପଦ ନ ଥାଏ। ଜ୍ୱର କମିଯିବା, ନାଡ଼ିର ଗତି କମି ସାଧାରଣ ସ୍ତରକୁ ଆସିବା, ଭୋକ ଲାଗିବା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟଲେଟ୍‌ ବୃଦ୍ଧି ହେବା ଆରୋଗ୍ୟ ହେବାର ଲକ୍ଷଣ। ଜ୍ୱର ହେବାର ପ୍ରଥମ ଦିନରେ ‘ଏଲିସା’ ରକ୍ତ ପରୀକ୍ଷା ଭୂତାଣୁର ଆଣ୍ଟିଜେନ୍‌ ନିର୍ଣ୍ଣୟ ପାଇଁ ଓ ପ୍ଲେଟଲେଟ୍‌ ଓ ଶ୍ୱେତ ରକ୍ତକଣିକା ନିର୍ଣ୍ଣୟ ପାଇଁ ଅନିବାର୍ଯ୍ୟ। ଏହା ରୋଗ ନିରୂପଣ ଓ ଚିକିତ୍ସାର ମୂଳମନ୍ତ୍ର। ଡେଙ୍ଗୁ କୋଭିଡ୍‌ ପରି ମାରାତ୍ମକ ନୁହେଁ। ତେଣୁ ଜନସାଧାରଣ ଭୟଭୀତ ହେବା ଉଚିତ ନୁହେଁ।

ଡା. ଦ୍ୱିଜେଶ କୁମାର ପଣ୍ଡା
– ୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଗାରେ ଅଳତା ଯୋଗୁ ମିଳେ ଏସବୁ…

ବିବାହିତା ମହିଳା ପାଦରେ ଅଳତା ଲଗାଇବା ଏକ ପରମ୍ପରା ଭାବେ ଭାରତୀୟ ସଂସ୍କୃତିରେ ରହି ଆସିଛି। ତେବେ ଏହାଦ୍ୱାରା ବହୁବିଧ ଉପକାର ମିଳିଥାଏ। ଅଳତା ଶରୀରରେ...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ଗ୍ରୀନ ଟି

  ଗ୍ରୀନ ଟି ଅଧିକ ଲାଭଦୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା

ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର...

ବିଜ୍ଞାନ ଓ ସାମ୍ବାଦିକତା

ସାରା ବିଶ୍ୱରେ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି ଅସଂଖ୍ୟ ଘଟଣା। କିନ୍ତୁ ସବୁ ଘଟଣା ଖବର ଭାବରେ ଗୁରୁତ୍ୱ ପାଇନଥାଏ। ଯେଉଁ ଘଟଣାଟି...

ଅଧିକ ଅଣ୍ଡା ଖାଇବା ଶରୀର ପାଇଁ ହାନିକାରକ

ପ୍ରୋଟିନ ଭରପୂର ଅଣ୍ଡା ସମସ୍ତେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି, ଅଧିକ...

ରୂପ ଦେଖିବେ ନା ଗୁଣ- କିଭଳି ବାଛିବେ ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ହୁଅନ୍ତୁ ଆଦର୍ଶ ଅଭିଭାବକ

ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକଙ୍କର। କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି...

ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି...

Advertisement
Archives

Model This Week