
ନୂଆଦିଲ୍ଲୀ, ୯।୮: ଆୟକର ବିଭାଗ ପକ୍ଷରୁ ଫେସ୍ଲେସ୍ ଆସେସ୍ମେଣ୍ଟ ସ୍କିମ ଅଧିନରେ ଅଭିଯୋଗ ଦାଖଲ ପାଇଁ ୩ଟି ଇମେଲ ଠିକଣା ଜାରି କରାଯାଇଛି। ଏହି ମେଲ୍ ଆଇଡିଗୁଡିକ ମଧ୍ୟରେ ଫେସଲେସ ମୂଲ୍ୟାୟନ ପାଇଁ [email protected], ଫେସଲେସ ପେନାଲ୍ଟି ପାଇଁ [email protected], ଫେସଲେସ ଅପିଲ ଲାଗି [email protected] ରହିଥିବା ଜଣାପଡିଛି। ଏହି ସ୍କିମ୍ରେ ଟିକସଦାତାଙ୍କୁ ଆୟକର ବିଭାଗର କୌଣସି ଅଧିକାରୀଙ୍କୁ ସାକ୍ଷାତ୍ କରିବାର କୌଣସି ଆବଶ୍ୟକତା ନାହିଁ। ବିଭାଗ ସୋସିଆଲ ମିଡିଆ ଜରିଆରେ କହିଛି ଯେ, ଟିକସ ଦାତାଙ୍କୁ ପ୍ରଦାନ କରାଯାଉଥିବା ସେବାକୁ ଆହୁରି ଉନ୍ନତ କରିବା ଲାଗି ପଡି ରହିଥିବା ମାମଲାଗୁଡିକର ସମାଧାନ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଫେସ୍ଲେସ ସ୍କିମରେ ଏହି ମାମଲାଗୁଡିକର ଅଭିଯୋଗ ଦାଖଲ ଲାଗି ନୂଆ ଇ-ମେଲ ଠିକଣା ଜାରି କରାଯାଇଛି। ୩ଟି ଭିନ୍ନ ଭିନ୍ନ ଆଇଡି ଦ୍ୱାରା ଲୋକମାନେ ନିଜ ସୁବିଧା ଦ୍ୱାରା ଅଭିଯୋଗ ଦାଖଲ କରିପାରିବେ। ଫେସ୍ଲେସ ଆସେସମେଣ୍ଟ ବା ଇ-ଆସେସମେଣ୍ଟ ଅଧିନରେ ଟିକସଦାତା ଏବଂ ଟିକସ ଅଧିକାରୀ ମଧ୍ୟରେ ଦେଖା ସାକ୍ଷାତ ହୋଇ ନ ଥାଏ।