ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା ହୁଏ। ବାନ୍ତି ଲାଗେ। ଏହାକୁ ଠେଙ୍ଗା ଜ୍ୱର କିମ୍ବା ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ। ଏହି ଜ୍ୱର ଗୋଟିଏ ସପ୍ତାହ ପରେ କମିଯାଏ। ମୃତ୍ୟୁହାର ଏକ ଶତାଂଶରୁ କମ୍‌। ତେଣୁ କୋଭିଡ୍‌ ସଂକ୍ରମଣ ପରି ଏଥିରେ ଭୟଭୀତ ହେବାର କାରଣ ନାହିଁ। ପରିବେଶ ସହିତ ନାଳ ନର୍ଦ୍ଦମା ସଫା ନ ହେଲେ ଏଡିସ୍‌ ମଶା ବଂଶ ବୃଦ୍ଧି କରି ରୋଗ ବିସ୍ତାର କରେ। ଏହି ମଶାମାନେ ଦିନରେ କାମୁଡ଼ନ୍ତି ଓ ମୁଖ୍ୟତଃ ସହଜରେ ରୋଗ ସଂକ୍ରମଣ କରନ୍ତି। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର ତିନି ଦିନ ପର୍ଯ୍ୟନ୍ତ ବହୁତ ଜ୍ୱର ହୁଏ। ଏହି ସମୟରେ ରୋଗ ନିରୂପଣ କଷ୍ଟ ହୁଏ। ହାତକୁ ବାନ୍ଧି ଦେଲେ ତିନି ଭାଗ ଲାଲ ପଡ଼ିଯାଏ। ଏହି ସମୟରେ ରକ୍ତରେ ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍‌ ପରିମାଣ ହ୍ରାସ ଘଟେ। ପ୍ଲେଟଲେଟ୍‌ କମିଯିବା ଦ୍ୱାରା ମସ୍ତିିଷ୍କ, ଫୁସ୍‌ଫୁସ୍‌, ଲିଭର, କିଡ୍‌ନୀ ଓ ଅନ୍ତ୍ରରେ ରକ୍ତସ୍ରାବ ହୁଏ। ଭୋକ କମିଯାଏ। ଏହାର ୪୮ ଘଣ୍ଟା ପରେ ଜ୍ୱର କମିଯାଏ ଓ ଖାଇବାକୁ ଇଚ୍ଛା ହୁଏ। ଏହାସହିତ ଦେହ କୁଣ୍ଡାଇ ହୁଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହୃତ୍‌ସ୍ପନ୍ଦନ (ହାର୍ଟବିଟ୍‌) କମିଯାଏ। ଏହା ହେଉଛି ଆରୋଗ୍ୟ ହେବାର ଲକ୍ଷଣ।
ବର୍ଷାଋତୁରେ ଅତ୍ୟଧିକ ଜ୍ୱର ହୋଇ ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍‌ ପରିମାଣ କମିଗଲେ ଡେଙ୍ଗୁ ହୋଇଥିବାର ଆଶଙ୍କା କରାଯାଏ। ଏହି ସମୟରେ ରୋଗୀର ରକ୍ତରେ ‘ଏନ୍‌-ଏସ୍‌-୧’ ଆଣ୍ଟିଜେନ୍‌ ପରୀକ୍ଷା କଲେ ରୋଗ ଠିକ୍‌ ଭାବରେ ନିରୂପଣ କରିହୁଏ। ଟିପ ଫୋଡ଼ି ‘କାଲେଟ୍‌’ ଦ୍ୱାରା ରକ୍ତ ପରୀକ୍ଷା କଲେ ସଠିକତା ପ୍ରଶ୍ନବାଚୀ ହୁଏ। ତେଣୁ ‘ଏଲିସା’ ପରୀକ୍ଷା କରି ଡେଙ୍ଗୁ ନିରୂପଣ କରିବା ଉଚିତ। ଶରୀରରେ ଭୂତାଣୁ ପ୍ରବେଶର ୫ ଦିନ ପରେ ଆଇ-ଜି-ଏମ୍‌ ଆଣ୍ଟିବଡି ସୃଷ୍ଟି ହୁଏ। ଏହି ସମୟରେ ପରୀକ୍ଷା ଅନାବଶ୍ୟକ। ଆକ୍ରାନ୍ତ ହେବାର ୫ଦିନ ବେଳକୁ ରୋଗ ଲକ୍ଷଣ ବିହୀନ ହୋଇଯାଇଥିବ। ଜ୍ୱର ହେବାର ପ୍ରଥମ ଦିନରେ ରୋଗ ଚିହ୍ନଟ ହୋଇ ନ ପାରିଲେ, ରୋଗୀକୁ ଆସନ୍ନ ମୃତ୍ୟୁରୁ ରକ୍ଷା କରାଯାଇପାରିବ ନାହିଁ। ପ୍ଲେଟଲେଟ୍‌ କମିଯିବା ଫଳରେ ଦେହ ଭିତରେ ରକ୍ତସ୍ରାବ ହୋଇ ରୋଗୀମୃତ୍ୟୁର କାରଣ ହେବ। ତେଣୁ ବହୁତ ଜ୍ୱର ହେଲେ ଡେରି ନ କରି ରକ୍ତରେ ପ୍ଲେଟଲେଟ୍‌ ପରିମାଣ ନିର୍ଣ୍ଣୟ କରିନେବା ଉଚିତ। ଯନ୍ତ୍ର ସାହାଯ୍ୟରେ ନ କରି ଅଣୁବୀକ୍ଷଣ ଯନ୍ତ୍ରରେ ଆଖି ଦ୍ୱାରା ପ୍ଲେଟଲେଟ୍‌ ଗଣିଲେ ଠିକ୍‌ ନିର୍ଣ୍ଣୟ ହୋଇପାରିବ। ଏହା ୧୦ ହଜାରରୁ କମିଗଲେ ତୁରନ୍ତ ରୋଗୀକୁ ପ୍ଲେଟଲେଟ୍‌ ରକ୍ତରେ ଦେବା ଉଚିତ। ନଚେତ୍‌ ରକ୍ତସ୍ରାବ ହୋଇ ରୋଗୀର ମୃତ୍ୟୁ ଆଶଙ୍କା ଯଥେଷ୍ଟ ରହିଛି।
ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନ ଥାଏ। ଜ୍ୱର ଓ ଯନ୍ତ୍ରଣା ପାଇଁ ‘ପାରାଏସିଟାମଲ୍‌’ ବଟିକା ଦିଆଯାଇପାରେ। ବେଶି ପରିମାଣରେ ସାଲାଇନ୍‌ ଦେବା ଅନୁଚିତ। କାରଣ ଏହାର ପରିମାଣ ଆବଶ୍ୟକତାଠାରୁ ଅଧିକ ହେଲେ ତାହା ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡରେ ଜମି ରହିବ। ଜ୍ୱର ହେବାର ପ୍ରଥମ ଦୁଇ ଦିନ ରୋଗୀ ପାଇଁ ସତର୍କ ଘଣ୍ଟି। ଏହା ପାରି ହୋଇଗଲେ ଆଉ ବିପଦ ନ ଥାଏ। ଜ୍ୱର କମିଯିବା, ନାଡ଼ିର ଗତି କମି ସାଧାରଣ ସ୍ତରକୁ ଆସିବା, ଭୋକ ଲାଗିବା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟଲେଟ୍‌ ବୃଦ୍ଧି ହେବା ଆରୋଗ୍ୟ ହେବାର ଲକ୍ଷଣ। ଜ୍ୱର ହେବାର ପ୍ରଥମ ଦିନରେ ‘ଏଲିସା’ ରକ୍ତ ପରୀକ୍ଷା ଭୂତାଣୁର ଆଣ୍ଟିଜେନ୍‌ ନିର୍ଣ୍ଣୟ ପାଇଁ ଓ ପ୍ଲେଟଲେଟ୍‌ ଓ ଶ୍ୱେତ ରକ୍ତକଣିକା ନିର୍ଣ୍ଣୟ ପାଇଁ ଅନିବାର୍ଯ୍ୟ। ଏହା ରୋଗ ନିରୂପଣ ଓ ଚିକିତ୍ସାର ମୂଳମନ୍ତ୍ର। ଡେଙ୍ଗୁ କୋଭିଡ୍‌ ପରି ମାରାତ୍ମକ ନୁହେଁ। ତେଣୁ ଜନସାଧାରଣ ଭୟଭୀତ ହେବା ଉଚିତ ନୁହେଁ।

ଡା. ଦ୍ୱିଜେଶ କୁମାର ପଣ୍ଡା
– ୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri