ନୂଆ କରୋନା ଅଇନ ନେଇ ଲୋକଙ୍କ ପକ୍ଷରୁ ପ୍ରଦର୍ଶନ…

ଆମେଷ୍ଟରଡମ୍‌,୨୦।୧୧: ନେଦରଲାଣ୍ଡରେ ଟତକାକରଣ କରାଯାଇ ନ ଥିବା ଲୋକଙ୍କୁ କେତେକ ସ୍ଥାନରେ ପ୍ରବେଶ କରିବାକୁ ବାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ନୂଆ ଆଇନକୁ ବିରୋଧରେ କରି ଶୁକ୍ରବାର ରାତିରେ ଲୋକେ ରୋଟର୍ଡାମରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଗୁଳି ଚାଳନା କରିବାକୁ ପଡ଼ିଛି। ଫଳରେ କେତେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନେଦରଲ୍ୟାଣ୍ଡର ବ୍ରଡକାଷ୍ଟର ଏନଏସଓ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରଣ କରଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଲାଗିଥିବା ଦେଖିବାକୁ ମିଳୁଛି।

ରୋଟର୍ଡାମର ସହରର ଅବସ୍ଥା ଏବେ ବି ଉତ୍ତେଜନାପୂର୍ଣ୍ଣ ଏବଂ ଏଠାରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ଇତିମଧ୍ୟରେ କେତେକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।
ପୋଲିସ କହିଛି ଯେ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ ଆହତ ହୋଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରେଳ ଷ୍ଟେସନ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଦିରେ ୫ ୟେମେନ୍‌ ନାଗରିକଙ୍କ ମୁଣ୍ଡକାଟ୍‌

ରିୟାଧ, ୧।୩:ହତ୍ୟା ଏବଂ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ୟେମେନ୍‌ର ୫ ନାଗରିକଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୫ ଜଣ ଅହମଦ୍‌ ଅଲ୍‌...

ଆଣବିକ ଯୁଦ୍ଧ ଭୟ ଦେଖାଇଲେ ପୁଟିନ୍‌

ମସ୍କୋ,୧।୩:ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯଦି ସେମାନଙ୍କ ସୈନ୍ୟ ପଠାନ୍ତି, ତେବେ ଆଣବିକ ଯୁଦ୍ଧର ଭୟ ରହିଛି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌...

ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ: ୪୩ ମୃତ, ଭୟରେ ଛାତ ଉପରୁ ଡେଇଁଲେ ଲୋକେ

ଢାକା,୧।୩: ବାଂଲାଦେଶର ରାଜଧାନୀ ଢାକାରେ ଏକ ମହଲା ବିଶିଷ୍ଟ ଶପିଂ ମଲରେ ଅଗ୍ନିକାଣ୍ଡ କାଣ୍ଡ ଘଟି ଅତି କମରେ ୪୩ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ...

ସହାୟତା ନେବାକୁ କରିଥିଲେ ଅପେକ୍ଷା: ଏୟାରଷ୍ଟ୍ରାଇକ୍‌ରେ ଚାଲିଗଲା ୧୦୪ ଜୀବନ

ରାଫାହ,୨୯।୨: ଗାଜା ସିଟିରେ ମାନବୀୟ ସହାୟତା ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପାଲେଷ୍ଟିନୀୟମାନଙ୍କ ଉପରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ୧୦୪ ଜଣଙ୍କ ମୃତ୍ୟୁ ଘଟିବା...

୩ ଥର ପ୍ରଧାନମନ୍ତ୍ରୀ ପରେ ଏଥର ସାଂସଦ ଭାବେ ଶପଥ ନେଲେ ସରିଫ

ଇସଲାମାବାଦ,୨୯।୨: ଦେଶର ନୂତନ ନିର୍ବାଚିତ ସାଂସଦମାନେ ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ଜାତୀୟ ସଭାର ଅଧିବେଶନ ଡାକିବା ପରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ...

ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍‌ ଅଛନ୍ତି। ହ୍ବାଇଟ୍‌...

୧୦୦ ବର୍ଷ ଆଗୁଆ ଭାରତ, ଗଗନୟାନ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ

ଇସଲାମାବାଦ୍‌,୨୯।୨: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ୨୦୨୫ରେ ଗଗନୟାନ୍‌ ମିଶନ ମାଧ୍ୟମରେ ୪ଜଣ ଯାତ୍ରୀଙ୍କୁ ମହାକାଶକୁ ପଠାଇବ। ପୃଥିବୀର କକ୍ଷପଥକୁ ପଠାଇବାକୁ ମନୋନୀତ ହୋଇଥିବା...

ଜଳୁଛି ଟେକ୍ସାସ ଜଙ୍ଗଲ: ପରମାଣୁ ଅସ୍ତ୍ରଶସ୍ତ୍ର ୟୁନିଟ୍‌ରେ କାମ ବନ୍ଦ

ଓ୍ବାଶିଂଟନ,୨୯ା୨: ଟେକ୍ସାସ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ବୁଧବାର ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହା ହଜାର ହଜାର ଲୋକଙ୍କୁ ପ୍ରଭାବିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri