ବିରୋଧ ସତ୍ତ୍ୱେ ଦିଘି ଗ୍ରାମରେ ଉଚ୍ଛେଦ

ତାଳଚେର,୮।୬(ନି.ପ୍ର.) – ତାଳଚେର ବ୍ଲକ ଦିଘି ଗ୍ରାମଦେଇ ଫ୍ଲାଏ ଓଭର ବ୍ରିଜ ଯିବାକୁ ଥିବାରୁ ମଙ୍ଗଳବାର ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ସକାଳେ ତାଳଚେର ପ୍ରଶାସନ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଶାସନ ପୋଲିସ ବାହିନୀ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଆରମ୍ଭ କରିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ୧୪ ଗ୍ରାମବାସୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଏହି ଉଚ୍ଛେଦ ପ୍ରକିୟା ସମୟରେ ତାଳଚେର ଏସ୍‌ଡିପିଓ ଏସ. ସ୍ବାତୀ କୁମାରୀ, ଉପଜିଲାପାଳ ବିଶ୍ୱରଞ୍ଜନ ରଥ, ତହସିଲଦାର ମନ୍ମଥ ନାୟକ, ବିଭିନ୍ନ ଥାନାର ଅଧିକାରୀ ଓ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ରାଜ୍ୟ ସରକାର ଓ ପୂର୍ବତଟ ରେଲଓ୍ବେର ମିଳିତ ସହଯୋଗରେ ତାଳଚେର ଥର୍ମାଲ ନିକଟ ତଥା ଦିଘି ଗ୍ରାମ ନେଇ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଏହି ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ପ୍ରଶାସନର ବହୁବାର ଆଲୋଚନା ହୋଇସାରିଛି। ତେବେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ବଜାର ମୂଲ୍ୟର ୪ ଗୁଣା ଅନୁସାରେ କ୍ଷତିପୂରଣ ପ୍ରଦାନ, ନିଯୁକ୍ତି ଓ ଥଇଥାନ କରିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଅନୁଗୋଳ ଜିଲାପାଳଙ୍କୁ ଗତ ୪ ଏପ୍ରିଲରେ ଏକ ପତ୍ର ଲେଖାଯାଇ ଗ୍ରାମବାସୀଙ୍କ ଦାବି ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା। ଏହାସତ୍ତ୍ୱେ ପୂର୍ବ ସୂଚନା ନ ଦେଇ ଗ୍ରାମବାସୀଙ୍କୁ ଉକ୍ତ ସ୍ଥାନରୁ ଉଚ୍ଛେଦ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଜିଲାପାଳ କହିଛନ୍ତି, ଏହା କୌଣସି ଉଚ୍ଛେଦ ପ୍ରକ୍ରିୟା ନୁହେଁ। ୨୦୧୫ରୁ ଏଥିପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ୧୦ କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ୬ ପରିବାର ଟଙ୍କା ନେଇ ସାରିଥିବାବେଳେ ୪ ପରିବାର ଟଙ୍କା ନେଉନାହାନ୍ତି। ସେମାନଙ୍କ ଟଙ୍କା ବ୍ୟାଙ୍କରେ ଜମା ରହିଛି। ଗ୍ରାମବାସୀ ଅଧିକ କ୍ଷତିପୂରଣ ଦାବି କରିଥିଲେ। ପୋଲିସ ୧୪ ଜଣଙ୍କୁ ଅଟକ ରଖିଥିଲା। କୋର୍ଟ ନିର୍ଦ୍ଦେଶ ଦେଲେ ଅଧିକ କ୍ଷତିପୂରଣ ଦିଆଯିବାରେ ଅସୁବିଧା ନାହିଁ ବୋଲି ଉପଜିଲାପାଳ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri