‘ଆଶ୍ରମ’ ଓ୍ବେବ୍‌ ସିରିଜ୍‌ ନାଁ ବଦଳାଇବାକୁ ଦାବି

ଭୋପାଳ, ୨୬।୧୦: ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଓ୍ବେବ୍‌ ସିରିଜ୍‌ ‘ଆଶ୍ରମ’ର ନାମ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ରବିବାର ବଜରଙ୍ଗ ଦଳ କର୍ମୀମାନେ ଶୁଟିଂ ସେଟ୍‌ରେ ଆକ୍ରମଣ କରି ଭଙ୍ଗାରୁଜା କରିବା ପରେ ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସେମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। ଜାଣିଶୁଣି ହିନ୍ଦୁଧର୍ମକୁ ଟାର୍ଗେଟ କରାଯାଉଛି। ଓ୍ବେବ୍‌ ସିରିଜ୍‌ ନାଁ ବଦଳାଯିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଡାବର କମ୍ପାନୀର ଏକ ବିଜ୍ଞାପନରେ ସମଲିଙ୍ଗୀ ଦମ୍ପତି କରଓ୍ବା ଚୌଥ୍‌ ପାଳନ କରୁଥିବା ଦେଖାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭୋପାଳର ଆରେରା ହିଲ୍‌ସଠାରେ ରବିବାର ସନ୍ଧ୍ୟାରେ ପ୍ରକାଶ ଝା’ଙ୍କ ‘ଆଶ୍ରମ-୩’ର ଶୁଟିଂ ଚାଲିଥିବାବେଳେ ବଜରଙ୍ଗ ଦଳ କର୍ମୀମାନେ ପହଞ୍ଚତ୍ ଭଙ୍ଗାରୁଜା କରିବା ଜଣେ କର୍ମଚାରୀଙ୍କୁ ଧରିନେଇ ଲାଇଟ୍‌ ଷ୍ଟାଣ୍ଡରେ ପିଟିଥିଲେ। ଉତ୍ତ୍ୟକ୍ତ ଲୋକେ ପ୍ରକାଶ ଝାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ। ‘ଆଶ୍ରମ’ ନାମରେ ହିନ୍ଦୁଧର୍ମ ପ୍ରତି ଅପମାନ କରାଯାଇଛି। ଏହାର ନାମ ପରିବର୍ତ୍ତନ କରା ନ ଗଲେ ଉକ୍ତ ସିରିଜକୁ ପ୍ରସାରଣ ଅନୁମତି ଦିଆଯିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପହଞ୍ଚିଲା ଶାହାରୁଖଙ୍କ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ବକ୍ସ ଅଫିସରେ ଖୁବ ଭଲ କଲେକସନ କରିଛି । ସାରା ବିଶ୍ୱରେ ଏହା ୬୦୦ କୋଟି ଆୟ...

ଶାହିଦ୍‌ କପୁରଙ୍କ ପୁରୁଣା ପ୍ରେମିକା…

ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍‌ କପୁର। ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ଶାହିଦ୍‌ ଏହା...

ଗୁଜରାଟରେ ଆଉ ଥରେ ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର-କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଏକ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ...

ସୁସ୍ଥ ହେଉଛନ୍ତି ଟ୍ରାଜେଡି କିଙ୍ଗ

ମୁମ୍ବାଇ,୨ ।୭: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାର ବୟସାଧିକ୍ୟ ରୋଗ ଯୋଗୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ...

ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ...

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌...

‘ସ୍ମାର୍ଟ ଯୋଡି’ ଶୋ’ର ଓ୍ବିନର ହେଲେ ଏହି ଯୋଡ଼ି

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ବିବାହ ପରେ ଅନେକ ରିଆଲିଟି ଶୋ’ରେ ନଜର ଆସନ୍ତି। ନିକଟରେ ‘ସ୍ମାର୍ଟ ଯୋଡି’ ଶୋ’ରେ ଏହି ଦମ୍ପତ୍ତଙ୍କର...

ଜନ୍ମଦିନରେ ଦୁବଇ ସରକାରଙ୍କ ପକ୍ଷରୁ ବୋନି କପୁରଙ୍କ ପରିବାରକୁ ବିଶେଷ ଉପହାର

ମୁମ୍ମାଇ: ବଲିଉଡର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବୋନି କପୁର ଏବେ ଦୁବଇରେ । ତାଙ୍କସହ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି...

Advertisement
Archives

Model This Week