Posted inଜାତୀୟ

ତେଜିଲା ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର ଦାବି

ନୂଆଦିଲ୍ଲୀ,୯ା୮: ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାତିଆଣ ଓ ଯୌନ ହିଂସା ଚାଲିଛି। ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୭୦ରୁ ଅଧିକ ଲୋକ ନିହତ ହେଲେଣି। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ ଚୁପ୍‌ ବସିଛନ୍ତି। ଯେତେ କହିଲେ ବି ନିଜ ଅପାରଗତା ପାଇଁ ଇସ୍ତଫା ଦେଉନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଣିପୁର ଯାଉନାହାନ୍ତି କି ଏହି ଅତି ସମ୍ବେଦନଶୀଳ ପ୍ରସଙ୍ଗ ତଥା ଜାତୀୟ ଲଜ୍ଜା ଉପରେ ମୁହଁ ଖୋଲୁନାହାନ୍ତି। ସରକାର ଦେଶବାସୀଙ୍କ ଅବିଶ୍ୱାସର ସଙ୍କଟ ଦେଇ ଗତି କରୁଥିବାବେଳେ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ ଆଲାଏନ୍ସ (ଇଣ୍ଡିଆ) ପ୍ରଧାନମନ୍ତ୍ରୀଙ୍କ ମଉନବ୍ରତ ଭଙ୍ଗ ଉଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ଆଣିଥିବା କହି ଲୋକ ସଭାରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ପ୍ରଥମ ଦିନରେ ମଣିପୁର ବିଫଳତା ପାଇଁ କଂଗ୍ରେସ ଶାସକ ଭାଜପାକୁ ଦାୟୀ କରିଛି। ଅନ୍ୟପକ୍ଷେ ମଣିପୁରରେ କଂଗ୍ରେସ ଅମଳରୁ ଅଶାନ୍ତି ଲାଗିରହିଥିବା କହି ବିରୋଧୀ ଦଳକୁ ଭାଜପା ଜବାବ ଦେଇଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ ମହିଳା ବିରୋଧୀ ନିର୍ଯାତନା ବଢ଼ିଚାଲିଥିବାବେଳେ ବିପକ୍ଷର ଉଦାସୀନତା ହିଁ ଦେଖିବାକୁ ମିଳିଛି ବୋଲି ଶାସକ ଦଳ କହିଛି। ବୁଧବାର ଏହି ପ୍ରସଙ୍ଗରେ ଗୃହରେ ପୁଣି ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ଉତ୍ତର ରଖିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ।
କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଗୃହରେ ବିତର୍କ ଆରମ୍ଭ କରି କହିଥିଲେ, ମଣିପୁର ଉପରେ ପ୍ରଧାନମନ୍ତ୍ରୀଙ୍କୁ କୁହାଇବା ପାଇଁ ‘ଇଣ୍ଡିଆ’ ବ୍ଲକ୍‌ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଛି। ସବୁବେଳେ ‘ଏକ ଭାରତ’ କଥା କହୁଥିବା କେନ୍ଦ୍ର ୨ଟି ମଣିପୁର ସୃଷ୍ଟି କରିଛି; ଗୋଟିଏ ପାର୍ବତ୍ୟାଞ୍ଚଳରେ ଓ ଅନ୍ୟଟି ଉପତ୍ୟକାରେ। ହିଂସାକୁ ୮୦ ଦିନ ବିତିଲାଣି। ମଣିପୁର ପ୍ରସଙ୍ଗରେ ମୋଦି ମୁହଁ ନ ଖୋଲିବା ପଛରେ ୩ଟି କାରଣ ରହିଛି। ସେଗୁଡ଼ିକ ହେଲା, ରାଜ୍ୟ ସରକାରଙ୍କ ବିଫଳତା, ଗୃହ ବିଭାଗ ଓ ସୁରକ୍ଷା ବ୍ୟବସ୍ଥାରେ ବିଫଳତା ଏବଂ ପ୍ରଧାନମନ୍ତ୍ରୀ ନିଜ ଭୁଲ୍‌ ସ୍ବୀକାର ନ କରିବା। ମଣିପୁରକୁ ନ୍ୟାୟ ଦରକାର। ଯଦି ମଣିପୁର ଜଳୁଛି, ତେବେ ସାରା ଭାରତ ଜଳୁଛି ବୋଲି ଗୋଗୋଇ କହିଥିଲେ। ଏହି ଅବସରରେ ସେ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ଦଙ୍ଗାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାଜଧର୍ମ ପାଳନ କରିବାକୁ କହିଥିବା ବିଷୟ ସ୍ମରଣ କରାଇଥିଲେ। ଏଥିସହ ବୀରେନ୍‌ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରିଥିଲେ। ଉତ୍ତର-ପୂର୍ବ ରାଜ୍ୟକୁ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଯାଉ, ପ୍ରଧାନମନ୍ତ୍ରୀ ଏହାର ନେତୃତ୍ୱ ନିଅନ୍ତୁ ଏବଂ ସେଠାକାର ବିଭିନ୍ନ ସଙ୍ଗଠନକୁ ଭେଟି ଶାନ୍ତି ଫେରାଇବା ପାଇଁ ଉଦ୍ୟମ କରାଯାଉ ବୋଲି ଗୋଗୋଇ ଦାବି କରିଥିଲେ।
ସେହିପରି ତୃଣମୂଳ କଂଗ୍ରେସ ଏମ୍‌ପି ସୌଗତ ରୟ କହିଥିଲେ, ପ୍ରଧାନମନ୍ତ୍ରୀ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି। ପଶ୍ଚିମବଙ୍ଗ ଏହାର ଶିକାର ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେଠାକୁ ଯାଇ କହୁଥିଲେ, ‘ଆସନ୍ତା ଥର ୨୦୦ ପାର’। କିନ୍ତୁ ଭାଜପା ୮୦ ଆସନ ବି ପାଇଲାନାହିଁ। କାରଣ ସେମାନେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) ପାଇଁ ସବୁ ପାଣ୍ଠି ବନ୍ଦ କରିଦେଇଛନ୍ତି। ପଶ୍ଚିମବଙ୍ଗକୁ ଏମ୍‌ଜିଏନ୍‌ଆର୍‌ଇଜିଏର ୭୩୦୦ କୋଟି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୮୪୦୦ କୋଟି ଟଙ୍କା ଦିଆଯାଇ ନାହିଁ। ଏହା ଏକ ହୃଦୟହୀନ ସରକାର। ସେମାନେ ପଶ୍ଚିମବଙ୍ଗକୁ ମନଇଚ୍ଛା ପ୍ରତିନିଧି ପଠାଉଛନ୍ତି। କିନ୍ତୁ ମଣିପୁରର ଭଉଣୀ ଭାଇମାନେ ମରୁଥିବାବେଳେ କିଛି କରୁନାହାନ୍ତି। ବୀରେନ୍‌ ସିଂ ସରକାରଙ୍କୁ ତୁରନ୍ତ ବରଖାସ୍ତ କରି ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ। ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏମ୍‌ପି ସୁପ୍ରିୟା ସୁଲେ ମଧ୍ୟ ମଣିପୁର ସ୍ଥିତିକୁ ଅତ୍ୟନ୍ତ ଲଜ୍ଜାଜନକ କହି ବୀରେନ୍‌ ସିଂଙ୍କ ଇସ୍ତଫା ଦାବି କରିଥିଲେ। ଦ୍ରାବିଡ ମୁନେତ୍ରା କାଝାଗାମ୍‌ (ଡିଏମ୍‌କେ) ସଦସ୍ୟ ଟି.ଆର୍‌. ବାଲୁ କହିଥିଲେ, ସ୍ବର୍ଗତ ବାଜପେୟୀ ରାଜଧର୍ମ ପାଳନ କରୁଥିଲେ। କିନ୍ତୁ ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ ପରେଡ୍‌ କରାଯାଉଥିବାବେଳେ ଆମେ ସେମାନଙ୍କ ସହ ଛିଡ଼ା ହୋଇପାରୁ ନାହୁଁ। ମଣିପୁରରେ ଯାହା ଚାଲିଛି, ତାକୁ ସାରା ବିଶ୍ୱ ନିନ୍ଦା କରିଛି। ୟୁରୋପୀୟ ସଂଘର ପାର୍ଲାମେଣ୍ଟ ଏହା ଉପରେ ଆଲୋଚନା କରିଥିବାବେଳେ ବ୍ରିଟିଶ୍‌ ପାର୍ଲାମେଣ୍ଟ ମୋଦି ଓ ତାଙ୍କ ଦଳକୁ ଦୃଢ଼ ନିନ୍ଦା କରିଛି।
ଅନ୍ୟପକ୍ଷେ କଂଗ୍ରେସ ସମେତ ବିରୋଧୀ ବ୍ଲକ୍‌ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଭାଜପା ଖଣ୍ଡନ କରିଛି। କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ, ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ବିରୋଧୀ ପଶ୍ଚାତ୍ତାପ କରିବେ। କାରଣ ଏହାକୁ ଭୁଲ୍‌ ସମୟରେ ଓ ଭୁଲ୍‌ ଉପାୟରେ ଅଣାଯାଇଛି। କଂଗ୍ରେସ ଆଜି ମଣିପୁର କଥା ଉଠାଉଛି। ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରୁ ଏହି ଅବସ୍ଥା ଲାଗିରହିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଉତ୍ତର-ପୂର୍ବ ଉପରେ ଦୃଷ୍ଟି ଦେବା ପାଇଁ ଆମେ ଲଗାତର ଦାବି କରୁଥିଲୁ ବୋଲି ରିଜିଜୁ କହିଛନ୍ତି। ସେହିପରି ମୁଖ୍ୟ ବକ୍ତା ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମକୁ ଶେଷ ମୁହୂର୍ତ୍ତରେ କାହିଁକି ପ୍ରତ୍ୟାହାର କରାଗଲା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ପ୍ରଶ୍ନ କରିଥିଲେ। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ କହିଥିଲେ, ବିରୋଧୀ ଦଳଗୁଡ଼ିକ ନିଜ ସହ ଲଢ଼େଇ କରୁଛନ୍ତି। ପରସ୍ପର ଉପରେ ସେମାନଙ୍କର ଆସ୍ଥା ନାହିଁ। ଏହା ଅନାସ୍ଥା ପ୍ରକଟ କରିବା ପାଇଁ ମତଦାନ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳେ ଭାଜପା ସଂସଦୀୟ ଦଳ ବୈଠକରେ ସ୍ପଷ୍ଟ କରିଥିବା ବିଷୟ ନିଶିକାନ୍ତ କହିଥିଲେ। ଏପରି କି ବିରୋଧୀ ନେତାମାନଙ୍କୁ ‘ଇଣ୍ଡିଆ’ର ଫୁଲ୍‌ ଫର୍ମ ପଚାରିଲେ ସେମାନେ କହିପାରିବେ ନାହିଁ ବୋଲି ସେ ତାଚ୍ଛଲ୍ୟ କରିଥିଲେ। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ପୁଅ ରାହୁଲ ଗାନ୍ଧୀଙ୍କୁ ଥଇଥାନ କରିବା ପାଇଁ ଏସବୁ କରାଉଥିବା ଉଭୟଙ୍କ ଉପସ୍ଥିତିରେ ନିଶିକାନ୍ତ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri