ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା

ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍‌.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ୍‌ ଜବରଦଖଲ, ପୋଲିସକୁ ମାଡ଼ ଭଳି ଘଟଣା ଘଟିଥିଲା ା ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ବୁଥ୍‌ ଜବରଦଖଲ କରାଯାଇଥିଲା ା ଏ ସଂକ୍ରାନ୍ତରେ ଖବର ସଂଗ୍ରହ କରିବାକୁ ଯାଇଥିବା ଅର୍ଗସ୍‌ ନ୍ୟୁଜ୍‌ର ଗୁଲସାହାନୱାଜ ଅଲ୍ଲୀ ଖାନ୍‌, କନକ ନ୍ୟୁଜ୍‌ର ବିଜୟ ସାହୁ, କଳିଙ୍ଗ ଟିଭିର ଦେବାଶିଷ ସାହୁ ଏବଂ ଓଡ଼ିଶା ସମ୍ବାଦର ହିମାଂଶୁ ପାଢ଼ୀଙ୍କୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ଭୋଟ୍‌ବାକ୍ସ ଲୁଟି ନେଇଥିଲେ ା ଏହି ଘଟଣାରେ ପୋଲିସ ସୋମବାର ସୁଦ୍ଧା ୬ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ା ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ା
ବଡ଼ଚଣା ପ୍ରେସ୍‌ ଫୋରମ ପକ୍ଷରୁ ସୋମବାର ଚଣ୍ଡିଖୋଲସ୍ଥିତ ବୁଦ୍ଧମୂର୍ତ୍ତି ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ା ବରିଷ୍ଠ ଖବରଦାତା ମହେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟରେ ଖବରଦାତାମାନେ ଅସୁରକ୍ଷିତ ହେବା, ନିର୍ବାଚନ ସମୟରେ ସେମାନଙ୍କୁ ପ୍ରଶାସନ ତରଫରୁ ସୁରକ୍ଷା ଯୋଗାଇଦେବା ଏବଂ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ କରିବାକୁ ଦାବି କରାଯାଇଥିଲା ା ଆବାହକ ପ୍ରଦୀପ୍ତ କୁମାର ପୃଷ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ା ଜିଲାପାଳ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦର୍ପଣ ତହସିଲଦାର ଓ ବଡ଼ଚଣା ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ା
ବରୀ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ମାଉଣ୍ଡସ୍ଥିତ ଜାଗୁଳାଇ ପୀଠରେ କାର୍ଯ୍ୟରତ ଖବରଦାତାମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଖବରଦାତାମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବାକୁ ବରୀ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ା ସେହିପରି ସିଂହପୁରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଖବରଦାତା ଅନିରୁଦ୍ଧ ବେଉରିଆ, ଶିକ୍ଷାବିତ୍‌ ଅକ୍ଷୟ ନାୟକ, ସାମ୍ବାଦିକ ସଂଘର ରାମକୃଷ୍ଣ ଦାସ, ସେକ୍‌ ସନୁଆର, ଦେବପ୍ରସାଦ ସାହୁ, ଦିଲୀପ ପଢ଼ିହାରୀ, ଅନଙ୍ଗ ଉଦୟ ବେଉରିଆ, ଗୋପାଳ ସୂତାର, ବିଂଝାରପୁର ନାଗରିକ ମଞ୍ଚ ସଭାପତି ରବୀନ୍ଦ୍ର ଧଳ, ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବାଛୋଳ ବିଜେଡି ସଭାପତି ସର୍ବେଶ୍ୱର ଧଳ, ସମିତିସଭ୍ୟ ସୁରେନ୍ଦ୍ର ସାହୁ, ବିଜୟ ଦାସ, ଧରଣୀଧର ରାଉତ, ମନ୍ଦରଧର ସାହୁ, ଦୈତାରୀ ସାମଲ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିବା ସହ ଖବରଦାତାମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଥିଲେ ା
ଏହି ଘଟଣା ପ୍ରତିବାଦରେ ଯାଜପୁର ପ୍ରେସ୍‌ କ୍ଲବ ପକ୍ଷରୁ ଖବରଦାତାମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଥିଲେ ା ସେମାନେ ୭ ଦିନ କଳାଦିବସ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ା ସୋମବାର ପ୍ରେସ୍‌ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ନେତୃତ୍ୱରେ ଖବରଦାତାମାନେ ସହରର ଗାନ୍ଧୀମୂର୍ତ୍ତି ତଳେ ଏକତ୍ରିତ ହୋଇଥିଲେ ା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଜିଲାରେ କାର୍ଯ୍ୟରତ ଖବରଦାତାଙ୍କୁ ଜିଲା ପ୍ରଶାସନ ସୁରକ୍ଷା ଯୋଗାଇବା, ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ସେହିପରି ଜେନାପୁର, କବାଟବନ୍ଧ ଓ ଗଡ଼ମଧୁପୁର ଅଞ୍ଚଳର ଖବରଦାତାମାନେ ଏପରି ଘଟଣାକୁ ନିନ୍ଦା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସନ୍ଦୀପ୍ତ ରାୟଙ୍କ ଆବାହକତ୍ୱରେ ପାଣିକୋଇଲି ଜିଲା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଥିଲା ା ବରିଷ୍ଠ ଖବରଦାତା କୈଳାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବେଣୁଧର ପଣ୍ଡା, ହାରାଧନ଼ ବାନାର୍ଜୀ, ସୁବାସ ଧଳ, ତରୁଣ କୁମାର ନନ୍ଦ, କୈଳାସ ରାଉତ, ଦେବାଶିଷ ସାହୁ, ଚିନ୍ତାମଣି ପାଢୀ, ଉମାକାନ୍ତ ରାଉତ, ସୁଜିତ ମଲ୍ଲିକ, ପ୍ରଦୀପ ଚାନ୍ଦ, ଅବିନେଶ୍ୱର ଶତପଥୀ, ଜ୍ୟୋତିସ୍ମିତା ନାୟକ, କଳ୍ପତରୁ ପଣ୍ଡା, ପ୍ରୀୟ ରଞ୍ଜନ କର, ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି ପ୍ରମୁଖ ଖବରଦାତାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଧକ୍କାରେ ଗଲା ଜୀବନ

ବଅଁରପାଳ, ୧୭ା୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ବଅଁରପାଳ ଓଭରବ୍ରିଜ ନିକଟରେ ଏକ ଟ୍ରକ ଧକ୍କାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ଘଟିଛି ।...

ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା

କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ...

ସବୁଜିମାରେ ଭରିଲା ଲଣ୍ଡା ପାହାଡ଼

ସମ୍ବଲପୁର,୨୩।୧୦(ବ୍ୟୁରୋ): ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଯୋଜନାଗୁଡିକ...

ବିପଦକୁ ଡାକୁଛି ଜାଇକାର ବେପରୁଆ କାମ: ଜିଲାପାଳଙ୍କୁ ଜଣାଇବ ଭାଜପା

କଟକ ଅଫିସ,୧ା୬: ଡ୍ରେନ୍‌ରୁ ପଙ୍କୋଦ୍ଧାର ବେଳେ ଛତ୍ରବଜାର ନିକଟସ୍ଥ ଜଣଙ୍କ ଘରଆଗ କାନ୍ଥ ଧସିଯିବା ପରେ ରବିବାର ଭାଜପାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ...

ବିପୁଳ ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ଥାନା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଗତ...

ଛତିଶଗଡ଼ରେ କରୋନା ରୋଗୀ ଓଡ଼ିଶାରେ ଶଟ୍‌ଡାଉନ୍‌

ସୋହେଲା, ୭।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୋଲା ପଞ୍ଚାୟତର ଦୁଆନପାଲି ଓ ଅଏଁଲାପାଲି ଗ୍ରାମକୁ ସରପଞ୍ଚ ଶନିବାର ଓ ରବିବାର ଦୁଇଦିନ ଧରି...

ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

କାକଟପୁର, ୧୪ା୯(ଡି.ଏନ୍‌.ଏ.): ପାଖେଇ ଆସୁଛି ଆଶ୍ୱୀନ ମାସ। ମା’ ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା। ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ଏଥିନେଇ...

ଅଳିଆଗଦାରେ ପଡ଼ିଛି ମହାପ୍ରସାଦ

ପୁରୀ ଅଫିସ,୧୩।୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଶ୍ରୀମନ୍ଦିର ନିକଟରେ...

Advertisement
Archives

Model This Week