ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ପଞ୍ଚାୟତବାସୀ

ତିହିଡ଼ି,୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ତାଳପଦା ପଞ୍ଚାୟତର ଅଧୀବାସୀମାନେ ସୋମବାର ତିହିଡ଼ି ତହସିଲ କାର୍ଯ୍ୟାଳୟକୁ ଘେରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି ଜଣେ ପ୍ରଧାନଶିକ୍ଷକ ନିର୍ମାଣ କରିଥିବା କୋଠାଘରକୁ ଉଚ୍ଛେଦ ଦାବିରେ ପଞ୍ଚାୟତବାସୀ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ବିଲଣା ଆରଡି ରୋଡ୍‌ ଭାୟା ତାଳପଦା ରାସ୍ତାର ମଧ୍ୟଭାଗକୁ ଅବରୋଧ କରି ଜଣେ ପ୍ରଧାନଶିକ୍ଷକ କୋଠାଘର ନିର୍ମାଣ କରିଛନ୍ତି। ଯାହାଫଳରେ ତାଳପଦା ସମେତ ବିଲଣା, ତଳଗୋପବିନ୍ଧା ପ୍ରମୁଖ ପଞ୍ଚାୟତର ଅଧିବାସୀମାନେ ଯାତାୟାତରେ ସମସ୍ୟା ଭୋଗ କରୁଛନ୍ତି।
ବିଶେଷତଃ ସ୍କୁଲ ପିଲାମାନେ ଯାତାୟାତ ନେଇ ଦୁର୍ଦ୍ଦଶା ଭୋଗୁଥିବା ଦର୍ଶାଯାଇଛି। ପଞ୍ଚାୟତବାସୀ ଏହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ପକ୍ଷରୁ ତୁରନ୍ତ ଏହାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବ ଘଟିଛି। ଏହାର ପ୍ରତିବାଦରେ ଓ୍ବାର୍ଡସଦସ୍ୟା ଜୟନ୍ତୀ ବେହେରା, ତାପସ ବେହେରା, ବିଦ୍ୟାଧର ଦାସ, ଦୁଃଖିଶ୍ୟାମ ଜେନା, ଅଞ୍ଜନା ଦଳେଇ, ଗୀତାରାଣୀ ଜେନା ପ୍ରମୁଖ ଶତାଧିକ ପଞ୍ଚାୟତବାସୀ ତହସିଲ କାର୍ଯ୍ୟାଳୟକୁ ଘେରିଥିବା ଜଣାଯାଇଛି। ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ସପ୍ତାହକ ମଧ୍ୟରେ ରାସ୍ତାର ମାପଚୁପ କରିବା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri