ପୁରୁଷୋତ୍ତମପୁର ଏନ୍‌ଏସିରେ ଅନାସ୍ଥା ଲାଗି ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ଜିଲାପାଳଙ୍କ ଦ୍ୱାରସ୍ଥ

ପୁରୁଷୋତ୍ତମପୁର,୨ା୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଏକ ପ୍ରକାରର ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି। ଯାହାକି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ନେଇ ସୋମବାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଓ ୮ ଜଣ କାଉନସିଲର ଗଞ୍ଜାମ ଜିଲା ଦିବ୍ୟଜ୍ୟୋତି ପରିଡ଼ାଙ୍କଠାରେ ଫେରାଦ ହୋଇଛନ୍ତି। ୧୪ଟି ଓ୍ବାର୍ଡ ବିଶିଷ୍ଟ ଏହି ପୁରୁଷୋତ୍ତମପୁର ଏନ୍‌ଏସିରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀଟି ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇ ପ୍ରିୟଙ୍କା ଗୌଡ଼ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଓ୍ବାର୍ଡ ନଂ ୮ଟି ଜନଜାତିବର୍ଗଙ୍କ ଲାଗି ସଂରକ୍ଷିତ ରହିଥିବା ହେତୁ ଏଠାରେ କେହି ଜନଜାତିବର୍ଗର ବ୍ୟକ୍ତି ନ ଥିବାରୁ ଏହି ଓ୍ବାର୍ଡରେ ନିର୍ବାଚନ ହୋଇ ନ ପାରି କାଉନସିଲର ପଦବୀଟି ଖାଲି ପଡ଼ିଥିବା ବେଳେ ଅନ୍ୟ ୧୩ଟି ଓ୍ବାର୍ଡ ମଧ୍ୟରୁ ଓ୍ବାର୍ଡ ନଂ ୪ରେ ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ କୁମାର ମହାକୁଡ ଓ ୧ ନଂ ଓ୍ବାର୍ଡରେ ଭବାନୀଶଙ୍କର ନାହାକ, ୩ ନଂ ଓ୍ବାର୍ଡରେ ପ୍ରମୋଦକୁମାର ଆଚାରୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ

୧୦ଟି ଓ୍ବାର୍ଡରେ ବିଜେଡି ବିଜୟୀ ଲାଭ କରି ଉପାଧ୍ୟକ୍ଷ ପଦବୀକୁ ହାତେଇ କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ହୋଇଥିଲେ। କାଉନସିଲରମାନଙ୍କୁ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀ କାଉନସିଲର ଅଶୋକକୁମାର ମହାକୁଡ଼ ଅଣଦେଖା କରୁଥିବା ସହ ନିଜ ଇଚ୍ଛାମୁତାବକ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏନ୍‌ଏସିର ନିୟମ ଅନୁସାରେ ଅଧ୍ୟକ୍ଷା ନିୟମିତ ବୈଠକ ନ କରିବା, ବୈଠକରେ ଗୃହୀତ ଖସଡ଼ା ପଠନ ଓ ଦୃଢ଼ୀକରଣ କରୁ ନ ଥିବା ,ଆୟବ୍ୟୟ ସମୀକ୍ଷା ନ କରିବା, ମାତ୍ରାଧିକ ଅର୍ଥ ବ୍ୟୟକରି ରାଜକୋଷ ଅର୍ଥ ହରିଲୁଟ୍‌ କରିବା, କାଉନସିଲର ଅଧ୍ୟକ୍ଷା ଦୁର୍ବ୍ୟବହାର କରି ମନୋମୁଖୀ କାର୍ଯ୍ୟ କରୁଥିବା ଓ ରିଜୋଲେଶନ କପି ପ୍ରଦାନ ନ କରି ପରିଷଦରେ ପାରିତ ହୋଇଥିବା କାର୍ଯ୍ୟଖସଡ଼ାଗୁଡ଼ିକ ଚଞ୍ଚକତା କରି ନିଜ ମନ ମୁତାବକ ପାରିତ ପ୍ରସ୍ତାବକୁ ବଦଳାଇ ଖସଡ଼ା ପ୍ରସ୍ତୁତ କରିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଟେଣ୍ଡର ନକରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍‌ କରିବା ନେଇ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଲାଗି ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଏହି କାରଣକୁ ନେଇ ଗତ ବର୍ଷ ସ୍ବାୟତ୍ତ୍ୱ ଶାସନ ଦିବସରେ ବୈଠକସ୍ଥଳରେ ଧାରଣା ଦେଇ ହୋ-ହଲ୍ଲା କରି ବୈଠକକୁ ବର୍ଜନ କରି ଚାଲିଯାଇଥିବା ବେଳେ ଚଳିତବର୍ଷ ମଧ୍ୟ ସ୍ବାୟତ୍ତ୍ୱ ଶାସନ ଦିବସ ପାଳନକୁ ବର୍ଜନ କରିଥିଲେ। ଏପରିକି ଏଠାରେ ବହୁ ଦୁର୍ନୀତି ଚାଲିଥିବା ନେଇ ଅଭିଯୋଗର ସ୍ବର ଉଠିବା ସହ ଏହାକୁ ନେଇ ଲୋକପାଳଙ୍କଠାରେ ରିଟ୍‌ପିଟିଶନ ଦାଖଲ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୨୦ଟି କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଭିଜିଲାନ୍ସ ନେଇ ତଦନ୍ତ ପରିସରରେ ମଧ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?