ରାତି ୧୦ଟା ପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ଦାବି: ଡ୍ରଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡୁ

ଲାଠୋର, ୧୯।୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ମେଡ଼ିକାଲ ଷ୍ଟୋରଗୁଡ଼ିକ ସନ୍ଧ୍ୟା ୭ଟା ପରେ ବନ୍ଦ ରହୁଛି। ସାଧାରଣ ଲୋକ ମେଡ଼ିସିନ ପାଇଁ ଷ୍ଟୋରକୁ ଯାଇ ବନ୍ଦ ଥିବା ଦେଖି ତାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରୁଥିବା ଦେଖାଯାଉଛି। ଲାଠୋର ଗ୍ରାମର ଭୁତେଶ୍ୱର ଶବର ନାମକ ଜଣେ ଯୁବକ ନିଜ ଝିଅ ପାଇଁ ରବିବାର ରାତି ୮ ଟାରେ ଗ୍ରାମରେ ଥିବା ସମୁଦାୟ ୮ଟି ମେଡ଼ିକାଲ ଷ୍ଟୋରକୁ ମେଡ଼ିସିନ କିଣିବା ପାଇଁ ଯାଇଥିଲେ। ହେଲେ ଉକ୍ତ ୮ଟି ମେଡ଼ିକାଲ ଷ୍ଟାର ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଏଥିରେ ସେ ବିରକ୍ତି ହୋଇ ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ। ସେହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଭିଡ଼ିଓରେ ନିଜେ ଭୁତେଶ୍ୱର ଅଭିଯୋଗ କରି କହୁଛନ୍ତି ରାତି ୧୦ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଥିବାବେଳେ ମେଡ଼ିକାଲ ଷ୍ଟୋର ବନ୍ଦ ରହୁଛି। ଲୋକ ସାଧାରଣ ମେଡ଼ିସିନ କିଣିବାକୁ ଗଲେ ମେଡ଼ିକାଲ ଷ୍ଟୋର ବନ୍ଦ ଦେଖାଯାଉଛି। ଜୀବନ ବିନାଶକାରୀ ଦୋକାନ ଖୋଲା ରହୁଥିବାବେଳେ ଜୀବନ ରକ୍ଷାକାରୀ ଦୋକାନ ବନ୍ଦ ରହିବା ଦୁଃଖର କଥା। ମେଡ଼ିକାଲ ଷ୍ଟୋରଗୁଡ଼ିକ ଉପରେ ସ୍ଥାନୀୟ ରାଜନେତାମାନଙ୍କ ସହ ସରପଞ୍ଚ ଏବଂ ୱାର୍ଡ଼ମେମ୍ବରମାନଙ୍କର ଦୃଷ୍ଟି ପଡ଼ୁ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ନିତିଦିନ ସଂଖ୍ୟାଧିକ ଲୋକ ଏପରି ଘଟଣାର ସମ୍ମୁଖିନ ହୋଇ ନାନା ସମସ୍ୟା ଭୋଗୁଛନ୍ତି। ଏଥିପ୍ରତି ବଲାଙ୍ଗୀର ଜିଲା ଔଷଧ ନିରୀକ୍ଷକ (ଡ଼୍ରଗ ଇନ୍ସପେକ୍ଟର) ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri