ଚିଲିକା ବିଧାୟକଙ୍କ ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା ଅଫିସ,୧୬ା୯: ଚିଲିକା ଭାଜପା ନେତା ନିରଞ୍ଜନ ସେଠୀଙ୍କୁ ଗତ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିବାଦକୁ ଟାଣି ହୋଇଛନ୍ତି। ଫଳରେ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଛି। ତାଙ୍କୁ ଗିରଫ ଦାବିରେ ଭାଜପା ଓଡ଼ିଶା ପ୍ରଦେଶ, ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଗୁରୁବାର ନୂଆ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବା ସହ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ଗିରଫ କରାଯିବା ସହ ବାଲୁଗାଁ ଏନ୍‌ଏସି ଆଗରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଦାବି ହୋଇଛି। ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଫିସର, କନଷ୍ଟେବଳଙ୍କ ବୟାନ ରେକର୍ଡ କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି। ବିଧାୟକଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏଣୁ ତାଙ୍କୁ ଏନ୍‌ଏସ୍‌ଏ ଅନ୍ତର୍ଭୁକ୍ତ କରି ତୁରନ୍ତ ଗିରଫ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କୁହନ୍ତି, ବିଧାୟକଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟରେ ମାମଲା ରୁଜୁ ହୋଇଛି। ତଥାପି ଖୋର୍ଦ୍ଧା ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଶାସକ ଦଳ ଛତ୍ରଛାୟା ତଳେ ରହିଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି। ଏହାକୁ ଭାଜପା ବରଦାସ୍ତ କରିବ ନାହିଁ। ଜିଲା ବ୍ୟାପୀ ଆନ୍ଦୋଳନ କରାଯିବ। ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂପ୍ରସାଦ ତରାଇ କୁହନ୍ତି, ଚିଲିକା ବିଧାୟକଙ୍କୁ ତୁରନ୍ତ ଗିରଫ କରା ନ ଗଲେ ରାଜ୍ୟବ୍ୟାପୀ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ରାଘବ ମାଝି,
ଜିଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଶ୍ବଭୂଷଣ ବଡ଼ଜେନା, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୭ା୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ଗୁରୁବାର...

ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, ୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ମହୁଲପାଲି ଗାଁରେ ସ୍ଥାନୀୟ ପୋଲିସ୍‌ ତରଫରୁ କରୋନା ସଚେତନତା...

ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ...

ଦୋଳଯାତ୍ରାରେ ବୁଲିଲା ଖଣ୍ଡା: ୨ ଆହତ

ଅନୁଗୋଳ, ୨୯।୩: ଅନୁଗୋଳ ଜିଲା ସଦର ଥାନା କୁଶାସିଂହା ଗାଁରେ ରବିବାର ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଜଣ ଆହତ...

ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା...

ଜିଏସ୍‌ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍‌ଟି (ଗୁଡ୍‌ ସର୍ଭିସ୍‌ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା...

ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି।...

ଖାଦ୍ୟରେ ବିଷକ୍ରିୟାରୁ ଗଲା ଜୀବନ: ଗୋଟିଏ ପରିବାରର ୩ ଅସୁସ୍ଥ, ଜଣେ ମୃତ

ଭଞ୍ଜନଗର,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବଦାଙ୍ଗିରେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଶନିବାର ଗୋଟିଏ ପରିବାରର ୩ଜଣ ଅସୁସ୍ଥ ଥିବା ବେଳେ ଜଣେ ଶିଶୁକନ୍ୟାଙ୍କ...

Advertisement
Archives

Model This Week