ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

କୋକସରା,୩ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶନିବାର ୮ ଦଫା ଦାବି ନେଇ କୋକସରା ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ। ସଂଘ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରୁ ଏକ ଶୋଭାଯାତ୍ରା ବାହାରି ୮ ଦଫା ଦାବି ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଆରସିସି ତୋଫାନ ମାଝିଙ୍କ ଜରିଆରେ ଦିଆଯାଇଛି। ଦାବିଗୁଡିକ ମଧ୍ୟରେ ଏକ୍ସ କ୍ୟାଡର ଉଚ୍ଛେଦ, ଓଟିଇଟି ଉଚ୍ଛେଦ, ଯୋଗ୍ୟ ଗଣଶିକ୍ଷକଙ୍କୁ ୦୧/୦୩/୧୭ରୁ ନିୟମିତ କରାଯିବା, ଅବଶିଷ୍ଟ ଗଣଶିକ୍ଷକଙ୍କ ଦରମା ବୃଦ୍ଧି, ଏକ୍ସ କ୍ୟାଡର ଶିକ୍ଷକଙ୍କୁ ସମଗ୍ର ଶିକ୍ଷା ଅଭିଯାନରେ ଡେପୁଟେସନ ବାତିଲ ସହ ୦୧/୦୩/୧୭ ରୁ କ୍ୟାଡର ଭୁକ୍ତ କରିବା ସହ ଅନ୍ୟାନ୍ୟ ପ୍ରମୁଖ ଦାବି ରହିଛି। କୋକସରା ବ୍ଲକ ଏକ୍ସ କ୍ୟାଡର ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ, ଉପ ସଭାପତି ପଞ୍ଚାନନ ମାଝି, ସୁଜାତା ଜାଲ, କାର୍ଯ୍ୟକାରୀ ସଭାପତି ତଥା ମିଡିଆ କୋଅଡିନେଟର ପ୍ରେମଲାଲ ସାହୁ, ସମ୍ପାଦକ ଦେବୀସିଂ ମାଝି, ସହ ସମ୍ପାଦକ ତ୍ରିନାଥ ବାଗ, କୋଷାଧ୍ୟକ୍ଷ ଈଶ୍ୱରୀ ପ୍ରସାଦ ଅଗସ୍ତି, କ୍ଷୀରୋଦ ପଣ୍ଡା, ଶରତ ଚନ୍ଦ୍ର ଭଇଁସାଲ, କ୍ଷୀରସିନ୍ଧୁ ଦାସ, ମାରଗୁଣିଆ ନାଗ, ପଦ୍ମନ ସାହୁ, ସନାତନ ପଣ୍ଡା, ଭାଗ୍ୟବାନ ବାଗ, ପରମେଶ୍ବର ପଟ୍ଟନାୟକ, ମନ ମୋହନ ଦାସ, ପ୍ରସନ୍ନ ନାଏକ, ତୁଳସୀ ରାମ ପଟେଲ ଓ ଅନ୍ୟ ଶିକ୍ଷୟିତ୍ରୀ/ଶିକ୍ଷକ ସାମିଲ ରହି ଦାବିପତ୍ର ପ୍ରଦାନ କରିଛନ୍ତି।