ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମାଜର ବିଭିନ୍ନ ଜିଲାର ପଦାଧିକାରୀ ଏବଂ ସଦସ୍ୟମାନେ ଯୋଗଦେଇ ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉଠାଇଥିଲେ।

ସମାଜ ସଂରକ୍ଷକ ସମ୍ଭୁନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ ପରମପାଲି ସିଂ, ସୁନ୍ଦରଗଡ଼ ଜିଲା ସଭାପତି ଶଙ୍କର ସିଂ, ଜିଲା ସମ୍ପାଦକ ପ୍ରକାଶ ସିଂ, ସମ୍ବଲପୁର ଜିଲା ସଭାପତି ଜୟନାଥ ସିଂ, ଦେବଗଡ଼ ଜିଲା ସଭାପତି ରାଜୁ ସିଂ, କମଲ ସିଂ, ବିଶ୍ୱନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସଂଗଠନର ମନ୍ତ୍ରୀ ସୁଦର୍ଶନ ସିଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ବକ୍ତାମାନେ କହିଥିଲେ ଯେ, ରାଉତିଆ ସମାଜ ଦୀର୍ଘ ଦିନ ଧରି ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଅବସ୍ଥାରେ ରହିଛି। ସମାଜର ସର୍ବାଙ୍ଗୀନ ବିକାଶ ଓ ସରକାରୀ ସୁବିଧା ସୁଯୋଗ ପାଇବା ନିମନ୍ତେ ଅନୁସୂଚିତ ଜନଜାତି ମାନ୍ୟତା ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ସମାଜର ପ୍ରତିନିଧିମାନେ ଅଭିଯୋଗ କରିଥିଲେ ଯେ, ପୂର୍ବତନ ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ଭାଜପା ସରକାର ପର୍ଯ୍ୟନ୍ତ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେଇ ରାଉତିଆ ସମାଜର ଦୀର୍ଘଦିନର ଦାବି ପୂରଣ କରିବାକୁ ସେମାନେ ଆହ୍ବାନ ଜଣାଇଥିଲେ।

ବୈଠକ ଶେଷରେ ସମାଜର ସଂଗଠନକୁ ଆହୁରି ସୁଦୃଢ଼ କରିବା, ଜନଜାଗରଣ କାର୍ଯ୍ୟକ୍ରମ ଜୋରଦାର କରିବା ଏବଂ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଂକଳ୍ପ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri