ଯାତ୍ରୀ ବିଶ୍ରାମାଗାର ପୁନଃ ନିର୍ମାଣ ଦାବି

କୁଜଙ୍ଗ,୩ା୧୨(ଡି.ଏନ୍‌.ଏ.): କୁଜଙ୍ଗ ବଜାରସ୍ଥିତ କଟକ-ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାରକୁ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇ ଦୋକାନ ଘର ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏନେଇ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ପୁନର୍ବାର ବିଶ୍ରାମାଗାର ନିର୍ମାଣ କରିବାକୁ ଦାବି କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବସ୍‌ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ୨୦୦୫ରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏଠାରେ ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହାର ଉଦ୍‌ଘାଟନ କରିଥିଲେ। ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ତହସିଲ, ବ୍ଲକ୍‌, ଟ୍ରେଜେରି ଅଫିସ୍‌, ସବ୍‌ ରେଜିଷ୍ଟ୍ରାର ଅଫିସ୍‌, ଡାକ୍ତରଖାନା ସମେତ ୩୦ରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ଓ ୧୦ରୁ ଊର୍ଦ୍ଧ୍ୱ ସ୍କୁଲ୍‌ କଲେଜ, ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ସମେତ ୫ଟି ଅଦାଲତ କାର୍ଯ୍ୟ କରୁଛି। ଏହା ଉପରେ ଜଗତ୍‌ସିଂହପୁର ଜିଲା ସମେତ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ା ବ୍ଲକର ବହୁ ଲୋକ ନିର୍ଭରଶୀଳ। ଖାଲି ସେତିକି ନୁହେଁ. ପୁରୀ ଜିଲାର ବହୁ ଅଧିବାସୀ କୁଜଙ୍ଗରୁ ଦୈନିକ ପାରାଦୀପ ଯାତାୟାତ କରନ୍ତି । ସେହିପରି କଟକ, ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳକୁ ମଧ୍ୟ ଏଠାରୁ ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଯାନ ଆଦି ମିଳିଥାଏ। ଏନେଇ ଶୀତ, ଖରା, ବର୍ଷା ସମୟରେ ଯାତ୍ରୀମାନେ ଉକ୍ତ ବିଶ୍ରାମାଗାରକୁ ଆସି ଯାତ୍ରୀବାହୀ ଯାନକୁ ଅପେକ୍ଷା କରନ୍ତି। ମାତ୍ର ଉକ୍ତ ବିଶ୍ରାମାଗାରକୁ ଭାଙ୍ଗି କେଉଁ ଉଦ୍ଦେଶ୍ୟରେ ସେଠାରେ ଦୋକାନଗୃହ ନିର୍ମାଣ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସାମାଜିକ କର୍ମୀ ତଥା ମାଟି ସୁରକ୍ଷା ମଞ୍ଚ ସଂଯୋଜକ ହୃଷୀକେଶ ନାଥ କୁହନ୍ତି। ପ୍ରଶାସନ ପକ୍ଷରୁ ସେଠାରେ ଜୋରଜବରଦସ୍ତ ଦୋକାନ ଘର ନିର୍ମାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲାପାଳ ଏନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ସହ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ନାଥ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, କୁଜଙ୍ଗର ବିକାଶ କରିବା ପ୍ରଶାସନର ମୂଳ ଲକ୍ଷ୍ୟ । ଏବେ ବିଶ୍ରାମାଗାର ଭଙ୍ଗାଯାଇ ଦୋକାନ ଘର କରାଯାଉଛି। ପରବର୍ତ୍ତୀ ସମୟରେ କଟକ ଅଭିମୁଖେ ଯାଉଥିବା ଯାତ୍ରୀଙ୍କ ନିମନ୍ତେ ଅନ୍ୟ ଏକ ବିଶ୍ରାମାଗାର ନିର୍ମାଣ କରିବାକୁ ଯୋଜନା ରହିଛି। ମାତ୍ର ଉକ୍ତ ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri