ଖିମ୍‌ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୩ା୧୨: ଖିମ୍‌ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକ ଉତ୍ସବ ମଙ୍ଗଳବାର ମହା ଆଡମ୍ବର ସହକାରେ ପାଳନ କରାଯିବ। ଏପରିକି ଉକ୍ତ ଷ୍ଟୋରର ୮ମ ପୂର୍ତ୍ତି ଉତ୍ସବ ଅବସରରେ ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ ସହ ଖୁସି ବାଣ୍ଟିବା ପାଇଁ ଖିମ୍‌ଜୀ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୦% ଏବଂ ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୨୦% ରିହାତି ପ୍ରଦାନ କରୁଛି। ଚଳିତ ବର୍ଷ ଡିସେମ୍ବର ୧୧ ପର୍ଯ୍ୟନ୍ତ ଏହି ଅଫର୍‌ ଚନ୍ଦ୍ରଶେଖରପୁର ଷ୍ଟୋରରେ ଉପଲବ୍ଧ ରହିବ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଗତ ୮ବର୍ଷ ମଧ୍ୟରେ ଖିମ୍‌ଜୀର ଚନ୍ଦ୍ରଶେଖରପୁର ଷ୍ଟୋର ଗ୍ରାହକମାନଙ୍କର ପ୍ରିୟ ଅଳଙ୍କାର ଷ୍ଟୋର ଭାବେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ଗ୍ରାହକମାନଙ୍କ ବିଶ୍ୱାସ ଏବଂ ଖିମ୍‌ଜୀ ଟିମ୍‌ର କଠିନ ପରିଶ୍ରମ ଦ୍ୱାରା ଏହି ସୁନାମ ଏବଂ ୮ବର୍ଷର ସଫଳତା ପାଇଁ ମୁଁ ଗର୍ବିତ। ଆମେ ବିଶ୍ୱାସ କରୁ ଯେ ଉସତ୍ବଗୁଡିକ ଏକତ୍ର ଉପଭୋଗ କରାଯାଏ। ତେଣୁ ଏହି ଅଫର ଗ୍ରାହକମାନଙ୍କୁ ଆମ ପୂର୍ତ୍ତି ଉସତ୍ବ ସହିତ ଅଧିକ ଯୋଡ଼ିବ। ଉଲ୍ଲେଖଯୋଗ୍ୟ, ୨୦୧୪ରେ ଖିମ୍‌ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋର ଶୁଭାରମ୍ଭ ହୋଇଥିଲା। ସେବେଠାରୁ ଏହି ଷ୍ଟୋର ଅତ୍ୟନ୍ତ ଲୋକପ୍ରିୟ ରହି ଆସିଛି। ଉକ୍ତ ଷ୍ଟୋରରେ ସୁନା, ହୀରା, ପ୍ଲାଟିନମ୍‌, ରୁପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ୍‌ ସାମଗ୍ରୀର ଏକ ବିଶାଳ ଏବଂ ଅନନ୍ୟ ସଂଗ୍ରହ ରହିଛି। ଏଠାରେ ଅଳଙ୍କାର ବ୍ୟତୀତ ପ୍ରମୁଖ ବ୍ରାଣ୍ଡ୍‌ର ଘଣ୍ଟା ଏବଂ ଉପହାର ସାମଗ୍ରୀର ଏକ ଅନନ୍ୟ ସଂଗ୍ରହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri