ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଜେନାପୁର ଗୋପବନ୍ଧୁ ପ୍ରେସ୍‌ କ୍ଲବର ସଦସ୍ୟ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏନେଇ ପ୍ରେସ୍‌ କ୍ଲବ ସଭାପତି ଅଶୋକ ଦାସ, ଉପସଭାପତି ବାବୁଲି ରାଉତ, ସମ୍ପାଦକ ଚିତ୍ରସେନ ନାଥ, ସହସମ୍ପାଦକ ବସନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ସୁନୀଲ ପାଢ଼ୀ, ପ୍ରଶାନ୍ତ ସାମଲ, ନିଷ୍କାନ୍ତ ଖଟୁଆ, ବିନୟ ଜେନାମଣି ଓ ଅସିତ ନାୟକ ପ୍ରମୁଖ ୫-ଟି ସଚିବଙ୍କୁ ଚିଠି ଲେଖିଛନ୍ତି।
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଐତିହାସିକ ସ୍ଥାନ ମଧ୍ୟରୁ ରାମଗଡ଼ ଅନ୍ୟତମ। ପାହାଡ଼ ପାଦ ଦେଶରୁ ଏହା ପ୍ରାୟ ୮୦୦ ମିଟର ଉଚ୍ଚରେ ଅବସ୍ଥିତ। ଐତିହାସିକ ଓ ପୌରାଣିକ ଗାଥା ଗାଉଥିବା ରାମଗଡ଼ ପାହାଡ଼କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ଏଠାରେ ପ୍ରଭୁ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ପୂଜା ପାଉଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମାତା ସୀତାଙ୍କ ତୃଷ୍ଣା ମେଣ୍ଟେଇବା ପାଇଁ କୌଣସି ଜଳର ସନ୍ଧାନ ପାଇ ନ ଥିଲେ। ତେଣୁ ପର୍ବତ ପାଦ ଦେଶରେ ପ୍ରଭୁ ଶରବିଦ୍ଧ କରି ଏକ ଝରଣା ସୃଷ୍ଟି କରିଥିଲେ। ସେହି ଦିନଠାରୁ ଏଠାରେ ଗୁପ୍ତଗଙ୍ଗା ନାମରେ ଚିରସ୍ରୋତା ଝରଣା ପ୍ରବାହିତ ହେଉଛି। ଖାଲି ସେତିକି ନୁହେଁ, ଶ୍ରଦ୍ଧାଳୁ ମାନସିକ କରିବା ସହ ଏହି ଗୁପ୍ତଗଙ୍ଗା ଝରଣା ପାଣିକୁ ବ୍ୟବହାର କରି ମାନସିକ ପୂର୍ଣ୍ଣ କରିଥାନ୍ତି। ଶବର ରାଜା ଏଠାରେ ବାସ କରୁଥିଲେ ବୋଲି ଶୁଣିବାକୁ ମିଳେ। ଚତୁଃପାଶର୍‌ବରେ ପାହାଡ଼ ବନଘେରା ପରିବେଶଟିରେ ଏକ ସ୍ବତନ୍ତ୍ର ଅନୁଭୂତି ଅନୁଭବ ହୁଏ। ବର୍ଷସାରା ବିଭିନ୍ନ ପର୍ବପର୍ବାଣୀରେ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସି ଖୁବ ଆନନ୍ଦିତ ହେବା ସହିତ ବଣଭୋଜିର ଆଶର କରିଥାନ୍ତି। ତାଳଜଙ୍ଗ ଗ୍ରାମ ନିକଟରୁ ଏହାର ଦୂରତା ପ୍ରାୟ ଦେଢ଼ କିଲୋମିଟର ହେବ। ଗମନାଗମନର କୌଣସି ସୁବିଧା ନ ଥିବାରୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଜିଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?