ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଜେନାପୁର ଗୋପବନ୍ଧୁ ପ୍ରେସ୍‌ କ୍ଲବର ସଦସ୍ୟ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏନେଇ ପ୍ରେସ୍‌ କ୍ଲବ ସଭାପତି ଅଶୋକ ଦାସ, ଉପସଭାପତି ବାବୁଲି ରାଉତ, ସମ୍ପାଦକ ଚିତ୍ରସେନ ନାଥ, ସହସମ୍ପାଦକ ବସନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ସୁନୀଲ ପାଢ଼ୀ, ପ୍ରଶାନ୍ତ ସାମଲ, ନିଷ୍କାନ୍ତ ଖଟୁଆ, ବିନୟ ଜେନାମଣି ଓ ଅସିତ ନାୟକ ପ୍ରମୁଖ ୫-ଟି ସଚିବଙ୍କୁ ଚିଠି ଲେଖିଛନ୍ତି।
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଐତିହାସିକ ସ୍ଥାନ ମଧ୍ୟରୁ ରାମଗଡ଼ ଅନ୍ୟତମ। ପାହାଡ଼ ପାଦ ଦେଶରୁ ଏହା ପ୍ରାୟ ୮୦୦ ମିଟର ଉଚ୍ଚରେ ଅବସ୍ଥିତ। ଐତିହାସିକ ଓ ପୌରାଣିକ ଗାଥା ଗାଉଥିବା ରାମଗଡ଼ ପାହାଡ଼କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ଏଠାରେ ପ୍ରଭୁ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ପୂଜା ପାଉଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମାତା ସୀତାଙ୍କ ତୃଷ୍ଣା ମେଣ୍ଟେଇବା ପାଇଁ କୌଣସି ଜଳର ସନ୍ଧାନ ପାଇ ନ ଥିଲେ। ତେଣୁ ପର୍ବତ ପାଦ ଦେଶରେ ପ୍ରଭୁ ଶରବିଦ୍ଧ କରି ଏକ ଝରଣା ସୃଷ୍ଟି କରିଥିଲେ। ସେହି ଦିନଠାରୁ ଏଠାରେ ଗୁପ୍ତଗଙ୍ଗା ନାମରେ ଚିରସ୍ରୋତା ଝରଣା ପ୍ରବାହିତ ହେଉଛି। ଖାଲି ସେତିକି ନୁହେଁ, ଶ୍ରଦ୍ଧାଳୁ ମାନସିକ କରିବା ସହ ଏହି ଗୁପ୍ତଗଙ୍ଗା ଝରଣା ପାଣିକୁ ବ୍ୟବହାର କରି ମାନସିକ ପୂର୍ଣ୍ଣ କରିଥାନ୍ତି। ଶବର ରାଜା ଏଠାରେ ବାସ କରୁଥିଲେ ବୋଲି ଶୁଣିବାକୁ ମିଳେ। ଚତୁଃପାଶର୍‌ବରେ ପାହାଡ଼ ବନଘେରା ପରିବେଶଟିରେ ଏକ ସ୍ବତନ୍ତ୍ର ଅନୁଭୂତି ଅନୁଭବ ହୁଏ। ବର୍ଷସାରା ବିଭିନ୍ନ ପର୍ବପର୍ବାଣୀରେ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସି ଖୁବ ଆନନ୍ଦିତ ହେବା ସହିତ ବଣଭୋଜିର ଆଶର କରିଥାନ୍ତି। ତାଳଜଙ୍ଗ ଗ୍ରାମ ନିକଟରୁ ଏହାର ଦୂରତା ପ୍ରାୟ ଦେଢ଼ କିଲୋମିଟର ହେବ। ଗମନାଗମନର କୌଣସି ସୁବିଧା ନ ଥିବାରୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଜିଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri