ବ୍ରହ୍ମପୁର-ଫୁଲବାଣୀ ମଧ୍ୟରେ ରେଳ ଲାଇନ୍‌ ଦାବି: ଆଜି ପ୍ରସ୍ତୁତି ବୈଠକ, ୧୩ରେ ଭଞ୍ଜନଗରରେ ଶୋଭାଯାତ୍ରା

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)- ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଫୁଲବାଣୀ ରେଳ ଲାଇନ ଦାବି ନେଇ ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଏବଂ ଶୋଭାଯାତ୍ରା କରାଯାଉଛି। ଏନେଇ ଏକ ସଚେତନତା ରଥ ମଧ୍ୟ ବାହାରିଛି। ଆସନ୍ତା ୧୩ ତାରିଖରେ ଉକ୍ତ ରଥ ଭଞ୍ଜନଗରରେ ପହଞ୍ଚିବ। ଏହି ଅବସରରେ ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ପକ୍ଷରୁ ରଥକୁ ସ୍ବାଗତ କରାଯିବା ସହ ସହରରେ ଏକ ସଭା ହେବ। ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଭଞ୍ଜନଗର ବାର ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ସଭା ହୋଇଥିଲା। ଏଥିରେ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ କହିଥିଲେ।

ଏହି ଅବସରରେ ସମ୍ପାଦକ ଜ୍ୟୋତିରାଜ ପତି, ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ନାୟକ, ଧବଳେଶ୍ବର ମାଝୀ, ସୁଶାନ୍ତ ତ୍ରିପାଠୀ, ସନ୍ତୋଷ ପାଳ, ରଜତ ଦାସ, ଗିରିଜା ଶଙ୍କର ଭୂୟାଁ, ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଏଥିସହ ବୁଧବାର ପୁଣି ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକଙ୍କ ଆହ୍ବାନକ୍ରମେ ସହରର ବିଭିନ୍ନ ସଙ୍ଗଠନକୁ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ପାଇଁ ଡକାଯାଇଛି।

ସୂଚନାଯୋଗ୍ୟ, ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି। ଇଞ୍ଚେ ମଧ୍ୟ ଆଉ ବଢ଼ିନାହି। ଫଳରେ ଭଞ୍ଜନଗର ଉପଖଣ୍ଡବାସୀଙ୍କ ପାଇଁ ରେଳ ଲାଇନ ସ୍ବପ୍ନ ହୋଇ ରହିଯାଇଛି। ତେଣୁ ଆଗାମୀ ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ କିଭଳି ଅର୍ଥ ଅନୁମୋଦନ ହେବ ସେଥିପାଇଁ ଆନ୍ଦୋଳନକୁ ଇତିମଧ୍ୟରେ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଗାଧୋଇବାକୁ ଯାଇ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି।…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri