ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା: ବାଡାବାଙ୍ଗା ପଞ୍ଚାୟତ ଏବେ ମଧ୍ୟ ବଞ୍ଚିତ

ଦାରିଙ୍ଗବାଡି,୫।୫ (ଅରୁଣ ସାହୁ)- ଯାତ୍ରୀଙ୍କ ମଧ୍ୟରେ ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା। ସରକାରୀ ହେଉ କି ବେସରକାରୀ ବସ ଯାତ୍ରୀମାନେ ବିଶେଷ କରି ମହିଳା ଯାତ୍ରୀମାନେ ଲକ୍ଷ୍ମୀ ବସ୍‌ରେ ଯାତ୍ରା କରିବାକୁ ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କ ଚାହିଦା ଯୋଗୁ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ପ୍ରଚେଷ୍ଟା ଓ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଏବେ ପଞ୍ଚାୟତ ଠାରୁ ବ୍ଲକ ହେଡକ୍ୱାଟରରେ ଏହି ବସ ଚଳାଚଳ ସିମିତ ନାହିଁ, ଏବେ ପଞ୍ଚାୟତର ଶେଷ ମୁଣ୍ଡରେ ରହିଥିବା ଗ୍ରାମ ପର୍ଯ୍ୟନ୍ତ ବସ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ର ସୁପରଭାଇଜର ସୁହାନି ସୁବୁଦ୍ଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସେହିକ୍ରମରେ ଭ୍ରମରବାଡି ପର୍ଯ୍ୟନ୍ତ ଯାଉଥିବା ବସ କେରୁବାଡି ପର୍ଯ୍ୟନ୍ତ ଯାଉଛି। ସେହିପରି କାଟିଙ୍ଗିଆ ଯାଉଥିବା ବସ ମିଞ୍ଜାପଙ୍କା, ଗୁମିକିଆ ବସ ଅଲିମାହା ଗ୍ରାମ ପର୍ଯ୍ୟନ୍ତ ଯାଉଥିବା ବେଳେ ସରାମୁଳି ପଞ୍ଚାୟତକୁ ଯାଉଥିବା ଲକ୍ଷ୍ମୀ ବସ୍‌ ଏବେ ମର୍ଦ୍ଦିପାଙ୍କା ପର୍ଯ୍ୟନ୍ତ ଯାତାୟାତ କରୁଛି। ପର୍ତ୍ତମାହା ପଞ୍ଚାୟତକୁ ଯାତାୟାତ କରୁଥିବା ବସ ଯୁଗାବାଡି, କଟାବାଡି, ପେତରବାଡ଼ି ଆଦି ଗାଁକୁ ଯାଉଛି। ସେହିପରି ହାତୀମୁଣ୍ଡା ପଞ୍ଚାୟତକୁ ଯାଉଥିବା ବସ ତାମାଙ୍ଗି ପର୍ଯ୍ୟନ୍ତ ଖୁବ ଶୀଘ୍ର ଯାତାୟାତ କରିବ ବୋଲି କୁହାଯାଇଛି। କେବଳ ଉକ୍ତ ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ବାଡାବାଙ୍ଗା ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ଠାରୁ ଆଜିପର୍ଯ୍ୟନ୍ତ ଯାଉ ନ ଥିବା ଓ ବାଡାବାଙ୍ଗା ପଞ୍ଚାୟତବାସୀ ଏହି ବସ ସେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଉକ୍ତ ବ୍ଲକରେ ମୋଟ ୭ ଟି ଲକ୍ଷ୍ମୀ ବସ୍‌ ୨୪ଟି ପଞ୍ଚାୟତକୁ ଛୁଇଁକି ଯାତାୟାତ କରୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପ୍ଲେକ୍ସ ଭିତରକୁ ପଶିଗଲା ଟ୍ରକ, ଆଉ ତା’ପରେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ସହର ଦେଇଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଉପରେ ଥିବ ମୂର୍ତ୍ତି କମ୍ପ୍ଲେକ୍ସ ଭିତରକୁ ଗୁରୁବାର ଏକ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

ରାଜ୍ୟ ସଭା ଉପ-ନିର୍ବାଚନ: ଦେବାଶିଷଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୪।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ…

ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri