ମହଜୁଦକାରୀଙ୍କ ଲୁହାପଥର ଗୁଣ୍ଡର ଷ୍ଟକ୍‌ ଯାଞ୍ଚ ଦାବି

କେନ୍ଦୁଝର,୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳରେ ବହୁ ବର୍ଷ ଧରି ବିଭିନ୍ନ କ୍ରଶର ଏବଂ ରେଲବାଇ ସାଇଡିଂରେ ଗଚ୍ଛିତ ଥିବା ଲୁହାପଥର ବିକ୍ରି ପାଇଁ ଖଣି ବିଭାଗ ତପତ୍ରତା ଦେଖାଇଛି। ଖଣିଜ ପଥର ଚୋରି ହୋଇ ଯାଉଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ଘଟୁଛି। କମ୍ପାନୀଗୁଡ଼ିକ ଖଣି ବିଭାଗ ନିକଟରେ ଗଚ୍ଛିତ ଲୁହାପଥର ଗୁଣ୍ଡ ଚାଲାଣ କରିବା ପାଇଁ ଆବେଦନ କରୁଛନ୍ତି। ଏହାର ଚାଲାଣ ପାଇଁ ଖଣି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ ନେଇ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି। ମାତ୍ର ଅନୁମତି ଦେବା ପୂର୍ବରୁ ଖଣିଜର ଠିକ୍‌ ଷ୍ଟକ ଯାଞ୍ଚ କରିବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଖଣି ମହାଦୁର୍ନୀତି ସମୟରେ ହିସାବୁରୁ ରେଲବାଇ ସାଇଡିଂରୁ ବ୍ୟାପକ ଖଣି ଚୋରା କାରବାର ହୋଇଥିଲା। ତେବେ ଉକ୍ତ ସାଇଡିଂକୁ ଭିଜିଲାନ୍ସ ବିଭାଗ ତଦନ୍ତ ପରିସରଭୁକ୍ତ କରି ନ ଥିଲା। ଲୁହାପଥର ଗୁଣ୍ଡ ମହାଦୁର୍ନୀତିର ଖୋଳତାଡ଼ ସମୟରୁ ଅର୍ଥାତ୍‌ ୨୦୦୯ ପରଠାରୁ ଚାଲାଣ ନ ହୋଇପାରି ପଡ଼ିରହିଛି। ଲୁହାପଥର ଗୁଣ୍ଡର ଜଗାରଖା ରେଳ ମନ୍ତ୍ରଣାଳୟ କରିଆସୁଥିଲେ ହେଁ ବିଭିନ୍ନ ସମୟରେ ଚୋରି ହୋଇଯାଉଛି। ଏବେ ଲୁହାପଥର ଚାଲାଣ ନେଇ ଖଣି ବିଭାଗ ଅନୁମତି ପ୍ରଦାନ ନେଇ ତତ୍ପରତା ଦେଖାଇଛି। ନିୟମ ଅନୁସାରେ ଖଣି ବିଭାଗ ମହଜୁଦକାରୀଙ୍କ ରିଟର୍ଣ୍ଣ, ଷ୍ଟକ୍‌ ରେଜିଷ୍ଟର, ଯାହାଠାରୁ କିଣିଛନ୍ତି ତାହାର ସେଲ୍‌ ଇନଭଏସ ସହ ମହଜୁଦକାରୀ କେଉଁ ଖଣିରୁ ଲୁହାପଥର ଆଣିଛନ୍ତି ଏବଂ କେତେ ବିକ୍ରି କରିଛନ୍ତି, ତାହାର ହିସାବ ଯାଞ୍ଚ କରିବା କଥା। କାଗଜପତ୍ର ଠିକ୍‌ ଥିଲେ ମହଜୁଦକାରୀଙ୍କୁ ବିକ୍ରି ପାଇଁ ଅନୁମତି ମିଳିଥାଏ। ଅନିୟମିତତା ଜଣାପଡ଼ିଲେ ଖଣି ବିଭାଗ ଲୁହାପଥର ଜବତ କରି ଓଡ଼ିଶା ଖଣି ନିଗମ ଦ୍ୱାରା ନିଲାମ କରିବ। ଉକ୍ତ ନୀତିନିୟମ ପାଳନ ହେଉଛି କି ନାହିଁ ଏବଂ ଚାଲାଣ ଅନୁମତି ପୂର୍ବରୁ ଯାଞ୍ଚ ହେବା ଜରୁରୀ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି। ଏ ନେଇ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି, ଏକ କମ୍ପାନୀ ବହୁ ଗୁଣ୍ଡ ଚାଲାଣ ପାଇଁ ଆଗରୁ ଆବେଦନ କରିଥିଲା। ତାଙ୍କର ଷ୍ଟକ୍‌ ଯାଞ୍ଚ କରି ତାଙ୍କଠାରୁ କମ୍ପାଣ୍ଡିଂ କରି ୫ ଲକ୍ଷ ଟଙ୍କା ଫାଇନ ଆଦାୟ ପରେ ଅନୁମତି ଦିଆଯାଇଛି। ଏଥିସହ ସବୁ ଗଚ୍ଛିତ ଲୁହାପଥର ଷ୍ଟକ୍‌ ଯାଞ୍ଚ କରାଯାଉଛି।
ଖଣି ବିଭାଗ ରିପୋର୍ଟ ଅନୁଯାୟୀ,  ଜୁରୁଡ଼ି ରେଲ ସାଇଡିଂରେ ୬୫ ହଜାର ମେଟ୍ରିକ ଟନ୍‌, ବିଲକୁଣ୍ଡି ରେଳ ସାଇଡିଂରେ ୮ ହଜାର ମେଟ୍ରିକ ଟନ୍‌, ହିସାବୁର ରେଳ ସାଇଡିଂରେ ୪ ହଜାର ମେଟ୍ରିକ ଟନ୍‌, ବାଂଶପାଣି ରେଳ ସାଇଡିଂରେ ୬୨ ହଜାର ମେଟ୍ରିକ ଟନ୍‌, ବଲାଣି ରେଳ ସାଇଡିଂରେ ୧ ହଜାର ମେଟ୍ରିକ ଟନ୍‌ ଏବଂ ବଡ଼ବିଲ ରେଳ ସାଇଡିଂରେ ୧୬ ହଜାର ମେଟ୍ରିକ ଟନ୍‌ ଲୁହାପଥର ଷ୍ଟକ୍‌ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri