ଭାରତୀୟ ଟିକାର ଚାହିଦା ବଢ଼ୁଛି, ଅପେକ୍ଷା କରି ରହିଛନ୍ତି ୨୫ ଦେଶ: ମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତରେ ମେଡ୍‌ ଇନ୍‌ ଇଣ୍ଡିଆ କୋଭିଡ୍‌ ଟିକା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ଅଘଟଣ ଭଳି ଖବର ଆସିନାହିଁ। ଭାରତରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଆଗଧାଡ଼ିର କରୋନା ଯୋଦ୍ଧା ଏହି ଟିକା ନେଇ ସାରିଛନ୍ତି। ଏହି ଖବର ପ୍ରଚାର ଓ ପ୍ରସାର ହେବା ପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଭାରତର ଟିକା ଉପଯୋଗୀ ଓ ଏହାର ବ୍ୟବହାର ପାଇଁ ବିଭିନ୍ନ ଫୋରମରେ ଆଲୋଚନା କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍‌-୧୯ ଟିକା ଯୋଗାଇ ଦେଇଛି ଏବଂ ଅନ୍ୟ ୨୫ଟି ଦେଶ ଅପେକ୍ଷାର ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଏକ ପ୍ରେସ୍‌ ସମ୍ମିଳନୀରେ କହିଛନ୍ତି।
ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଟିକା ପାଇଁ ତିନିଟି ବର୍ଗର ଦେଶ ରହିଛନ୍ତି। ଭାରତରୁ ଟିକା ପାଇବାକୁ ଆଗ୍ରହୀ ତିନି ବର୍ଗ ହେଲେ ଗରିବ, ସମ୍ବେଦନଶୀଳ ଦେଶ ଓ ଅନ୍ୟାନ୍ୟ ଦେଶ ଯାହା ଫାର୍ମାସ୍ୟୁଟିକାଲ କମ୍ପାନୀ ସହିତ ସିଧାସଳଖ କାରବାର କରିଥାଏ। ବର୍ତ୍ତମାନ ସୁଦ୍ଧା ୧୫ଟି ଦେଶକୁ ଟିକା ଯୋଗାଇ ଦିଆଯାଇଛି। ଟିକା ପାଇଁ ଆହୁରି ୨୫ଟି ଦେଶ ସରକାରୀ ନିୟମାବଳୀ ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ଏହି ଘଟଣା
ଆଜି ଭାରତକୁ ବିଶ୍ୱ ମାନଚିତ୍ରରେ ଉଚ୍ଚସ୍ତରକୁ ନେବା ସହିତ ଦେଶର ଗୌରବକୁ ଆହୁରି ବଢ଼ାଛି ବୋଲି ଜୟଶଙ୍କର କହିଥିଲେ। ସେହିଭଳି ଭାରତ ପକ୍ଷରୁ କେତେକ ଗରିବ ଦେଶକୁ ଅନୁଦାନ ଭିତ୍ତିରେ ଏହି ଟିକା ଯୋଗାଇ ଦିଆଯାଇଥିବା ବେଳେ କେତେକ ଦେଶ ଏହି ଟିକା ପ୍ରସ୍ତୁତକାରୀଙ୍କଠାରୁ ଭାରତ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ଦେଇ ନେବାକୁ ଚାହୁଁଛନ୍ତି। ସେହିପରି ଅନ୍ୟ କେତେକ ଦେଶ ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ସିଧାସଳଖ ଚୁକ୍ତି କରିଛନ୍ତି ଏବଂ ବ୍ୟବସାୟିକ ଭିତ୍ତିରେ ବୁଝାମଣା କରିଛନ୍ତି ବୋଲି ସୂଚନା ମିଳିଛି। ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଭାରତ ବାୟୋଟେକ୍‌ ଏବଂ ଅକ୍ସଫୋର୍ଡର କୋଭିଶିଲ୍ଡ, କୋଭାକ୍ସିନ୍‌ ଦୁଇଟି କୋଭିଡ୍‌ ଟିକା ପାଇଁ ଅନୁମତି ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri