ଭାରତୀୟ ଟିକାର ଚାହିଦା ବଢ଼ୁଛି, ଅପେକ୍ଷା କରି ରହିଛନ୍ତି ୨୫ ଦେଶ: ମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତରେ ମେଡ୍‌ ଇନ୍‌ ଇଣ୍ଡିଆ କୋଭିଡ୍‌ ଟିକା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ଅଘଟଣ ଭଳି ଖବର ଆସିନାହିଁ। ଭାରତରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଆଗଧାଡ଼ିର କରୋନା ଯୋଦ୍ଧା ଏହି ଟିକା ନେଇ ସାରିଛନ୍ତି। ଏହି ଖବର ପ୍ରଚାର ଓ ପ୍ରସାର ହେବା ପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଭାରତର ଟିକା ଉପଯୋଗୀ ଓ ଏହାର ବ୍ୟବହାର ପାଇଁ ବିଭିନ୍ନ ଫୋରମରେ ଆଲୋଚନା କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍‌-୧୯ ଟିକା ଯୋଗାଇ ଦେଇଛି ଏବଂ ଅନ୍ୟ ୨୫ଟି ଦେଶ ଅପେକ୍ଷାର ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଏକ ପ୍ରେସ୍‌ ସମ୍ମିଳନୀରେ କହିଛନ୍ତି।
ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଟିକା ପାଇଁ ତିନିଟି ବର୍ଗର ଦେଶ ରହିଛନ୍ତି। ଭାରତରୁ ଟିକା ପାଇବାକୁ ଆଗ୍ରହୀ ତିନି ବର୍ଗ ହେଲେ ଗରିବ, ସମ୍ବେଦନଶୀଳ ଦେଶ ଓ ଅନ୍ୟାନ୍ୟ ଦେଶ ଯାହା ଫାର୍ମାସ୍ୟୁଟିକାଲ କମ୍ପାନୀ ସହିତ ସିଧାସଳଖ କାରବାର କରିଥାଏ। ବର୍ତ୍ତମାନ ସୁଦ୍ଧା ୧୫ଟି ଦେଶକୁ ଟିକା ଯୋଗାଇ ଦିଆଯାଇଛି। ଟିକା ପାଇଁ ଆହୁରି ୨୫ଟି ଦେଶ ସରକାରୀ ନିୟମାବଳୀ ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ଏହି ଘଟଣା
ଆଜି ଭାରତକୁ ବିଶ୍ୱ ମାନଚିତ୍ରରେ ଉଚ୍ଚସ୍ତରକୁ ନେବା ସହିତ ଦେଶର ଗୌରବକୁ ଆହୁରି ବଢ଼ାଛି ବୋଲି ଜୟଶଙ୍କର କହିଥିଲେ। ସେହିଭଳି ଭାରତ ପକ୍ଷରୁ କେତେକ ଗରିବ ଦେଶକୁ ଅନୁଦାନ ଭିତ୍ତିରେ ଏହି ଟିକା ଯୋଗାଇ ଦିଆଯାଇଥିବା ବେଳେ କେତେକ ଦେଶ ଏହି ଟିକା ପ୍ରସ୍ତୁତକାରୀଙ୍କଠାରୁ ଭାରତ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ଦେଇ ନେବାକୁ ଚାହୁଁଛନ୍ତି। ସେହିପରି ଅନ୍ୟ କେତେକ ଦେଶ ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ସିଧାସଳଖ ଚୁକ୍ତି କରିଛନ୍ତି ଏବଂ ବ୍ୟବସାୟିକ ଭିତ୍ତିରେ ବୁଝାମଣା କରିଛନ୍ତି ବୋଲି ସୂଚନା ମିଳିଛି। ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଭାରତ ବାୟୋଟେକ୍‌ ଏବଂ ଅକ୍ସଫୋର୍ଡର କୋଭିଶିଲ୍ଡ, କୋଭାକ୍ସିନ୍‌ ଦୁଇଟି କୋଭିଡ୍‌ ଟିକା ପାଇଁ ଅନୁମତି ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri