ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନିଯୁକ୍ତି, ଆଇସିୟୁ ସେବା, ଟ୍ରମା କେୟାର କେନ୍ଦ୍ର ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ନଥିବାରୁ ଯେକୌଣସି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଉନ୍ନତମାନର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡିକାଲ କିମ୍ବା ଭୁବନେଶ୍ଵରର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ଆବଶ୍ୟକ ପଡ଼ିଥାଏ।

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡଃ ଅଲେଖ ପ୍ରଧାନଙ୍କ କହିବା ଅନୁଯାୟୀ, ଚିକିତ୍ସାଳୟର ନବୀକରଣ ପରେ ଅନେକ ପ୍ରକାରର ଆବଶ୍ୟକ ସୁବିଧା ଉପଲବ୍ଧ ହୋଇଛି । ମୋଟ ୫୧ଟି ଡାକ୍ତର ପଦବୀ ମଞ୍ଜୁରୀ ମିଳିଥିବା ବେଳେ କେବଳ ୧୦ଟି ଡାକ୍ତର ରୋଗୀଙ୍କ ଚିକିତ୍ସାରେ ନିଯୁକ୍ତ ରହିଛନ୍ତି ବୋଲି ଅଧିକ୍ଷକ କହିଛନ୍ତି। ସେହିପରି ନର୍ସିଂ ସେବା ପ୍ରଦାନ କରିବା ପାଇଁ ବି ମାତ୍ର ୧୦ ଜଣ ନିଯୁକ୍ତ ଅଛନ୍ତି। ଛତ୍ରପୁର ଉପଖଣ୍ଡ ଗଞ୍ଜାମ ଜିଲା ସହ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ସହିତ ସଂଲଗ୍ନ ରହିଛି । କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଲୋକେ ରୋଗୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଚିଲିକା ହ୍ରଦ ପାର କରି ପୁରୀ ଜିଲା ମୁଖ୍ଯ ଚିକିତ୍ସାଳୟ କିମ୍ବା ଭୁବନେଶ୍ବରକୁ ନେବା ପରିବର୍ତ୍ତେ ବ୍ରହ୍ମପୁର ବଡ଼ମେଡିକାଲକୁ ନେଇ ଯାଉଛନ୍ତି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ନିକଟତର ହୋଇଥିଲେ ମଧ୍ୟ ଏଇଠି ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି।

ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ ଜନସାଧାରଣମାନେ ଉପଭୋଗ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଛନ୍ତି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆଇସିୟୁ ଏବଂ ଟ୍ରମା କେୟାର ଭଳି ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବା ଅତ୍ୟନ୍ତ ଜରୁରୀ ରହିଛି । ଚିକିତ୍ସାଳୟ ପରିସରରେ କେବଳ ୪ଟି ସ୍ଵତନ୍ତ୍ର କକ୍ଷ ଅଛି। ଏହାର ମରାମତି କାର୍ଯ୍ୟ କରିବା ଏବଂ କକ୍ଷ ସଂଖ୍ୟା ବୃଦ୍ଧି କରିବା ଉପରେ ମଧ୍ଯ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସହର ମଝିରେ ଥିବା ପୁରୁଣା ତହସିଲ କାର୍ଯ୍ଯାଳୟ ଜମି ଚିକିତ୍ସାଳୟକୁ ହସ୍ତାନ୍ତର କରାଗଲେ ପରିସରର କ୍ଷେତ୍ରଫଳରେ ବୃଦ୍ଧି ହେବ ବୋଲି ସେ ମତ ଦେଇଛନ୍ତି।

ସହରର ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ଦାଶ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ୩୦ଟି ଜିଲା ମଧ୍ୟରୁ ଗଞ୍ଜାମ ଜିଲା ଏକମାତ୍ର ଜିଲା ଯେଉଁଠାରେ ଜିଲା ସଦର ମହକୁମା ଚିକିତ୍ସାଳୟ ନାହିଁ ବରଂ ତାହା ବ୍ରହ୍ମପୁର ଠାରେ ସିଟି ହସ୍ପିଟାଲ ଭାବେ ପରିଚିତ ଅଛି । ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।

ବିଶିଷ୍ଠ ଶିକ୍ଷାବିତ୍ ତଥା ଆଇନଜୀବୀ ରଞ୍ଜନ ମହାପାତ୍ର ଉପଖଣ୍ଡ ଚିକିତ୍ସାଳୟ ପରିପ୍ରେକ୍ଷୀରେ ସହର ବାସୀଙ୍କ ଦିର୍ଘଦିନର ଦାବି ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସରକାରୀ ଦଳର ହୋଇଥିବାରୁ ସେ ଉଭୟଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଚିକିତ୍ସାଳୟର ମାନ୍ୟତା ବୃଦ୍ଧି କରିବା ଉପରେ ଗୁରୁତ୍ଵ ଦିଅନ୍ତୁ। ଏହା ଜନସାଧାରଣଙ୍କ ବହୁ ମାତ୍ରାରେ କଲ୍ୟାଣକାରୀ କାର୍ଯ୍ୟ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି।

ଯଦି ମାନବସମ୍ବଳ ବୃଦ୍ଧି କରିବା କ୍ଷେତ୍ରରେ ଯଥା ଆବଶ୍ୟକ ଅନୁଯାୟୀ ଡାକ୍ତର ଓ ନର୍ସଙ୍କ ନିଯୁକ୍ତି ହୁଏ, ତା ହେଲେ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କ୍ଷେତ୍ରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରାଜ୍ୟର ଉନ୍ନତମାନ ଚିକିତ୍ସାଳୟ ମଧ୍ୟରେ ଗଣାଯାଇପରିବ ବୋଲି ଅଧିକ୍ଷକ ଡଃ ଅଲେଖ ପ୍ରଧାନ ଦୃଢ଼ ବିଶ୍ବାସ ରଖିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ‘ଗୁରୁ ପୂଜନ ସହ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, ବିଧାୟକ…

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri