ଜୟପୁରକୁ ଜିଲା ମାନ୍ୟତା ଦାବି ତେଜିଲା

ଜୟପୁର,୨୨ା୧୨(ପବନ ପାଣିଗ୍ରାହୀ): ଜୟପୁରକୁ ଜିଲା ମାନ୍ୟତା ଦାବିରେ ସ୍ଥାନୀୟ ରାଜନଗର ଛକଠାରେ ଶୁକ୍ରବାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜିକ କର୍ମୀ, ଛାତ୍ର ନେତା ଏବଂ ଯୁବକମାନେ ଯୋଗ ଦେଇଥିଲେ। କୋରାପୁଟ ଇତିହାସରୁ ଜଣାପଡେ ଜୟପୁର ସେସମୟରେ ରାଜ୍ୟର ରାଜଧାନୀ ରହି ଆସିଛି। ଭୌଗଲିକ, ସାମାଜିକ, ଐତିହାସିକ ଏବଂ ପାରମ୍ପରିକ ଦୃଷ୍ଟିରୁ ଜୟପୁରକୁ ଜିଲା ଦାବି କରିବା ଏକ ନାର୍ଯ୍ୟ ଦାବି। ୧୯୮୯ରୁ ଜୟପୁର ଜିଲାର ମାନ୍ୟତା ଦାବି କରି ଆସିଛି। କୋରାପୁଟ ଆୟତ୍ତନରେ ଜୟପୁର ଏବେ ମଧ୍ୟ ଓଡିଶାରେ ତୃତୀୟ ବୃହତ୍ତମ ଜିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଜିଲାର କୋଣ ଅନୁକୋଣରେ ରହୁଥିବା ବାସିନ୍ଦା ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲ।

ସରକାର ଏବଂ ସରକାରୀ ଯୋଜନା ସୀମାନ୍ତ ଅଞ୍ଚଳରେ ଠିକ୍‌ ଭାବେ ନ ପହଞ୍ଚିବାରୁ ସେଠାକାର ବସିନ୍ଧା ବାଧ୍ୟ ହୋଇ ପଡୋଶୀ ରାଜ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି। ପଡୋଶୀ ରାଜ୍ୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କୁ ପ୍ରଲୋଭିତ ନିଜ ସପକ୍ଷରେ ନେବାକୁ ସଫଳ ହେଉଛନ୍ତି ବୋଲି ଉପସ୍ଥିତ ଜନସାଧାରଣ ପ୍ରକାଶ କରିଥିଲେ। କୋରାପୁଟ ଜିଲାରେ ବର୍ତ୍ତମାନ ୧୪ଟି ବ୍ଲକ ରହିଛି। ଏହାର ଆୟତନ ୮୮୦୭ ବର୍ଗ କଲୋମିଟର। ଜୟପୁର ଉପଖଣ୍ଡରେ ୫ଟି ବ୍ଲକ ଏବଂ କୋରାପୁଟ ଉପଖଣ୍ଡରେ ୯ଟି ବ୍ଲକ ରହିଛି। ଯଦି ୭ଟି ଲେଖାଏ ବ୍ଲକକୁ ନେଇ ଦୁଇଟି ଜିଲା କୋରାପୁଟ ଏବଂ ଜୟପୁର ଗଠନ ହୋଇ ଥାଆନ୍ତା ତେବେ ଉଭୟ ଜିଲାର ଜିଲା ପ୍ରଶାସନ ପ୍ରତ୍ୟେକ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବାରେ ସଫଳ ହୋଇଥାନ୍ତେ। ଏହାକୁ ବିଚାରକୁ ନେଇ ଜୟପୁରକୁ ଏକ ଜିଲାରେ ପରିଣତ କରିବାକୁ ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ଦେଇଥିଲେ।

ଏହି ଅବସରରେ ବ୍ୟବସାୟୀ ସଂଘ ଅଧ୍ୟକ୍ଷ ଭି. ପ୍ରଭକର, ଅବସରପ୍ରାପ୍ତ ସରକାରି ଅଧିକାରୀ କମଳା କାନ୍ତ ରଥ, କଳାକାର ଧୀରେନ ମୋହନ ପଟ୍ଟନାୟକ, ସାମାଜିକ କାର୍ଯ୍ୟକର୍ତ୍ତା ଗୁପ୍ତ ପ୍ରକାଶ ଦାସ, କେ. ସତିଶ, ଆରକୁଲୁ ଶ୍ରୀନୁ, ସନ୍ଦିପ ସାମନ୍ତରାୟ, ରଘୁ ନାୟକ, ଜି. ବସନ୍ତ ରାଓ, ସାଇ ବାବୁ , ନିଶାନ ପଟ୍ଟନାୟକ, ବିକାଶ ଆଗ୍ରୱାଲ, ବୁଲୁ ଦେବଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମଧ୍ୟ ଏକ ସେଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri