Posted inଫୁରସତ

ବୃଦ୍ଧି ପାଉଛି କୋକେନ୍‌ ଚାହିଦା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ପୋଲିସ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଡ୍ରଗ୍‌ ପଠାଯାଉଥିବାବେଳେ ଲୋକଙ୍କୁ ଧରିଥାଏ। ବ୍ୟବସାୟୀ ବିଭିନ୍ନ ଉପାୟରେ ଡ୍ରଗ୍‌ ସପ୍ଲାଏ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ କୋକେନ୍‌ ଭଳି ସିନ୍ଥେଟିକ୍‌ ନିଶାଦ୍ରବ୍ୟ ଦ୍ରୁତ, ଶସ୍ତା ଏବଂ ସହଜ ଉତ୍ପାଦନ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସମଗ୍ର ବିଶ୍ୱରେ ଡ୍ରଗ୍‌ ବଜାରକୁ ପରିବର୍ତ୍ତନ କରୁଛି। ରବିବାର ମିଳିଥିବା ଜାତିସଂଘର ରିପୋର୍ଟ ଅନୁସାରେ, ଏହା କେବଳ କୋକେନ୍‌ ନୁହେଁ, ମେଥାମଫେଟାମାଇନ୍‌ ଭଳି ଡ୍ରଗ୍‌ କାରବାର ମଧ୍ୟ ପ୍ରତିଷ୍ଠିତ ବଜାର ବାହାରେ ବିସ୍ତାର କରୁଛି। ଏହା ବର୍ତ୍ତମାନ ଆଫଗାନିସ୍ତାନରେ ଉତ୍ପାଦନ ହେଉଛି। ୨୦୨୧ରେ କୋକେନ୍‌ ଚାଷ ସର୍ବାଧିକ ୨୨ ମିଲିୟନ୍‌ ଅର୍ଥାତ୍‌ ୨୨୦ ଲକ୍ଷ ଥିବା ରିପୋର୍ଟରୁ ଜଣାପଡ଼ିଥିଲା। ବର୍ତ୍ତମାନ ସମୟରେ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ମୁତାବକ, କୋକେନ୍‌ ଉତ୍ପାଦନ ଅପେକ୍ଷା କୋକେନ୍‌ ଜବରଦଖଲ ବୃଦ୍ଧି ପାଇଛି। ଜାତିସଂଘ ରିପୋର୍ଟ ମୁତାବକ, ବର୍ତ୍ତମାନ ସମୟରେ ବିଶ୍ୱରେ କୋକେନ୍‌ର ଯୋଗାଣ ଏବଂ ଚାହିଦା ବଢ଼ିବାରେ ଲାଗିଛି। ବିଶ୍ୱରେ କୋକେନ୍‌ ବଜାର ଅଧିକାଂଶ ଆମେରିକା ଏବଂ ୟୁରୋପୀୟ ଦେଶରେ ଦେଖିବାକୁ ମିଳିଛି। ଏହାସହ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ୟୁରୋପରେ ମଧ୍ୟ ଏହାର ବଜାର ଥିବା ନିକଟରେ ସ୍ପଷ୍ଟ ହୋଇଛି। ବିଶ୍ୱରେ ଥିବା ମେଥାମଫେଟାମାଇନ୍‌ର ୯୦ ପ୍ରତିଶତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଏବଂ ଉତ୍ତର ଆମେରିକାରୁ ଜବତ ହୋଇଥିବା ତଥ୍ୟ ମିଳିଛି। ତଥାପି ପୂର୍ବ ଏବଂ ପଶ୍ଚିମ ଆଫ୍ରିକା ପରି ଅନ୍ୟତ୍ର ଏହି କାରବାର ବୃଦ୍ଧି ପାଉଛି। ଆଫଗାନିସ୍ତାନରେ ମେଥାମଫେଟାମାଇନ୍‌ ସହ ବିଶ୍ୱର ୮୦ ପ୍ରତିଶତ ହେରୋଇନ୍‌ ଉତ୍ପାଦନ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri