ବାରିପଦା-ପୁରୀ ଟ୍ରେନ୍‌ ରହଣି ଦାବି ତେଜିଲା

ବୈଶିଙ୍ଗା,୧୮।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ଯୁଗପୁରା ରେଳ ଷ୍ଟେଶନଠାରେ ବାରିପଦା-ପୁରୀ ସାପ୍ତାହିକ ଟ୍ରେନର ଷ୍ଟପେଜ ନ ଥିବା ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଜାନୁୟାରୀ ୧୩ରେ ଏହି ରେଳ ସେବା ଶୁଭାରମ୍ଭ ହୋଇଥିଲା। ଏହି ରେଳ ସେବା ପାଇବା ପାଇଁ ଜିଲାବାସୀଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ରେଳବାଇ ପକ୍ଷରୁ ଆଉ ଏକ ଟ୍ରେନ ଚଳାଚଳ ପାଇଁ ସ୍ଥିର ହୋଇଥିଲା। ଏହି ନୂତନ ଟ୍ରେନ ପ୍ରତ୍ୟେକ ଶନିବାର ଭଞ୍ଜପୁର ଷ୍ଟେଶନରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୬ଟାରେ ପୁରୀରେ ପହଞ୍ଚୁଛି। ଏଥିପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲାବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।
ତେବେ ଏହି ରେଳ ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗପୁରା ଷ୍ଟେଶନଠାରେ ରହୁ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରୁଟ୍‌ରେ ଚଳାଚଳ କରୁଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ, ଭଞ୍ଜପୁର- ସାଲିମାର୍‌ ସୁପରଫାଷ୍ଟ ସମେତ ସମସ୍ତ ମେମୁ ଓ ଡିଏମ୍‌ୟୁ ଟ୍ରେନର ଯୁଗପୁରାଠାରେ ଷ୍ଟପେଜ ଥିବା ବେଳେ ଏକ ମାତ୍ର ଏହି ପୁରୀ ଟ୍ରେନ୍‌ ଅଟକୁ ନାହିଁ। କଟକ, ଭୁବନେଶ୍ୱର କିମ୍ବା ଶ୍ରୀକ୍ଷେତ୍ର ପୁରୀ ତୀର୍ଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କୁ ରୂପ୍‌ସା ଷ୍ଟେଶନରେ ରାତି ଗୋଟାଏ ସମୟରେ ଏହି ଟ୍ରେନ ଧରିବାକୁ ପଡ଼ୁଛି। କାରଣ ଯୁଗପୁରାର ପୂର୍ବବର୍ତ୍ତୀ ଯୁଗଳ ଓ ପରବର୍ତ୍ତୀ ଠାକୁରତୋଟା ଷ୍ଟେଶନରେ ମଧ୍ୟ ଏହି ରେଳ ରହି ନ ଥାଏ। ଯୁଗପୁରା ଷ୍ଟେଶନ ସୁରକ୍ଷା କମିଟି ଏବଂ ଯୁଗଶ୍ରୀ କୃଷକ ବନ୍ଧୁ କ୍ଲବ ପକ୍ଷରୁ ଅଶ୍ବିନୀ ମହାରଣା, ମହେଶ ଚନ୍ଦ୍ର ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ମହେଶ୍ବର ମହାପାତ୍ର, ଗୌତମ ପ୍ରଧାନ, ଭୋଳାନାଥ ନାୟକ, ଅଜିତ ପତି, ଲକ୍ଷ୍ମୀଧର ଦଣ୍ଡପାଟ, ଗିରୀଶ ରାଉତ, ଅଜୟ ଦାସ ପ୍ରମୁଖ ରେଳମନ୍ତ୍ରୀ ଏବଂ ଖଡ଼ଗପୁରସ୍ଥିତ ଡିଆର୍‌ଏମ୍‌ଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି। ଆସନ୍ତା ସପ୍ତାହର ଗୁରୁବାର ଓ ଶନିବାର ଏହି ପୁରୀ ଟ୍ରେନର ଯୁଗପୁରା ଷ୍ଟେଶନଠାରେ ନ ଅଟିକିଲେ ରେଳରୋକୋ ସହିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ପଚାରିବାରୁ ସେ ଅନୁଧ୍ୟାନ କରୁଛନ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri