ବାରିପଦା-ପୁରୀ ଟ୍ରେନ୍‌ ରହଣି ଦାବି ତେଜିଲା

ବୈଶିଙ୍ଗା,୧୮।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ଯୁଗପୁରା ରେଳ ଷ୍ଟେଶନଠାରେ ବାରିପଦା-ପୁରୀ ସାପ୍ତାହିକ ଟ୍ରେନର ଷ୍ଟପେଜ ନ ଥିବା ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଜାନୁୟାରୀ ୧୩ରେ ଏହି ରେଳ ସେବା ଶୁଭାରମ୍ଭ ହୋଇଥିଲା। ଏହି ରେଳ ସେବା ପାଇବା ପାଇଁ ଜିଲାବାସୀଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ରେଳବାଇ ପକ୍ଷରୁ ଆଉ ଏକ ଟ୍ରେନ ଚଳାଚଳ ପାଇଁ ସ୍ଥିର ହୋଇଥିଲା। ଏହି ନୂତନ ଟ୍ରେନ ପ୍ରତ୍ୟେକ ଶନିବାର ଭଞ୍ଜପୁର ଷ୍ଟେଶନରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୬ଟାରେ ପୁରୀରେ ପହଞ୍ଚୁଛି। ଏଥିପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲାବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।
ତେବେ ଏହି ରେଳ ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗପୁରା ଷ୍ଟେଶନଠାରେ ରହୁ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରୁଟ୍‌ରେ ଚଳାଚଳ କରୁଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ, ଭଞ୍ଜପୁର- ସାଲିମାର୍‌ ସୁପରଫାଷ୍ଟ ସମେତ ସମସ୍ତ ମେମୁ ଓ ଡିଏମ୍‌ୟୁ ଟ୍ରେନର ଯୁଗପୁରାଠାରେ ଷ୍ଟପେଜ ଥିବା ବେଳେ ଏକ ମାତ୍ର ଏହି ପୁରୀ ଟ୍ରେନ୍‌ ଅଟକୁ ନାହିଁ। କଟକ, ଭୁବନେଶ୍ୱର କିମ୍ବା ଶ୍ରୀକ୍ଷେତ୍ର ପୁରୀ ତୀର୍ଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କୁ ରୂପ୍‌ସା ଷ୍ଟେଶନରେ ରାତି ଗୋଟାଏ ସମୟରେ ଏହି ଟ୍ରେନ ଧରିବାକୁ ପଡ଼ୁଛି। କାରଣ ଯୁଗପୁରାର ପୂର୍ବବର୍ତ୍ତୀ ଯୁଗଳ ଓ ପରବର୍ତ୍ତୀ ଠାକୁରତୋଟା ଷ୍ଟେଶନରେ ମଧ୍ୟ ଏହି ରେଳ ରହି ନ ଥାଏ। ଯୁଗପୁରା ଷ୍ଟେଶନ ସୁରକ୍ଷା କମିଟି ଏବଂ ଯୁଗଶ୍ରୀ କୃଷକ ବନ୍ଧୁ କ୍ଲବ ପକ୍ଷରୁ ଅଶ୍ବିନୀ ମହାରଣା, ମହେଶ ଚନ୍ଦ୍ର ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ମହେଶ୍ବର ମହାପାତ୍ର, ଗୌତମ ପ୍ରଧାନ, ଭୋଳାନାଥ ନାୟକ, ଅଜିତ ପତି, ଲକ୍ଷ୍ମୀଧର ଦଣ୍ଡପାଟ, ଗିରୀଶ ରାଉତ, ଅଜୟ ଦାସ ପ୍ରମୁଖ ରେଳମନ୍ତ୍ରୀ ଏବଂ ଖଡ଼ଗପୁରସ୍ଥିତ ଡିଆର୍‌ଏମ୍‌ଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି। ଆସନ୍ତା ସପ୍ତାହର ଗୁରୁବାର ଓ ଶନିବାର ଏହି ପୁରୀ ଟ୍ରେନର ଯୁଗପୁରା ଷ୍ଟେଶନଠାରେ ନ ଅଟିକିଲେ ରେଳରୋକୋ ସହିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ପଚାରିବାରୁ ସେ ଅନୁଧ୍ୟାନ କରୁଛନ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri