ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆମେରିକାର ୧୪ଟି ରାଜ୍ୟରେ ଏକ ସପ୍ତାହରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କେତେକ ସହରରେ ମୃତଦେହ ରଖିବା ପାଇଁ ମଧ୍ୟ ସ୍ଥାନର ଅଭାବ ଦେଖାଦେଇଛି। ମୋଟ ୪୨ ଟି ରାଜ୍ୟରେ ଡେଲ୍ଟା ଭାରିଆଣ୍ଟର ସଂକ୍ରମଣ ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଅପରପକ୍ଷରେ ହସ୍ପିଟାଲରେ ବେଡ୍‌ ସମସ୍ୟା ସୃଷ୍ଟି ହୋଇଛି। ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ୨୮ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଆଲାବାମାରେ ୫,୫୭୧ ଛୋଟ ପିଲା ସଂକ୍ରମିତ ହୋଇଛନ୍ତି। ଏଠାରେ ସଂକ୍ରମଣ ହାର ମଧ୍ୟ ୨୩ ପ୍ରତିଶତ ଅତିକ୍ରମ କରିଛି । ଫ୍ଲୋରିଡା, ଦକ୍ଷିଣ କାରୋଲିନା, ଟେକ୍ସାସ ଏବଂ ଲୁଇସିୟାନାରେ ଥିବା ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ! ଗୋଟିଏ ଘଣ୍ଟାରେ ସିରିଆର ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲର ମିଶାଇଲ ମାଡ

ଜେରୁଜେଲମ,୧ ।୯: ଇସ୍ରାଏଲ ଓ ଇରାନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ଆଶଙ୍କା କରାଯାଉଛି । କାରଣ ଇସ୍ରାଏଲ ଏବେ ଇରାନ ବିମାନ ବନ୍ଦରକୁ ଟାର୍ଗେଟ କରିଛି...

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି।...

କେରଳରେ ଫସିଥିବା ୪୦ ଜଣ ଭଦ୍ରକ ଫେରୁଛନ୍ତି

ଭଦ୍ରକ ଅଫିସ,୪ା୫: କେରଳରେ ଫସିଥିବା ୪୦ ଜଣ ସୋମବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଭଦ୍ରକ ଜିଲା...

ଇସ୍ରାଏଲରେ ଗୁଳିକାଣ୍ଡ, ୩ ଆହତ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ

ଜେରୁଜେଲମ,୧୦ ।୩: ଇସ୍ରାଏଲର ତେଲ ଆଭିବ ସହରରେ ଗୁରୁବାର ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଆହତ...

ନୂଆବର୍ଷ ପାଳନ ସମୟରେ ଗୁଳିକାଣ୍ଡ ୨୨ ଆହତ

ଇସଲାମାବାଦ,୧ ।୧: ଶନିବାର ଯେତେବେଳେ ସାରା ବିଶ୍ୱ ନୂଆବର୍ଷ ପାଳନ କରିବାରେ ବ୍ୟସ୍ତ ଥାଆନ୍ତି ଠିକ୍ ସେତିକି ବେଳେ ପାକିସ୍ତାନରେ ନୂଆବର୍ଷକୁ ବନ୍ଧୁକ ଗୁଳିରେ ସ୍ୱାଗତ...

ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼।...

ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ...

ଜର୍ଜିଆରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ…

ତିବିଲିସ, ୨୯।୯ : ଦକ୍ଷିଣ ଜର୍ଜିଆ ନିକଟରେ ଅବସ୍ଥିତ ଦକ୍ଷିଣ ସାଣ୍ଡୱିଚ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୩୩ରେ ରେ...

Advertisement
Archives

Model This Week