ଓଡ଼ିଶାରେ ଡେଲଟା ପ୍ଲସ

ଭୁବନେଶ୍ୱର,୨୫।୬: ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ଡେଲଟା ପ୍ଲସ ମାମଲା ୪୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨୦ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ରୋଗୀ ଦେବଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ କିଭଳି ଭାବେ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ ହେଲେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ଜଣାପଡି ନାହିଁ।

ଆଇସିଏମ୍‌ଆର୍‌ ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି-କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ହେଉଛି। କୋଭିଡ୍‌ର ସମସ୍ତ ଭାରିଆଣ୍ଟକୁ ପ୍ରତିହତ କରିବା କ୍ଷମତା ରଖିଛି।