Posted inଜାତୀୟ

ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ ୧୬ ଥର ଭୁଷିଲେ ଛୁରି

ନୂଆଦିଲ୍ଲୀ,୨୦।୧୧: ଅନୈତିକ ସମ୍ପର୍କକୁ ଲୁଚାଇବା ପାଇଁ ଦିଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ନବୀନ ଗୁଲେରିଆ ଓ ଦୁଇ ଜଣ କଣ୍ଟ୍ରାକ୍ଟ କିଲର (ସୋନୁ ଓ ରାହୁଲ)ଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀର ମାଲଭିୟା ନଗର ଥାନା ପକ୍ଷରୁ ଗୁରୁବାର କୁହାଯାଇଛି।

ଦମ୍ପତିଙ୍କ ପୁଅକୁ ୪ଟା ୩୦ରେ ଘରେ ଛାଡ଼ିବାକୁ ଯାଇଥିବା ଅଭିଯୁକ୍ତଙ୍କ ଜଣେ କର୍ମଚାରୀ ପ୍ରଥମେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିଥିଲେ ମାଲିକିଆଣିଙ୍କ ମୃତଦେହ। ତାଙ୍କ ପାଖରୁ ଖବର ପାଇ ମୃତଦେହକୁ ଧରି ଅଭିଯୁକ୍ତ ପହଞ୍ଚିଥିଲେ ହସ୍ପିଟାଲରେ। ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା ଯେ, ମହିଳାଙ୍କୁ ୧୬ରୁ ୧୭ ଥର ଛୁରା ମାଡ଼ କରି ହତ୍ୟା କରାଯାଇଛି।

ତଦନ୍ତ ବେଳେ ପୋଲିସକୁ ମିଳିଥିଲା ଏକ ସିସିଟିଭି ଫୁଟେଜ। ସେଥିରେ ୨ ଜଣ ଲୋକ ଘରକୁ ଭିତରକୁ ଯାଉଥିବା ବେଳେ ୩ ଜଣ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀ ଫୋନ ଚେକ୍‌ କରିବାରୁ ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କରେ ଥିବା ଜଣାପଡ଼ିଥିଲା। ଆଉ ଘଟଣା ଦିନ ସେମାନେ ଅନେକ ଥର କଥାବର୍ତ୍ତା ହୋଇଥିଲେ। ଅଭିଯୁକ୍ତଙ୍କ ଦୁଇ ଚକିଆ ଯାନରୁ ୫୦ ହଜାର ଟଙ୍କା ଓ ଏକ ମୋବାଇଲ ମିଳିଥିଲା। ସେହି ଫୋନ ଯୋଗେ ଅଭିଯୁକ୍ତ କଣ୍ଟ୍ରାକ୍ଟ କିଲରଙ୍କ ସହ ଯୋଗାଯୋଗ କରିଥିଲେ।

ପଚରାଉଚରା ବେଳେ ଅଭିଯୁକ୍ତ କହିଥିଲେ, ଅନ୍ୟ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିଲେ। ୪ ମାସ ତଳେ ଏ ବିଷୟରେ ଜଣିବା ପରେ ସ୍ତ୍ରୀ ସର୍ବଦା ସନ୍ଦେହ କରୁଥିଲେ। ଏଥିଯୋଗୁ ସେ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri