ସ୍ବାମୀ, ଝିଅଙ୍କୁ ଖୋଜିବାକୁ ବୌଦ୍ଧରେ ଦିଲ୍ଲୀର ମହିଳା

ବୌଦ୍ଧ,୫।୪ (ସ୍ବ.ପ୍ର): ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେବା ପରେ ସ୍ବାମୀ ଓ ସନ୍ତାନର ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି ଦିଲ୍ଲୀର ମହିଳା ଆରତୀ। ଓଡ଼ିଶାର ଗଞ୍ଜମ ଜିଲା ଭଞ୍ଜନଗର ନିକଟସ୍ଥ ଏକ ଗ୍ରାମର ସୁବ୍ରତ କୁମାର ମିଶ୍ରଙ୍କ ସହିତ ଦିଲ୍ଲୀର ଆରତୀଙ୍କ ଗତ ୫ବର୍ଷ ତଳେ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ସୁବ୍ରତ ଓ ଆରତୀ ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ବିବାହ ପରେ ଉଭୟେ ଦିଲ୍ଲୀର ଶାସ୍ତ୍ରୀନଗର ଅଞ୍ଚଳରେ ଘରଭଡା ନେଇ ରହିଆସୁଥିଲେ। ବିବାହ ପରେ ସୁବ୍ରତ ଓ ଆରତୀଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

ସୁବ୍ରତ ପରେ ଆରତୀଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଏହି ସମ୍ପର୍କରେ ଆରତୀ ନିଜ ପିତାମାତାଙ୍କୁ ଜଣାଇବାପରେ ସେମାନେ ବୁଝାଇବା ସତ୍ତ୍ୱେ ସୁବ୍ରତଙ୍କ କୌଣସି ପରିବର୍ତ୍ତନ ହୋଇ ନ ଥିଲେ। ଗତ ଫେବୃୟାରୀରେ ସୁବ୍ରତ ହଠାତ ୪ବର୍ଷର ଶିଶୁ କନ୍ୟାକୁ ସାଙ୍ଗରେ ଧରି ଦିଲ୍ଲୀରୁ ଫେରାର ହୋଇଯାଇଥିଲେ। ଆରତୀ ନିଜର ସ୍ବାମୀ ଓ ସନ୍ତାନଙ୍କୁ ଅନେକ ଖୋଜାଖୋଜି କରିବା ପରେ ଗତ ଫେବୃୟାରୀ ୧୭ରେ ଦିଲ୍ଲୀର ଏକ ଥାନାରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କର ଶିଶୁ କନ୍ୟାକୁ ଖୋଜିଆଣିବାକୁ ନିବେଦନ କରିଥିଲେ। ଆରତୀଙ୍କ ମାମଲା ଦିଲ୍ଲୀର ୱାନଷ୍ଟପ ସେଣ୍ଟକୁ ପଠାଯାଇଥିଲା। ସୁବ୍ରତଙ୍କ ମୋବାଇଲ ଟ୍ରାକିଂ କରାଯିବା ସହିତ ସୂଚନା ସଂଗ୍ରହ କରାଯିବା ପରେ ସେ ଓଡ଼ିଶାର ବୌଦ୍ଧ ଜିଲା ଅନ୍ତର୍ଗତ ମନମୁଣ୍ଡା ଥାନା ମହିସରପିଣ୍ଡାର ନିଜର ଭଉଣୀଙ୍କ ଘରେ ଥିବାର ସୂଚନା ମିଳିଥିଲା। ତେଣୁ ଦିଲ୍ଲୀର ୱାନଷ୍ଟପ ସେଣ୍ଟର ପକ୍ଷରୁ ବୌଦ୍ଧ ୱାନଷ୍ଟପ ସେଣ୍ଟର ସହିତ ଯୋଗାଯୋଗ କରାଯାଇ ଆରତୀଙ୍କ ଶିଶୁ କନ୍ୟାର ଉଦ୍ଧାର ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଥିଲା। ଫଳରେ ଆରତୀ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଦିଲ୍ଲୀରୁ ଆସି ଗତ ମାର୍ଚ୍ଚ ୨୮ରେ ବୌଦ୍ଧ ୱାନଷ୍ଟପ ସେଣ୍ଟରରେ ପହଞ୍ଚିଥିଲେ। ୱାନଷ୍ଟପ ସେଣ୍ଟର ଜରିଆରେ ସେ ବୌଦ୍ଧ ଜିଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କର ଶିଶୁ କନ୍ୟାର ଉଦ୍ଧାର ପାଇଁ ନିବେଦନ କରିଥିଲେ। ପୋଲିସ ପକ୍ଷରୁ ମନମୁଣ୍ଡା ଥାନା ଅନ୍ତର୍ଗତ ମହିସରପିଣ୍ଢା ଗ୍ରାମରେ ଥିବା ସୁବ୍ରତଙ୍କ ଭଉଣୀଘର ଯାଞ୍ଚ କରାଯିବାପରେ ସେଠାରୁ ସୁବ୍ରତ ଫେରାର ହୋଇସାରିଥିଲେ। ଯେହେତୁ ସୁବ୍ରତଙ୍କ ଘର ଗଞ୍ଜମ ଜିଲାରେ। ତେଣୁ ଏହି ମାମଲାରେ ବୌଦ୍ଧ ପୋଲିସ କିମ୍ବା ପ୍ରଶାସନ କିଛି କରିପାରିବ ନାହିଁ ବୋଲି ଆରତୀଙ୍କୁ କୁହାଯାଇଥିଲା। ବୌଦ୍ଧ ୱାନଷ୍ଟପ ସେଣ୍ଟର ପକ୍ଷରୁ ଆରତୀଙ୍କୁ ବୌଦ୍ଧ ଆଶ୍ରୟ ସଂସ୍ଥାରେ ରଖାଯାଇଥିଲା। ପାଞ୍ଚ ଦିନ କାଳ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଦିଲ୍ଲୀ ପୋଲିସ ସହାୟତାରେ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଉଦ୍ୟମ କରିବାକୁ ତାଙ୍କୁ କିଛି ବ୍ୟକ୍ତିବିଶେଷ ପରାମର୍ଶ ଦେବା ସହିତ ଦିଲ୍ଲୀ ଫେରିଯିବାକୁ ପରାମର୍ଶ ଦେଇଥିଲେ। ପରେ ଆରତୀ ଓଡ଼଼ିଶାରୁ ନିରାଶ ହୋଇ ଝାରସୁଗୁଡାରୁ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଥିବା ଜଣାଯାଇଛି। ବିମାନରେ ଫେରିବାକୁ ଅର୍ଥ ନ ଥିବାରୁ ଆଶ୍ରୟ ସଂସ୍ଥା ପକ୍ଷରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହିତ ଝାରସୁଗୁଡା ବିମାନ ବନ୍ଦର ପର୍ଯ୍ୟନ୍ତ ଛାଡିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri