Posted inଜାତୀୟ

ଦିଲ୍ଲୀ ବନାମ କେନ୍ଦ୍ର: ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର, ସେପ୍ଟେମ୍ବର ୭ରେ ଶୁଣାଣି…

ନୂଆଦିଲ୍ଲୀ, ୫।୯ : ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ଙ୍‌ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସେପ୍ଟେମ୍ବର ୭ ବୁଧବାର ଏହି ମାମଲାର ଶୁଣାଣି କରିବେ।

କେତେବେଳେ ମାମଲାର ଶୁଣାଣି ଆରମ୍ଭ ହେବ ଏବଂ କେତେ ଦିନ ବିତର୍କ ଚାଲିବ ସେନେଇ ନିଷ୍ପତ୍ତି ନେବାକୁ ସମ୍ବିଧାନ ବେଞ୍ଚ ଶୁଣାଣି କରିବେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି।

ପ୍ରଧାନ ବିଚାରପତି ୟୁୟୁ ଲଳିତ କହିଛନ୍ତି ଯେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ସମ୍ବିଧାନ ବେଞ୍ଚ ବୁଧବାର ଏହାର ଶୁଣାଣି କରିବେ। ଏହାପୂର୍ବରୁ ମେ ୬ ରେ ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର ମାମଲା ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ମାମଲାର ଶୁଣାଣି କରିବେ। ତିନିଜଣିଆ ଖଣ୍ଡପୀଠ ଏହି ମାମଲାକୁ ସମ୍ବିଧାନ ବେଞ୍ଚକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ...

ଯୋଗ କରୁଥିବା ବେଳେ ହଠାତ୍‌ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କ ସ୍ବାସ୍ଥ୍ୟାବସ୍ଥା

ହାଜିପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ବାସ୍ଥ୍ୟାବସ୍ଥା। ବୁଧବାର ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଶୁପତି...

ବିଏସ୍‌ପି ମୁଖ୍ୟ ଭାବେ ମାୟାବତୀ ପୁନଃ ନିର୍ବାଚିତ

ଲକ୍ଷ୍ନୌ, ୨୯ା୮(ପି.ଟି.): ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ଭାବେ ପୁଣି ଥରେ ମାୟାବତୀ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି...

ସଂସଦ ଭବନ, ନୀତି ଆୟୋଗ ବୈଠକ ସମ୍ପର୍ଣ୍ଣ ଅର୍ଥହୀନ: ନୀତିଶ କୁମାର…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବର୍ତ୍ତମାନ ପ୍ରତି ପ୍ରସଙ୍ଗରେ ମୁହାଁମୁହିଁ ହେବାରେ ଲାଗିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) କେବଳ...

ସେନା ନିୟନ୍ତ୍ରଣରେ ହିଂସାପ୍ରବଣ ଅଞ୍ଚଳ

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ରରୁ...

୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...

ଚାଇଲ୍ଡ ପୋର୍ନୋଗ୍ରାଫି, ବଳାତ୍କାର ଭିଡିଓ ପୋଷ୍ଟ କରିବାରୁ ୨୩ ଟୁଇଟର ଆକାଉଣ୍ଟ ବ୍ଲକ

ନୂଆଦିଲ୍ଲୀ,୨୯ ।୯: ଟୁଇଟରରେ ଶିଶୁଙ୍କ ସହ ଜଡିତ ଅଶ୍ଳିଳ ଭିଡିଓ ପୋଷ୍ଟ କରିଥିବା ଘଟଣାରେ ଦିଲ୍ଲୀ ପୋଲିସର ସାଇବାର କ୍ରାଇମ ୟୁନିଟ ୨ ଟୁଇଟର ଆକାଉଣ୍ଟକୁ...

କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୁହେଁ

ଚଣ୍ଡିଗଡ଼, ୧୭ା୧୨:ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି ତେବେ ସେମାନେ ବାସ୍ତବରେ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି ବୋଲି...

Advertisement
Archives

Model This Week