ନକଲି ସିମ୍‌ କାର୍ଡ ବିକ୍ରେତାଙ୍କୁ ନେଲା ଦିଲ୍ଲୀ ପୋଲିସ

ଯାଜପୁର ଟାଉନ/ବରୀ, ୧୨ା୮(ଡି.ଏନ.ଏ.): ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭୁରୁଙ୍ଗା ଗ୍ରାମର ପ୍ରୀତମ୍‌ କର(୩୦)ଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଥିଲା। ବୁଧବାର ତାଙ୍କୁ ଯାଜପୁର ସିଜେଏମ୍‌ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି।
ସୂଚନା ଅନୁସାରେ, ପ୍ରୀତମ୍‌ କୋଲକାତା ଅଞ୍ଚଳରୁ ନକଲି କାଗଜପତ୍ର ଦେଇ ସିମ୍‌ କାର୍ଡ ଆଣୁଥିଲେ। ତାହାକୁ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଆଦି ବିଭିନ୍ନ ଅଞ୍ଚଳର ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ଏହି ସିମ୍‌ କିଣିବା ପରେ ସାଇବର ଠକମାନେ ବିଭିନ୍ନ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଉଥିଲେ। ପ୍ରୀତମ୍‌ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ପ୍ରୀତମ୍‌ଙ୍କ ସହ ଦିଲ୍ଲୀର କେତେଜଣ ଯୁବକ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ସେହି ଯୁବକଙ୍କୁ ଧରି ଦିଲ୍ଲୀ ପୋଲିସ ବରୀ ପୋଲିସ ସହାୟତାରେ ପ୍ରୀତମ୍‌ଙ୍କ ଘରେ ପହଞ୍ଚତ୍ଥିଲା। ଏହି ସିମ୍‌ ବିକ୍ରିରେ ବାଲେଶ୍ୱର ଅଞ୍ଚଳର ଜଣେ ଯୁବକ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତେବେ ସେ ଏବେ ଶଯ୍ୟାଶାୟୀ ହୋଇପଡ଼ିଥିବାରୁ ତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍‌ କରିଛି। ସେହିପରି ଏହି ନକଲି ସିମ୍‌ ବିକ୍ରିରେ ରାଜ୍ୟର ବହୁ ଯୁବକ ସାମିଲ ଅଛନ୍ତି। ସେମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି ବୋଲି ସାଲିମାରବାଗ୍‌ ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ବଲଙ୍ଗା ସୂଚନା ଦେଇଛନ୍ତି। ନକଲି ସିମ୍‌ କାର୍ଡରେ ଠକେଇ ହେଉଥିବା ନେଇ ସାଲିମାର୍‌ବାଗ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଦଫା ୪୨୦/୪୬୮/୪୭୧/୩୪ ଆଇପିସିରେ ଏକ ମାମଲା ନଂ.୬୪୧/୨୧ ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତବେଳେ ସିମ୍‌ କାର୍ଡ ଠକେଇରେ ପ୍ରୀତମ୍‌ଙ୍କ ଲିଙ୍କ୍‌ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri