ନକଲି ସିମ୍‌ କାର୍ଡ ବିକ୍ରେତାଙ୍କୁ ନେଲା ଦିଲ୍ଲୀ ପୋଲିସ

ଯାଜପୁର ଟାଉନ/ବରୀ, ୧୨ା୮(ଡି.ଏନ.ଏ.): ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗରେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭୁରୁଙ୍ଗା ଗ୍ରାମର ପ୍ରୀତମ୍‌ କର(୩୦)ଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଥିଲା। ବୁଧବାର ତାଙ୍କୁ ଯାଜପୁର ସିଜେଏମ୍‌ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି।
ସୂଚନା ଅନୁସାରେ, ପ୍ରୀତମ୍‌ କୋଲକାତା ଅଞ୍ଚଳରୁ ନକଲି କାଗଜପତ୍ର ଦେଇ ସିମ୍‌ କାର୍ଡ ଆଣୁଥିଲେ। ତାହାକୁ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଆଦି ବିଭିନ୍ନ ଅଞ୍ଚଳର ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ଏହି ସିମ୍‌ କିଣିବା ପରେ ସାଇବର ଠକମାନେ ବିଭିନ୍ନ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଉଥିଲେ। ପ୍ରୀତମ୍‌ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ପ୍ରୀତମ୍‌ଙ୍କ ସହ ଦିଲ୍ଲୀର କେତେଜଣ ଯୁବକ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ସେହି ଯୁବକଙ୍କୁ ଧରି ଦିଲ୍ଲୀ ପୋଲିସ ବରୀ ପୋଲିସ ସହାୟତାରେ ପ୍ରୀତମ୍‌ଙ୍କ ଘରେ ପହଞ୍ଚତ୍ଥିଲା। ଏହି ସିମ୍‌ ବିକ୍ରିରେ ବାଲେଶ୍ୱର ଅଞ୍ଚଳର ଜଣେ ଯୁବକ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତେବେ ସେ ଏବେ ଶଯ୍ୟାଶାୟୀ ହୋଇପଡ଼ିଥିବାରୁ ତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍‌ କରିଛି। ସେହିପରି ଏହି ନକଲି ସିମ୍‌ ବିକ୍ରିରେ ରାଜ୍ୟର ବହୁ ଯୁବକ ସାମିଲ ଅଛନ୍ତି। ସେମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି ବୋଲି ସାଲିମାରବାଗ୍‌ ଥାନା ସବ୍‌ଇନ୍ସପେକ୍ଟର ହିମାଂଶୁ ବଲଙ୍ଗା ସୂଚନା ଦେଇଛନ୍ତି। ନକଲି ସିମ୍‌ କାର୍ଡରେ ଠକେଇ ହେଉଥିବା ନେଇ ସାଲିମାର୍‌ବାଗ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଦଫା ୪୨୦/୪୬୮/୪୭୧/୩୪ ଆଇପିସିରେ ଏକ ମାମଲା ନଂ.୬୪୧/୨୧ ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତବେଳେ ସିମ୍‌ କାର୍ଡ ଠକେଇରେ ପ୍ରୀତମ୍‌ଙ୍କ ଲିଙ୍କ୍‌ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?