ଏଣିକି ସର୍ବସାଧାରଣରେ ମାସ୍କ ନ ପିନ୍ଧିଲେ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨୦।୧୦: ବର୍ତ୍ତମାନଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ। ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ବାଧ୍ୟତାମୂଳକ ମାସ୍କ କଟକଣାକୁ ସେପ୍ଟେମ୍ବର ୩୦ରୁ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ସେପ୍ଟେମ୍ବର ୩୦ ପରେ ମାସ୍କ ନ ପିନ୍ଧିଲେ ଆଉ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ନାହିଁ ବୋଲି ଡିଡିଏମ୍‌ଏ ଏକ ନିର୍ଦ୍ଦେଶ ଜାରି କରିଛି। ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମାମଲାରେ ଲଗାତର ବ୍ୟାପକ ହ୍ରାସକୁ ଦୃଷ୍ଟିରେ ରଖି ଡିଡିଏମ୍‌ଏ ଏହି ନିଷ୍ପତ୍ତି ନେଇଛି। ନିକଟରେ କରୋନା ସମ୍ବନ୍ଧରେ ଡିଡିଏମ୍‌ଏ ଏକ ସମୀକ୍ଷା ବୈଠକ କରିଥିଲା। ଏହି ବୈଠକରେ ମାସ୍କ ନ ପିନ୍ଧିବାରୁ ଜରିମାନା ଆଦାୟ କରିବାର ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବା ନେଇ ଆଲୋଚନା ହୋଇଥିଲା। ପୂର୍ବରୁ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ଲୋକଙ୍କଠାରୁ ୫୦୦ଟଙ୍କା ଜରିମାନା ଆଦାୟ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ: ପ୍ରତି ୩ ମିନିଟ୍‌ରେ ଯାଉଛି ଜଣେ ବ୍ୟକ୍ତିଙ୍କ ଜୀବନ

ମୁମ୍ବାଇ,୧୯।୪ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨.୭୩ ଲକ୍ଷ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।...

ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୧ ।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ସରକାର ଅନଲକ୍‌-୭...

ଭୂକମ୍ପରେ ଥରିଲା ଆଣ୍ଡାମାନ, କଟରା

ପୋର୍ଟବ୍ଲେୟାର/ଶ୍ରୀନଗର,୧୭।୭: ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦ଟା ୩୦ରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍‌କା ଅନୁଭୂତ...

ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି...

ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ

ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ...

ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ...

ଭାରତ ପହଞ୍ଚି ଭାବୁକ ହେଲେ ଆଫଗାନ ସାଂସଦ, ଯାହା ୨୦ ବର୍ଷରେ ହୋଇଥିଲା ସବୁ ଶେଷ ହୋଇଗଲା

ଗାଜିଆବାଦ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ କରିବା ପୂର୍ବରୁ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାମ ଚାଲିଛି । ରବିବାର ବାୟୁସେନାର ଏକ...

କାମକୁ ନୁହେଁ, ନାମକୁ

ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର...

Advertisement
Archives

Model This Week