Posted inଜାତୀୟ

କରୋନା ସମୟରେ ଭଲ କାମ କରିଥିବା ଶିକ୍ଷକଙ୍କୁ ସମ୍ମାନୀତ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୪ ।୯: କରୋନା ସମୟରେ ଦିଲ୍ଲୀର ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏବେ ଏଭଳି କେତେଜଣ ଶିକ୍ଷକଙ୍କୁ ଦିଲ୍ଲୀ ସରକାର ସମ୍ମାନୀତ କରିବାକୁ ଯାଉଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏହା ଘୋଷଣା କରିଛନ୍ତି । ସିସୋଡିଆ କହିଛନ୍ତି କରୋନା ସମୟରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରରେ ଡ୍ୟୁଟି କରିବା ସହ ସ୍କୁଲରେ ରାଶନ ବାଣ୍ଟିବା, ଟିକା ଲଗାଇବାରେ ସାହାଯ୍ୟ କରିବା, ଇନଫୋର୍ସମେଣ୍ଟ ସବୁକାମ ଶିକ୍ଷକମାନେ କରିଛନ୍ତି । କେବଳ ଏତିକି ନୁହେଁ ଯେଉଁମାନେ କରୋନା ସମୟରେ ଅନ୍‌ଲାଇନ୍ କ୍ଲାସ ବି କରିଛନ୍ତି । ଶିକ୍ଷକମାନେ ମନଦେଇ ପିଲାଙ୍କ୍‌ୁ ଦିଲ୍ଲୀ ବାହାରକୁ ଯିବାକୁ ଦେଇ ନାହାଁନ୍ତି । ଅନଲାଇନ୍ କ୍ଲାସ ନବା ସହ ଯେଉଁ ପିଲାଙ୍କର ଅର୍ଥର ଅଭାବ ରହିଛି ସେମାନଙ୍କ ମୋବାଇଲ ବି ରିଚାର୍ଜ କରିଛନ୍ତି ଏହି ଶିକ୍ଷକ । ତେଣୁ ଚଳିତ ବର୍ଷ ଯେଉଁ ଶିକ୍ଷକ ସମ୍ମାନ ହେବ ତାହା ସବୁଠାରୁ ଅଲଗା ହେବ । କେବଳ ସରକାରୀ ନୁହେଁ ବେସରକାରୀ ସ୍କୁଲର ଶିକ୍ଷକ ତଥା ଅତିଥି ଶିକ୍ଷକଙ୍କୁ ବି ଏଥିରେ ସାମିଲ କରାଯାଇଥିବା ସିସୋଡିଆ କହିଛନ୍ତି । ପୂର୍ବରୁ ୧୫ ବର୍ଷର ଅନୁଭବ ଥିବା ଶିକ୍ଷକଙ୍କୁ ସମ୍ମାନୀତ କରାଯାଉଥିବା ବେଳେ ଏବେ ଏହାକୁ କମାଇ ୩ ବର୍ଷ କରି ଦିଆଯାଇଛି । ସୂଚନାଯୋଗ୍ୟ, ରବିବାର ଗୁରୁଦିବସ ପଡୁଥିବା ବେଳେ ଏହା ପୂର୍ବରୁ ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri