Posted inଜାତୀୟ

ମନିଷ ସିସୋଡିଆଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ କରିଛନ୍ତି । ମୁଁ ସଚ୍ଚୋଟ ବ୍ୟକ୍ତି ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ । ଦୁଃଖ ଲାଗୁଛି ଯେ ଆମ ଦେଶରେ ଯିଏ ଭଲ କାମ କରୁଛି ତାକୁ ଏହିଭଳି ଭାବେ ହଇରାଣ କରାଯାଉଛି । ଏଇଥିପାଇଁ ଏପର୍ଯ୍ୟନ୍ତ ଆମ ଦେଶ ନମ୍ବର ୱାନ ହୋଇପାରୁ ନାହିଁ ।

ସୂଚନାଯୋଗ୍ୟ, ଏକ୍ସାଇଜ ପଲିସିକୁ ନେଇ ଏଲଜି ଏହି ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏବେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ସିସୋଡିଆ କହିଛନ୍ତି ଦିଲ୍ଲୀରେ ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟକୁ ଏମାନେ ସହ୍ୟ ପରିପାରୁ ନାହାନ୍ତି । ସେଥିପାଇଁ ମୋ ଘରେ ସିବିଆଇ ପହଞ୍ଚିଛି । ହେଲେ ଉତ୍ତମ ଶିକ୍ଷା ପାଇଁ ମୁଁ ଯେଉଁ କାମ କରୁଛି ତାହାକୁ କେହି ଅଟକାଇ ପାରିବେ ନାହିଁ । ଏହାସହ ସିସୋଡିଆ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯେଉଁ ସବୁ ମାମଲା କରାଯାଇଛି ସେଥିରୁ କିଛି ମିଳିନାହିଁ ଏଥର ବି କିଛି ମିଳିବ ନାହିଁ । କାରଣ ମୁଁ ଜଣେ ସଚ୍ଚେଟ ବ୍ୟକ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ, ତୃତୀୟ ଲହର ନେଇ ଆତଙ୍କ…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା...

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ...

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି...

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି...

ଏହି ରାଜ୍ୟରେ ମେ’୨୫ ଯାଏ ବଢ଼ିଲା ଲକ୍‌ଡାଉନ

ପାଟନା,୧୩।୫: ବିହାରରେ ବର୍ଦ୍ଧିତ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍‌ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ’ ୨୫ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି...

Advertisement
Archives

Model This Week