Posted inଖେଳ

କେକେଆର୍‌କୁ ହରାଇଲେ କୁଲଦୀପ

ମୁମ୍ବାଇ,୨୮।୪ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ଯାଦବ। ସେ ୩ ଓଭରରେ ମାତ୍ର ୧୪ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଏଥିଯୋଗୁ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। କେକେଆର୍‌ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ୍‌ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ଉଇକେଟରେ ୧୫୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଚତୁର୍ଥ ବିଜୟ ସହ ଦିଲ୍ଲୀ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।
ଟସ୍‌ ଜିତି ବୋଲିଂ ବାଛିବା ଟ୍ରେଣ୍ଡ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଜାରି ରଖିଥିଲେ। ତାଙ୍କ ନିଷ୍ପତ୍ତିକୁ ଉଚିତ ପ୍ରମାଣ କରି ଦେଖାଇଥିଲେ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚେତନ ସାକାରିଆ। ସେ ଦ୍ୱିତୀୟ ଓଭରରେ ଆରୋନ ଫିଞ୍ଚ (୩)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଅନ୍ୟତମ ଓପନର ଭେଙ୍କଟଶ ଆୟାର (୬) ମଧ୍ୟ ଫେଲ୍‌ ମାରିଥିଲେ। ତା’ପରେ କୁଲଦୀପ ଯାଦବ ଲଗାତର ଦୁଇ ବଲରେ ପଦାର୍ପଣକାରୀ ବାବା ଇନ୍ଦ୍ରଜିତ (୬) ଓ ସୁନିଲ ନାରିନ(୦)ଙ୍କ ଉଇକେଟ ନେଇ କୋଲକାତାକୁ ବ୍ୟାକ୍‌ ଫୁଟ୍‌ ଠେଲି ଦେଇଥିଲେ। ଏଭଳି ସଙ୍କଟଜନକ ପରିସ୍ଥିତିରେ ଦଳୀୟ ସ୍ଥିତି ସମ୍ଭାଳିଥିଲେ ଅଧିନାୟକ ଶ୍ରେୟାସ ଆୟାର(୪୨) ଏବଂ ନୀତିଶ ରାଣା(୫୭ ରନ୍‌, ୩ ଚୌକା ଓ ୪ ଛକା)। ଦୁହେଁ ୪୮ ରନ୍‌ ଯୋଡ଼ିଥିଲେ। ପୁଣି ଥରେ ଗୋଟିଏ ଓଭରରେ ଦଳକୁ ଦୁଇଟି ଝଟ୍‌କା ଦେଇଥିଲେ କେକେଆରର ପୂର୍ବତନ ସଦସ୍ୟ। ତା’ପରେ ରିଙ୍କୁ ସିଂଙ୍କ ସହ ମିଶି ରାଣା କୋଲକାତା ସ୍କୋରକୁ ୧୪୬/୯ ପହଞ୍ଚାଇଥିଲେ।
ଜବାବରେ ଦିଲ୍ଲୀକୁ ଆରମ୍ଭରୁ ପୃଥ୍ବୀ ଶ’ (୦) ଏବଂ ମିଚେଲ ମାର୍ଶ (୧୩)ଙ୍କ ଉଇକେଟ ହରାଇଥିଲା। ତା’ପରେ ଡେଭିଡ୍‌ ଓ୍ବାର୍ନର(୪୨) ଓ ଲଳିତ ଯାଦବ (୨୨) ତୃତୀୟ ଉଇକେଟ ପାଇଁ ୬୫ ରନ୍‌ ଯୋଡ଼ି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ। କିନ୍ତୁ ଲଗାତର ୩ ଉଇକେଟ ପଡ଼ିଯିବାରୁ କୋଲକାତା ମ୍ୟାଚ୍‌କୁ ଫେରିଥିଲା। ହେଲେ ଅକ୍ଷର ପଟେଲ (୨୪) ଓ ରୋଭମାନ ପାଓ୍ବେଲ (୩୩*)ଙ୍କ ଯୋଗୁ ଦିଲ୍ଲୀ ଗୋଟିଏ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କୋଲକାତା ପକ୍ଷରୁ ଉମେଶ ଯାଦବ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri