Posted inଖେଳ

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର ଡେଭିଡ୍‌ ଓ୍ବାର୍ନର (୯୨*) ଏବଂ ରୋଭମାନ ପାଓ୍ବେଲ(୬୭*)ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ଯୋଗୁ ୧୦ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ତାଲିକାରେ ୫ମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ହାଇଦ୍ରାବାଦ୍‌।

ଟସ୍‌ ଜିତି କେନ ଓ୍ବିଲିୟମସନଙ୍କ ବୋଲିଂ ନିଷ୍ପତ୍ତିକୁ ପ୍ରଥମ ଓଭରରେ ସଠିକ୍‌ ପ୍ରମାଣ କରିଥିଲେ ଭୁବନେଶ୍ୱର କୁମାର। ସେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ମନଦୀପ ସିଂ(୦)ଙ୍କୁ ଆଉଟ୍‌ କରିଥିଲେ। ତାଙ୍କ ପଛକୁ ମିଚେଲ ମାର୍ଶ (୧୦) ମଧ୍ୟ ଶୀଘ୍ର ଆଉଟ୍‌ ହୋଇଥିଲେ। ୩ୟ କ୍ରମରେ ବ୍ୟାଟିଂ ଆସିଥିବା ଅଧିନାୟକ ରିଷଭ ପନ୍ତ ୩ ଛକା ଓ ୧ ଚୌକା ସହାୟତାରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ ଓପନର ଓ୍ବାର୍ନରଙ୍କ ସହ ପାଓ୍ବେଲ ମିଶି ଦଳୀୟ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ଉଇକେଟ ପାଇଁ ୧୧ ଓଭରରେ ୧୨୨ ରନ୍‌ ଯୋଡ଼ିଥିଲେ। ଓ୍ବାର୍ନର ୫୮ ବଲରେ ୯୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ଥିଲା। ସେହିଭଳି ପାଓ୍ବେଲ ମାତ୍ର ୩୫ ବଲରେ ୩ ଚୌକା ଓ ୬ ଛକା ସହାୟତାରେ ୬୭ ରନ୍‌ କରି ଅପରାଜିତ ଥିଲେ। ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ଦିଲ୍ଲୀ ୨୦୦ ଅତିକ୍ରମ କରିଥିଲା। ହାଇଦ୍ରାବାଦ୍‌ ପକ୍ଷରୁ ଭୁବନେଶ୍ୱର କୁମାର, ସିନ ଆବଟ୍ଟ ଏବଂ ଶ୍ରେୟାସ ଗୋପାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ ହାଇଦ୍ରାବାଦ୍‌ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ୭ ଓଭର ମଧ୍ୟରେ ଦଳ ପ୍ରମୁଖ ୩ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଦଳକୁ ସମ୍ଭାଳିଥିଲେ ଏଡେନ ମାରକ୍ରାମ (୪୨ ରନ୍‌, ୪ ଚୌକା ଓ ୩ ଛକା) ଓ ନିକୋଲାସ ପୁରନ। ଦୁହେଁ ୩୫ ବଲରେ ୬୦ ରନ୍‌ ଯୋଡ଼ି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତା’ପରେ ପୁରନ ଏକାକୀ ଦଳର ବିଜୟ ଆଶାକୁ ୧୮ତମ ଓଭର ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ। ସେ ୩୪ ବଲରେ ବିସ୍ଫୋରକ ୬୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨ ଚୌକା ଓ ୬ ଛକା ଥିଲା। ତାଙ୍କ ଉଇକେଟ ସହ ଦିଲ୍ଲୀ ମ୍ୟାଚ୍‌କୁ ଜିତି ନେଇଥିଲା। ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri