Posted inଖେଳ

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର ଡେଭିଡ୍‌ ଓ୍ବାର୍ନର (୯୨*) ଏବଂ ରୋଭମାନ ପାଓ୍ବେଲ(୬୭*)ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ଯୋଗୁ ୧୦ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ତାଲିକାରେ ୫ମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ହାଇଦ୍ରାବାଦ୍‌।

ଟସ୍‌ ଜିତି କେନ ଓ୍ବିଲିୟମସନଙ୍କ ବୋଲିଂ ନିଷ୍ପତ୍ତିକୁ ପ୍ରଥମ ଓଭରରେ ସଠିକ୍‌ ପ୍ରମାଣ କରିଥିଲେ ଭୁବନେଶ୍ୱର କୁମାର। ସେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ମନଦୀପ ସିଂ(୦)ଙ୍କୁ ଆଉଟ୍‌ କରିଥିଲେ। ତାଙ୍କ ପଛକୁ ମିଚେଲ ମାର୍ଶ (୧୦) ମଧ୍ୟ ଶୀଘ୍ର ଆଉଟ୍‌ ହୋଇଥିଲେ। ୩ୟ କ୍ରମରେ ବ୍ୟାଟିଂ ଆସିଥିବା ଅଧିନାୟକ ରିଷଭ ପନ୍ତ ୩ ଛକା ଓ ୧ ଚୌକା ସହାୟତାରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ ଓପନର ଓ୍ବାର୍ନରଙ୍କ ସହ ପାଓ୍ବେଲ ମିଶି ଦଳୀୟ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ଉଇକେଟ ପାଇଁ ୧୧ ଓଭରରେ ୧୨୨ ରନ୍‌ ଯୋଡ଼ିଥିଲେ। ଓ୍ବାର୍ନର ୫୮ ବଲରେ ୯୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ଥିଲା। ସେହିଭଳି ପାଓ୍ବେଲ ମାତ୍ର ୩୫ ବଲରେ ୩ ଚୌକା ଓ ୬ ଛକା ସହାୟତାରେ ୬୭ ରନ୍‌ କରି ଅପରାଜିତ ଥିଲେ। ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ଦିଲ୍ଲୀ ୨୦୦ ଅତିକ୍ରମ କରିଥିଲା। ହାଇଦ୍ରାବାଦ୍‌ ପକ୍ଷରୁ ଭୁବନେଶ୍ୱର କୁମାର, ସିନ ଆବଟ୍ଟ ଏବଂ ଶ୍ରେୟାସ ଗୋପାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ ହାଇଦ୍ରାବାଦ୍‌ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ୭ ଓଭର ମଧ୍ୟରେ ଦଳ ପ୍ରମୁଖ ୩ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଦଳକୁ ସମ୍ଭାଳିଥିଲେ ଏଡେନ ମାରକ୍ରାମ (୪୨ ରନ୍‌, ୪ ଚୌକା ଓ ୩ ଛକା) ଓ ନିକୋଲାସ ପୁରନ। ଦୁହେଁ ୩୫ ବଲରେ ୬୦ ରନ୍‌ ଯୋଡ଼ି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତା’ପରେ ପୁରନ ଏକାକୀ ଦଳର ବିଜୟ ଆଶାକୁ ୧୮ତମ ଓଭର ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ। ସେ ୩୪ ବଲରେ ବିସ୍ଫୋରକ ୬୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨ ଚୌକା ଓ ୬ ଛକା ଥିଲା। ତାଙ୍କ ଉଇକେଟ ସହ ଦିଲ୍ଲୀ ମ୍ୟାଚ୍‌କୁ ଜିତି ନେଇଥିଲା। ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri