Posted inଖେଳ

କ୍ୱାଲିଫାୟର୍‌-୧: ଟସ୍‌ ଜିତିଲା ଚେନ୍ନାଇ

ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି।
ଚେନ୍ନାଇର ଅଭିଜ୍ଞତା ଏବଂ ଦିଲ୍ଲୀର ଯୁବକମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ। ଏହି ମ୍ୟାଚ ଜିତୁଥିବା ଦଳ ସିଧାସଳଖ ଆଇପିଏଲର ଫାଇନାଲରେ ପହଞ୍ଚିବ। ଏହା ବ୍ୟତୀତ ଏହି ମ୍ୟାଚ ହାରିଥିବା ଦଳ ଫାଇନାଲରେ ପ୍ରବେଶ କରିବାର ଆଉ ଏକ ସୁଯୋଗ ପାଇବ। ସେହି ଦଳ ଏଲିମିନେଟର ମ୍ୟାଚର ବିଜେତା ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।
ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇର ଦଳ ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲିଯିବା ପରେ ପୁଣି ଥରେ ପ୍ଲେ ଅଫରେ ପହଞ୍ଚିଛି। ଆଜିର ମ୍ୟାଚ ଯଦି ଚେନ୍ନାଇ ଜିତେ ତେବେ ରେକର୍ଡ ୯ମ ଥର ଫାଇନାଲରେ ପ୍ରବେଶ କରିବ। ଏଥି ସହିତ ଗତ ସିଜନରେ ପ୍ରଥମ ଥର ପାଇଁ ଆଇପିଏଲର ଫାଇନାଲରେ ଦିଲ୍ଲୀର ଦଳ ହାରି ଯାଇଥିଲା। ଏଭଳି ପରିସ୍ଥିତିରେ ଦଳ ପୁଣି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ।
ଆଇପିଏଲରେ ଏପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୋଟ ୨୫ଟି ମ୍ୟାଚ ଖେଳାଯାଇଛି। ଏଥିମଧ୍ୟରେ ଚେନ୍ନାଇ ଦଳ ୧୫ଟି ମ୍ୟାଚ ଜିତିଥିବା ବେଳେ ଦିଲ୍ଲୀ ୧୦ଟି ମ୍ୟାଚ ଜିତିଛି। ଏହା ବ୍ୟତୀତ ୟୁଏଇରେ ଉଭୟ ଦଳ ଏଠାରେ ୪ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦିଲ୍ଲୀର ଦଳ ୩-୧ ବ୍ୟବଧାନରେ ଆଗରେ ରହିଛି। ଏହାପୂର୍ବରୁ ଦୁବାଇରେ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ଉଭୟ ମ୍ୟାଚରେ ଦିଲ୍ଲୀ ଜିତିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ୍‌-
ଶିଖର ଧାୱନ, ପୃଥ୍ବୀ ଶ’, ଶ୍ରେୟସ ଆୟର୍‌, ରିଷଭ ପନ୍ତ (ଅଧିନାୟକ), ଶିମ୍ରନ ହେଟମିୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବାଡା, ଟମ୍‌ କରନ୍‌, ଏନରିଚ୍‌ ନୋର୍ତେଜେ, ଆଭେଶ ଖାନ।

ଚେନ୍ନାଇ ସୁପର କିଙ୍ଗ୍ସ –
ଫାଫ ଡୁ ପ୍ଲେସିସ, ରୁତୁରାଜ ଗାଇକ୍ୱାଡ, ମୋଏନ ଅଲି, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ରବିନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଜୋଶ ହେଜେଲଉଡ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?