Posted inଖେଳ

IPLରେ ପ୍ରଥମ ଦଳ ଭାବେ ଏମିତି କାରନାମା କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭।୪: Ipl 2025ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ସୁପର ଓଭରରେ ରାଜସ୍ଥାନକୁ ପରାସ୍ତ କରିଥିଲା। ଏହା ସୁପର ଓଭରରେ ଦିଲ୍ଲୀର ଚତୁର୍ଥ ବିଜୟ।

ଦିଲ୍ଲୀ ସୁପର ଓଭରରେ ସର୍ବାଧିକ ମ୍ୟାଚ ଜିତିଥିବା ଦଳ ପାଲଟିଛି। ଦିଲ୍ଲୀ ପଞ୍ଜାବ କିଙ୍ଗ୍ସର ରେକର୍ଡ ଭାଙ୍ଗିଛନ୍ତି। ଆଇପିଏଲରେ ପଞ୍ଜାବ ତିନୋଟି ସୁପର ଓଭର ମ୍ୟାଚ ଜିତିଛି।

ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୁପର ଓଭରରେ ଦୁଇଟି ଲେଖାଏ ମ୍ୟାଚ ଜିତିଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଦିଲ୍ଲୀ ମଧ୍ୟ IPLରେ ୫ଟି ଟାଇ ମ୍ୟାଚ ଖେଳିଥିବା ପ୍ରଥମ ଦଳ ହୋଇଛି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୮୮ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲ ୪୯, କେଏଲ ରାହୁଲ ୩୮, ଅକ୍ଷର ପଟେଲ ଏବଂ ଟ୍ରିଷ୍ଟାନ ଷ୍ଟବସ ୩୪-୩୪ ରନ କରିଥିଲେ।

ଟାର୍ଗେଟର ପିଛା କରୁଥିବା ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ କେବଳ ୧୮୮ ରନ କରିପାରିଥିଲା। ରାଜସ୍ଥାନ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ନୀତୀଶ ରାଣା ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ, ସୁପର ଓଭରରେ, ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା।
ଟାର୍ଗେଟର ପିଛା କରୁଥିବା ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ କେବଳ ୧୮୮ ରନ କରିପାରିଥିଲା। ରାଜସ୍ଥାନ ପାଇଁ ଜୟସ୍ବାଲ ଏବଂ ନୀତୀଶ ରାଣା ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ, ସୁପର ଓଭରରେ, ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା।

ଦିଲ୍ଲୀ ମାତ୍ର ଚାରି ବଲ୍‌ରେ ୧୨ ରନ କରି ମ୍ୟାଚ ଜିତିଥିଲା। ଚଳିତ ସିଜିନରେ ଏହା ଦିଲ୍ଲୀର ୬ ମ୍ୟାଚ ମଧ୍ୟରୁ ୫ମ ବିଜୟ। ଦିଲ୍ଲୀ ଏବେ ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି।...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri