ସତୀଶଙ୍କୁ ଦିଲ୍ଲୀ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଖ୍ୟାତନାମା ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ନିଜେ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି। ଦୁବାଇରେ ନିବେଶ କରିବା ପାଇଁ ବ୍ୟବସାୟୀଜଣକ ସତୀଶଙ୍କଠାରୁ ୧୫ କୋଟି ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ସତୀଶ ଟଙ୍କା ଫେରସ୍ତ ମାଗିଥିଲେ। ତେବେ ବ୍ୟବସାୟୀ ଟଙ୍କା ଫେରାଇବାକୁ ଚାହୁଁ ନ ଥିବାବେଳେ ଔଷଧ ଦେଇ ସତୀଶଙ୍କୁ ହତ୍ୟା କରିଥିବା ମହିଳା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସତୀଶଙ୍କ ଦିଲ୍ଲୀସ୍ଥିତ ଫାର୍ମ ହାଉସ୍‌ରୁ ଆପତ୍ତିଜନକ ଔଷଧ ପ୍ୟାକେଟ୍‌ ପୋଲିସର ହସ୍ତଗତ ହୋଇଛି। ସତୀଶ ରହୁଥିବା ଫାର୍ମହାଉସ୍‌ର ପ୍ରକୃତ ମାଲିକ ତାଙ୍କ ବନ୍ଧୁ ବିକାଶ ମାଲୁ। ତେବେ ମିଳିଥିବା ଔଷଧ ପ୍ୟାକେଟ୍‌ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା ସେ ଦିଗରେ ପୋଲିସ ତଦନ୍ତ ଚଳାଇଛି। ବୁଧବାର ରାତିରେ ସତୀଶ ନିଜ ଫାର୍ମ ହାଉସ୍‌ରେ ଶୋଇଥିବାବେଳେ ତାଙ୍କୁ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭୂତ ହୋଇଥିଲା। ତାଙ୍କ ମ୍ୟାନେଜର ସତୀଶଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିବାବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?